Posted inଖେଳ

୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ଡେନ୍‌ମାର୍କକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ପଛରେ ଥିଲେ ମଧ୍ୟ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହେବା ସହ ଦୀର୍ଘବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ରବିବାର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଓ ଇଟାଲୀ ମୁହଁାମୁହିଁ ହେବେ। ୧୯୬୬ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇ ଇଂଲଣ୍ଡ ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଥିଲା। ଏହାପରେ ଇଂଲଣ୍ଡ ମଧ୍ୟ ପ୍ରଥମଥର ପାଇଁ ୟୁରୋକପ୍‌ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏହାପୂର୍ବରୁ ଇଂଲଣ୍ଡ ବିଶ୍ୱକପ୍‌ କିମ୍ବା ୟୁରୋକପ୍‌ରେ ୪ଟି ସେମିଫାଇନାଲରେ ପରାସ୍ତ ହୋଇଥିଲା। ତେଣୁ ଏହି ବିଜୟ ଏବେ ଇଂଲଣ୍ଡ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ୧୯୯୦, ୧୯୯୬ ଓ ୨୦୧୮ରେ ଇଂଲଣ୍ଡ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ୩ଟି ସେମିରେ ପରାସ୍ତ ହୋଇଥିଲା।
ଏହି ରୋମାଞ୍ଚକ ମ୍ୟାଚ୍‌ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଫଳାଫଳ ପାଇଁ ଅତିରିକ୍ତ ସମୟକୁ ମ୍ୟାଚ୍‌ ଯାଇଥିଲା। ୧୦୪ତମ ମିନିଟ୍‌ରେ ପେନାଲ୍ଟି ପ୍ରତିହତ ହେବା ପରେ ରିବାଉଣ୍ଡ ଶଟ୍‌ ମାରି ଅଧିନାୟକ ହ୍ୟାରୀ କେନ୍‌ ବିଜୟ ସୂଚକ ଗୋଲ ସ୍କୋର କରିବା ସହ ମ୍ୟାଚ୍‌ର ହିରୋ ସାବ୍ୟସ୍ତ ହୋଇଥିଲେ। ତେବେ ପ୍ରଥମେ ଡେନ୍‌ମାର୍କ ତରଫରୁ ୩୦ତମ ମିନିଟ୍‌ରେ ମିକେଲ ଡାମ୍ସଗାର୍ଡ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୯ ମିନିଟ୍‌ ପରେ ଡେନ୍‌ମାର୍କର ସାଇମନ ଜାଏରଙ୍କ ଆତ୍ମଘାତୀ ଗୋଲ ବଳରେ ମ୍ୟାଚ ୧-୧ ବରାବର ସ୍ଥିତିକୁ ଆସିଥିଲା। ଏହାପରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହାପରେ କେନ୍‌ ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଆଉ ଅଧିକ ଗୋଲ ନ ହେବା ଫଳରେ ଇଂଲଣ୍ଡ ଶେଷରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଇଂଲଣ୍ଡ ଅପେକ୍ଷାକୃତ ଅଧିକ ସମୟ ବଲ୍‌କୁ ନିଜ ପାଖରେ ରଖିଥିଲା। ସେହିପରି ଇଂଲଣ୍ଡ ଖେଳାଳିମାନେ ଅଧିକ ପାସ ଦେଇଥିଲେ ଓ ଏଥିରେ ଇଂଲଣ୍ଡର ଆକ୍ୟୁରେସି ମଧ୍ୟ ଉନ୍ନତ ଥିଲା। ଇଂଲଣ୍ଡ ଖେଳାଳିମାନେ ମଧ୍ୟ ଅଧିକ ସଂଖ୍ୟାରେ ଲକ୍ଷ୍ୟ ସ୍ଥଳକୁ ଟାର୍ଗେଟ କରିଥିଲା।
ଏହାପୂର୍ବରୁ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ୟୁକ୍ରେନକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେହିପରି ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡ ୨-୦ ଗୋଲରେ ଜର୍ମାନୀକୁ ହରାଇଥିଲା। ଅନ୍ୟପଟେ ଡେନ୍‌ମାର୍କ ୪-୦ ଗୋଲରେ ଓ୍ବେଲ୍ସକୁ ରାଉଣ୍ଡ ଅଫ୍‌ ୧୬ରେ ହରାଇବା ପରେ କ୍ୱାର୍ଟରରେ ଚେକ୍‌ ଗଣରାଜ୍ୟକୁ ୨-୧ ଗୋଲରେ ହରାଇ ସେମିରେ ପ୍ରବେଶ କରିଥିଲା। କୌଣସି ମେଜର ଟୁର୍ନାମେଣ୍ଟ(ୟୁରୋ/ ବିଶ୍ୱକପ୍‌)ରେ ଡେନ୍‌ମାର୍କ ପଞ୍ଚମ ଦଳ ଭାବେ ୩ଟି ବିଜୟ ଓ ୩ଟି ପରାଜୟ ବରଣ କରିଛି। ଏହାପୂର୍ବରୁ ୟୁଗୋସ୍ଲୋଭିଆ ୧୯୬୨ ବିଶ୍ୱକପ୍‌, ଅଷ୍ଟ୍ରିଆ ୧୯୭୮ ବିଶ୍ୱକପ୍‌, ବୁଲଗେରିଆ ୧୯୯୪ ବିଶ୍ୱକପ୍‌ ଓ ଇଂଲଣ୍ଡ ୨୦୧୮ ବିଶ୍ୱକପ୍‌ରେ ୩ଟି ବିଜୟ ଓ ପରାଜୟ ବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri