Categories: ଖେଳ

ଦଣ୍ଡିତ ହେଲା ଇଂଲଣ୍ଡ

ବ୍ରିସ୍‌ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ ଇଂଲଣ୍ଡ ୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ହରାଇବ। ଏଲିଟ ପ୍ୟାନେଲ ଅଫ ମ୍ୟାଚ୍‌ ରେଫରର ସଦସ୍ୟ ଡେଭିଡ୍‌ ବୁନ୍‌ ଇଂଲଣ୍ଡ ଉପରେ ଏହି ଜରିମାନ ଧାର୍ଯ୍ୟ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ଜୋ ରୁଟ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ୫ ଓଭର କମ୍‌ ବୋଲିଂ କରିଥିଲା। ତେବେ ଏ ନେଇ ଥିବା ସମୟ ରହାତି ଦିଆଯିବା ପରେ ପ୍ୟାନେଲ ଏହି ନିଷ୍ପତ୍ତି ନେଇଛି। ସେହିପରି ମ୍ୟାଚ୍‌ ଅବସରରେ ଆପତ୍ତିଜନକ ଶବ୍ଧ ଉଚ୍ଚାରଣ କରି ଟ୍ରାଭିସ ହେଡ ମଧ୍ୟ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଜରିମାନା ଦେବେ ବୋଲି କୁହାଯାଇଛି।

Share