ଭୁବନେଶ୍ୱରରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁର ଅଞ୍ଚଳର ସ୍ବିଟି ରଏ (୨୦)। ସେ ଖଣ୍ଡଗିରିସ୍ଥିତ ଉତ୍କଳ ଏରୋସ୍ପେଶ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ। ସ୍ବିଟି କୋଲକାତାରୁ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଓହ୍ଲାଇଥିଲେ। ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ଅଫ୍‌ ହୋଇଯାଇଥିଲା। ଏହାପରଠାରୁ ତାଙ୍କର ପତ୍ତା ମିଳୁନାହିଁ। ତ୍ରିପୁରାରେ ବିଏସ୍‌ଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିବା ବାପା ବିଜୟ କୁମାର ରଏଙ୍କ ସୂଚନା ଆଧାରରେ ତାଙ୍କ ବନ୍ଧୁ ସୁରେଶ ପଣ୍ଡା ଜିଆର୍‌ପି ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ସ୍ବିଟିଙ୍କୁ ନିଶା ଦେଇ କେହି ଅପହରଣ କରି ନେଇଥିବା ସେ ସନ୍ଦେହ କରୁଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିସହ ଗୁରୁବାର ସାରେ ସ୍ବିଟିଙ୍କ ମା’ ଭୁବନେଶ୍ୱରରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଛନ୍ତି। ଝିଅର ଜୀବନ ପ୍ରତି ବିପଦ ଥିବା ସେ ଆଶଙ୍କା କରିଛନ୍ତି। ତେବେ ପୋଲିସ ତାଙ୍କ ମା’ଙ୍କ ଉପସ୍ଥିତିରେ ରେଳଷ୍ଚେଶନର ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ୮ଟା ୧୫ରେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ୬ ନଂ. ପ୍ଲାଟଫର୍ମରେ ଲାଗିଥିଲା। ଏହାପରେ ସ୍ବିଟି ମେନ୍‌ ଗେଟ୍‌ ଦେଇ ରେଳ ଷ୍ଟେଶନରୁ ବାହାରି ଯାଇଥିବା ସିସିଟିଭିରୁ ଜଣାପଡ଼ିଛି। ତେଣୁ ତାଙ୍କ ମୋବାଇଲର ଶେଷ ଲୋକେଶନ୍‌କୁ ଟ୍ରାକ୍‌ କରାଯାଇଥିଲା। ଷ୍ଟେସନରୁ ବାହାରିବାର ୫ରୁ ୧୦ ମିନିଟ୍‌ ପରେ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ଏକ ମଲ୍‌ ନିକଟରେ ସ୍ବିଟିଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଛି। ଜିଆର୍‌ପି ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି, ଏନେଇ ଏଯାବତ୍‌ ମାମଲା ରୁଜୁ କରାଯାଇନାହିଁ। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ମାମଲା ରୁଜୁ କରାଯିବ କି ନାହିଁ ବିଚାର କରାଯାଉଥିବା ସେ କହିଛନ୍ତି।
ତାଙ୍କ ମା’ଙ୍କ କହିବାନୁସାରେ, ସ୍ବିଟି କିଛିଦିନ ହେବ ପଶ୍ଚିମବଙ୍ଗସ୍ଥିତ ଘରକୁ ଯାଇଥିଲେ। ସେ ଜନଶତାବ୍ଦୀ ଟ୍ରେନର ଡି୪, ଏସ୍‌୩ କୋଚ୍‌ସ୍ଥିତ ୬୪ ନଂ. ସିଟ୍‌ରେ ବସି ବୁଧବାର ସାରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚତ୍ଥିଲେ। ଏହାପରେ ସେ କଲେଜ ଅଭିମୁଖେ ଯାଉଥିବା ମା’ଙ୍କୁ ଫୋନ କରି ଜଣାଇଥିଲେ। ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଦେଖାଇଥିଲା। ସେ କଲେଜରେ ପହଞ୍ଚତ୍ ନ ଥିବା କର୍ତ୍ତୃପକ୍ଷ କହିଥିଲେ। ତେଣୁ ଭୁବନେଶ୍ୱର ୟୁନିଟ୍‌-୧ରେ ରହୁଥିବା ସ୍ବିଟିଙ୍କ ସ୍ଥାନୀୟ ଅଭିଭାବକ ସୁରେଶଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ସୁରେଶ ତୁରନ୍ତ ଏନେଇ ପ୍ରଥମେ ନୟାପଲ୍ଲୀ ଥାନାକୁ ଜଣାଇଥିଲେ। ସ୍ଥାନୀୟ ପୋଲିସର ପରାମର୍ଶକ୍ରମେ ସୁରେଶ ଗୁରୁବାର ସକାଳେ ସ୍ବିଟିଙ୍କ ଫଟୋ ସହ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri