ଭୁବନେଶ୍ୱରରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁର ଅଞ୍ଚଳର ସ୍ବିଟି ରଏ (୨୦)। ସେ ଖଣ୍ଡଗିରିସ୍ଥିତ ଉତ୍କଳ ଏରୋସ୍ପେଶ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ। ସ୍ବିଟି କୋଲକାତାରୁ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଓହ୍ଲାଇଥିଲେ। ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ଅଫ୍‌ ହୋଇଯାଇଥିଲା। ଏହାପରଠାରୁ ତାଙ୍କର ପତ୍ତା ମିଳୁନାହିଁ। ତ୍ରିପୁରାରେ ବିଏସ୍‌ଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିବା ବାପା ବିଜୟ କୁମାର ରଏଙ୍କ ସୂଚନା ଆଧାରରେ ତାଙ୍କ ବନ୍ଧୁ ସୁରେଶ ପଣ୍ଡା ଜିଆର୍‌ପି ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ସ୍ବିଟିଙ୍କୁ ନିଶା ଦେଇ କେହି ଅପହରଣ କରି ନେଇଥିବା ସେ ସନ୍ଦେହ କରୁଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିସହ ଗୁରୁବାର ସାରେ ସ୍ବିଟିଙ୍କ ମା’ ଭୁବନେଶ୍ୱରରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଛନ୍ତି। ଝିଅର ଜୀବନ ପ୍ରତି ବିପଦ ଥିବା ସେ ଆଶଙ୍କା କରିଛନ୍ତି। ତେବେ ପୋଲିସ ତାଙ୍କ ମା’ଙ୍କ ଉପସ୍ଥିତିରେ ରେଳଷ୍ଚେଶନର ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ୮ଟା ୧୫ରେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ୬ ନଂ. ପ୍ଲାଟଫର୍ମରେ ଲାଗିଥିଲା। ଏହାପରେ ସ୍ବିଟି ମେନ୍‌ ଗେଟ୍‌ ଦେଇ ରେଳ ଷ୍ଟେଶନରୁ ବାହାରି ଯାଇଥିବା ସିସିଟିଭିରୁ ଜଣାପଡ଼ିଛି। ତେଣୁ ତାଙ୍କ ମୋବାଇଲର ଶେଷ ଲୋକେଶନ୍‌କୁ ଟ୍ରାକ୍‌ କରାଯାଇଥିଲା। ଷ୍ଟେସନରୁ ବାହାରିବାର ୫ରୁ ୧୦ ମିନିଟ୍‌ ପରେ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ଏକ ମଲ୍‌ ନିକଟରେ ସ୍ବିଟିଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଛି। ଜିଆର୍‌ପି ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି, ଏନେଇ ଏଯାବତ୍‌ ମାମଲା ରୁଜୁ କରାଯାଇନାହିଁ। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ମାମଲା ରୁଜୁ କରାଯିବ କି ନାହିଁ ବିଚାର କରାଯାଉଥିବା ସେ କହିଛନ୍ତି।
ତାଙ୍କ ମା’ଙ୍କ କହିବାନୁସାରେ, ସ୍ବିଟି କିଛିଦିନ ହେବ ପଶ୍ଚିମବଙ୍ଗସ୍ଥିତ ଘରକୁ ଯାଇଥିଲେ। ସେ ଜନଶତାବ୍ଦୀ ଟ୍ରେନର ଡି୪, ଏସ୍‌୩ କୋଚ୍‌ସ୍ଥିତ ୬୪ ନଂ. ସିଟ୍‌ରେ ବସି ବୁଧବାର ସାରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚତ୍ଥିଲେ। ଏହାପରେ ସେ କଲେଜ ଅଭିମୁଖେ ଯାଉଥିବା ମା’ଙ୍କୁ ଫୋନ କରି ଜଣାଇଥିଲେ। ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଦେଖାଇଥିଲା। ସେ କଲେଜରେ ପହଞ୍ଚତ୍ ନ ଥିବା କର୍ତ୍ତୃପକ୍ଷ କହିଥିଲେ। ତେଣୁ ଭୁବନେଶ୍ୱର ୟୁନିଟ୍‌-୧ରେ ରହୁଥିବା ସ୍ବିଟିଙ୍କ ସ୍ଥାନୀୟ ଅଭିଭାବକ ସୁରେଶଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ସୁରେଶ ତୁରନ୍ତ ଏନେଇ ପ୍ରଥମେ ନୟାପଲ୍ଲୀ ଥାନାକୁ ଜଣାଇଥିଲେ। ସ୍ଥାନୀୟ ପୋଲିସର ପରାମର୍ଶକ୍ରମେ ସୁରେଶ ଗୁରୁବାର ସକାଳେ ସ୍ବିଟିଙ୍କ ଫଟୋ ସହ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri