ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ବାଲେଶ୍ୱରର ସନତ କୁମାର ମହାଳିକ। ସନତ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନର ବିଟେକ ଶେଷ ବର୍ଷର ଛାତ୍ର ଥିଲେ। ସେ ଗୁରୁବାର ଅପରାହ୍ନରେ କଲେଜ ପଛ ପାଖ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ନଦୀର ଜଳ ସ୍ରୋତରେ ଭାସି ଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।