ଉଦୟପୁର ବେଶିଲ୍‌ ଇଣ୍ଟରନ୍ୟାଶନାଲରେ ଏନଫୋର୍ସମେଣ୍ଟ ଟିମ୍‌

ଭୋଗରାଇ, ୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁରସ୍ଥିତ ବେଶିଲ ଇଣ୍ଟରନ୍ୟାଶନାଲ ଭଗ୍ନପ୍ରାପ୍ତ ପଞ୍ଚତାରକା ହୋଟେଲରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟର ଗୌହାଟି ଇଡି ଆସିଷ୍ଟାଣ୍ଟ କମିଶନର ଚନ୍ଦ୍ରମଣି ସିକୁମାର ଓ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଶୁକ୍ରବାର ପହଞ୍ଚତ୍ ହୋଟେଲର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ତଦନ୍ତ କରିଛନ୍ତି। ବେଶିଲ ଇଣ୍ଟରନ୍ୟାଶନାଲ କମ୍ପାନୀ ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ସୀମାନ୍ତରେ ପଞ୍ଚତାରକା ହୋଟେଲ ନିର୍ମାଣ କରି ସାଧାରଣ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଥିଲା। ସରକାର ଚିଟ୍‌ଫଣ୍ଡ ସଂସ୍ଥାକୁ ବନ୍ଦ କଲା ପରେ ଉଦୟପୁର ବେଳାଭୂମିରେ ଗଢ଼ି ଉଠିଥିବା ଏହି ପଞ୍ଚତାରକା ହୋଟେଲକୁ ସ୍ଥାନୀୟ ଜନସାଧାରଣ ଭାଙ୍ଗି ସମସ୍ତ ଆସବାବପତ୍ର ନେଇଯାଇଥିବା ବେଳେ ଇଟାକୁ ଖୋଳି ନେଇ ଭୂତକୋଠିରେ ପରିଣତ କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହୋଟେଲ ଏବେ ଧରାଶାୟୀ ହେବାକୁ ଯାଉଛି।