ଶକ୍ତି ଓ ଜଳବାୟୁ ସୂଚକାଙ୍କ: ର଼୍ୟାଙ୍କ ୨୨ରେ ଓଡ଼ିଶା

ନୂଆଦିଲ୍ଲୀ,୧୨ା୪:ନୀତି ଆୟୋଗ ପକ୍ଷରୁ ସୋମବାର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ- ରାଉଣ୍ଡ ୧ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୨୨ ନମ୍ବର ସ୍ଥାନରେ ରହିଛି। ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ୨୦ଟି ବଡ଼ ରାଜ୍ୟ, ୮ଟି ଛୋଟ ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩ ପୃଥକ୍‌ ର଼୍ୟାଙ୍କିଙ୍ଗ୍‌ ତାଲିକା ପ୍ରକାଶ ପାଇଛି। ବଡ଼ ରାଜ୍ୟଗୁଡ଼ିକର ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୩୭.୧ ସ୍କୋର ସହ ୧୬ ନମ୍ବର ସ୍ଥାନରେ ଥିବାବେଳେ ଗୁଜରାଟ ୫୦.୧ ସ୍କୋର ସହ ଶୀର୍ଷରେ ରହିଛି। ଗୁଜରାଟ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ କେରଳ(୪୯.୧) ଏବଂ ପଞ୍ଜାବ (୪୮.୬) ରହିଛି। ସେହିପରି ତାଲିକାରେ ତଳ ସ୍ଥାନ ତଥା ୨୦, ୧୯, ୧୮ ଓ ୧୭ ନମ୍ବରରେ ଯଥାକ୍ରମେ ଛତିଶଗଡ଼(୩୧.୭), ମଧ୍ୟପ୍ରଦେଶ(୩୨.୬), ଝାଡ଼ଖଣ୍ଡ (୩୫.୨) ଓ ରାଜସ୍ଥାନ (୩୫.୪) ରହିଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁଜରାଟ ୫ ନମ୍ବର ସ୍ଥାନରେ ରହିଥିବାବେଳେ ଚଣ୍ଡୀଗଡ଼ ଶୀର୍ଷରେ ରହିଛି।
ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ ୬ଟି ମାପଦଣ୍ଡ ଉପରେ ଆଧାରିତ। ସେଗୁଡ଼ିକ ହେଲା ୧- ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକର (ଡିସ୍‌କମ୍‌) ପ୍ରଦର୍ଶନ, ୨- ଶକ୍ତି ପାଇବାର ସହଜସାଧ୍ୟ ବ୍ୟବସ୍ଥା, ସୁଲଭତା ଏବଂ ନିର୍ଭରଯୋଗ୍ୟତା, ୩- ସ୍ବଚ୍ଛ ଶକ୍ତି ବା ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ, ୪- ଶକ୍ତି ଦକ୍ଷତା, ୫- ପରିବେଶଗତ ନିରନ୍ତରତା ଏବଂ ୬- ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ନୂଆ ପଦକ୍ଷେପ। ଏହି ୬ଟି ମାପଦଣ୍ଡ ମୋଟ ୨୭ଟି ବିଷୟ ଉପରେ ଆଧାରିତ ହୋଇଛି।
ଉପରୋକ୍ତ ୬ଟି ମାପଦଣ୍ଡ ମଧ୍ୟରୁ ବିଦ୍ୟୁତ୍‌ ବିତରଣ କମ୍ପାନୀର ପ୍ରଦର୍ଶନ ୯ ବିଷୟକୁ ନେଇ ଆକଳନ କରାଯାଇଥିବାବେଳେ ଏ କ୍ଷେତ୍ରରେ ଓଡ଼ିଶା ମୋଟ ୫୯ ସ୍କୋର ପାଇ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ୧୦ମ ସ୍ଥାନରେ ରହିଛି। ପଞ୍ଜାବ(୭୭.୧) ଏହି କ୍ଷେତ୍ରରେ ଶୀର୍ଷରେ ରହିଛି। କିନ୍ତୁ ଓଡ଼ିଶା ଦ୍ୱିତୀୟ ମାପଦଣ୍ଡ ଅର୍ଥାତ୍‌ ଶକ୍ତି ପାଇବାର ସହଜସାଧ୍ୟ ବ୍ୟବସ୍ଥା, ସୁଲଭତା ଏବଂ ନିର୍ଭରଯୋଗ୍ୟତା କ୍ଷେତ୍ରରେ ୫୭.୪ ସ୍କୋର ହାସଲ କରି ତୃତୀୟ ସ୍ଥାନରେ ରହିଛି। ଏହି ମାପଦଣ୍ଡର ଶୀର୍ଷରେ ରହିଛି କେରଳ (୬୭.୩)। ୩ୟ ମାପଦଣ୍ଡ କ୍ଷେତ୍ରରେ ହରିୟାଣା ୪୨.୯ ସ୍କୋର ସହ ଶୀର୍ଷରେ ରହିଥିବାବେଳେ ଓଡ଼ିଶା ୪.୮ ସ୍କୋର ସହ ୧୭ ନମ୍ବର ସ୍ଥାନରେ ରହିଛି। ୪ର୍ଥ ମାପଦଣ୍ଡରେ ଓଡ଼ିଶା(୨୧.୮)ର ସ୍ଥାନ ୧୫ରେ ରହିଥିବାବେଳେ ତାମିଲନାଡ଼ୁ (୮୫.୪) ଶୀର୍ଷରେ ରହିଛି। ପରିବେଶଗତ ନିରନ୍ତରତା ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ(୫) କ୍ଷେତ୍ରରେ ଓଡ଼ିଶା ୨୨.୬ ସ୍କୋର ସହ ୧୮ ନମ୍ବର ସ୍ଥାନରେ ରହିଛି। ଏ କ୍ଷେତ୍ରରେ ସର୍ବାଗ୍ରେ ରହିଛି ହିମାଚଳ ପ୍ରଦେଶ(୫୨.୧)। ସେହିପରି ୬ଷ୍ଠ ମାପଦଣ୍ଡ ତଥା ନୂଆ ପଦକ୍ଷେପ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ନାହିଁ। ବୈଦ୍ୟୁତିକ ଯାନ (ଇଭି) ଅନ୍ତଃପ୍ରବେଶ, ଇଭି ପାଇଁ ଚାର୍ଜିଂ ଭିତ୍ତିଭୂମି ଉପଲବ୍ଧତା ଓ ଗ୍ରାହକଙ୍କ ତୁଳନାରେ ସ୍ମାର୍ଟମିଟର ବ୍ୟବସ୍ଥା ଭଳି ୩ଟି ବିଷୟକୁ ନେଇ ଏହି ମାପଦଣ୍ଡ ଆଧାରିତ। କିନ୍ତୁ ଏ କ୍ଷେତ୍ରରେ ମାତ୍ର ୦.୯ ସ୍କୋର ସହ ଓଡ଼ିଶା ୧୮ ନମ୍ବର ସ୍ଥାନରେ ରହିଥିବାବଳେ ୩୮.୧ ସ୍କୋର ସହ ହିମାଚଳ ପ୍ରଦେଶ ଶୀର୍ଷରେ ରହିଛି।
ଛୋଟ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଗୋଆ(୫୧.୪) ଶୀର୍ଷରେ ଏବଂ ଅରୁଣାଚଳ ପ୍ରଦେଶ(୨୭) ସବା ତଳେ ଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଚଣ୍ଡୀଗଡ଼ (୫୫.୭) ଶୀର୍ଷରେ ଏବଂ ଲାକ୍ଷାଦ୍ୱୀପ (୨୬.୯) ତଳସ୍ଥାନରେ ରହିଛି। ସେହିପରି ବଡ଼ ରାଜ୍ୟଗୁଡ଼ିକର ର଼୍ୟାଙ୍କିଙ୍ଗ୍‌ ତାଲିକାର ୪ରୁ ୧୫ ନମ୍ବର ଯାଏ ହରିୟାଣା (୪୭.୯), ଉତ୍ତରାଖଣ୍ଡ (୪୬.୫), ମହାରାଷ୍ଟ୍ର (୪୬), ହିମାଚଳ ପ୍ରଦେଶ (୪୫.୪), କର୍ନାଟକ (୪୩.୮), ତାମିଲନାଡ଼ୁ (୪୩.୪), ଆସାମ (୪୨.୬), ତେଲଙ୍ଗାନା (୪୧.୯), ଆନ୍ଧ୍ରପ୍ରଦେଶ (୪୧.୬), ଉତ୍ତରପ୍ରଦେଶ (୪୧), ପଶ୍ଚିମବଙ୍ଗ (୩୮.୯) ଓ ବିହାର(୩୮.୩) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri