Posted inଜାତୀୟ

ସୀମାରେ ଚାହିଁ ବସିଛି ଶତ୍ରୁ, ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ ମାତ୍ର ୦.୦୮୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୩ : ପୂର୍ବ ଲଦାଖର ଏଲ୍‌ଏସି ଏବଂ ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଶତ୍ରୁ ପକ୍ଷ ଚାହିଁ ବସିଥିବାବେଳେ ଭାରତରେ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ କମିବାରେ ଲାଗିଛି। ଏଥି ପାଇଁ ମାତ୍ର ୦.୦୮୩ ପ୍ରତିଶତ ଖର୍ଚ୍ଚ ବଜେଟରେ ଆବଣ୍ଟିତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଠାରୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବ୍ୟୟ ବୃଦ୍ଧି ପାଇଁ ଦାବି ହୋଇ ଆସୁଛି। ତେବେ ଏହାକୁ କ୍ରେନ୍ଦ୍ର ସରକାର ଅଣଦେଖା କରିବାରେ ଲାଗିଥିବା ଅଭିଯୋଗ ହେଉଛି।

ତାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ମଧ୍ୟ ଅଧାରୁ ଅଧିକ ଶେଷ ହୋଇଛି। କିନ୍ତୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ଖର୍ଚ୍ଚରେ ବୃଦ୍ଧି ହେବା ପରିବର୍ତ୍ତେ ହ୍ରାସ ଘଟିଛି। ଯେତେବେଳେ ଭାରତ ସୀମାରେ ସୁରକ୍ଷା ସହ ଜଡିତ ଆହ୍ବାନ ସହିତ ମୁକାବିଲା କରୁଛି ସେତେବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚ କମିବା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଯଦି ଆମେ ଏକ ତୁଳନାତ୍ମକ ଅଧ୍ୟୟନ କରିବା, ତେବେ ସୀମାରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ମଧ୍ୟରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପାଇଁ ଖର୍ଚ୍ଚ କରିବାରେ ଭାରତ ଚାଇନା ଏବଂ ଆମେରିକା ଭଳି ଦେଶଠାରୁ ବହୁ ପଛରେ ଅଛି । ଏକ ରିପୋର୍ଟରେ ଏକ ସଂସଦୀୟ ପ୍ୟାନେଲ ଏହା କହିଛନ୍ତି।

ପାର୍ଲାମେଣ୍ଟରେ ଡିଆର୍‌ଡ଼ିଓ ପାଇଁ ଅନୁଦାନର ଦାବି ଉପରେ ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବ ବର୍ଷଗୁଡ଼ିକରେ ସାମଗ୍ରିକ ଜିଡିପିରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚରେ କୌଣସି ବୃଦ୍ଧି ଘଟିନାହିଁ। ରିପୋର୍ଟରେ କୁହାଯାଇଛି ଯେ ୨୦୧୬-୧୭ରେ ଏହା ୦.୦୮୮ ପ୍ରତିଶତ ଥିଲା। ୨୦୨୦-୨୧ରେ ଏହା ୦.୦୮୩ ପ୍ରତିଶତକୁ ଖସି ଆସିଛି। ଏହି ପ୍ୟାନେଲ ଭାରତ ଏବଂ ଅନ୍ୟାନ୍ୟ ବିକଶିତ ଦେଶର ମୋଟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚ ବିଶ୍ଳେଷଣ କରିଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନା ଭଳି ଅନ୍ୟ ବିକଶିତ ଦେଶ ତୁଳନାରେ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚ ଅତି କମ୍‌ ରହିଛି। ଆମେରିକା ଜିଡ଼ିପିର ୨୦ ପ୍ରତିଶତ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରୁଛି। ସେହିପରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାଗି ୧୨ ପ୍ରତିଶତ ଖର୍ଚ୍ଚ କରୁଛି।

ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱରେ ଚାଲିଥିବା ଦ୍ୱନ୍ଦ୍ୱ ଯୋଗୁଁ ବିପଦ ଆଶଙ୍କା ବଢୁଛି ବୋଲି କମିଟି ମତ ରଖିଛି। ଏଭଳି ପରିସ୍ଥିତିରେ ଜାତୀୟ ସୁରକ୍ଷା ସ୍ବାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ପ୍ରତିରକ୍ଷା ଅନୁସନ୍ଧାନ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବା ପାଇଁ ପ୍ୟାନେଲ ପରାମର୍ଶ ଦେଇଛି। ଯାହା ଦ୍ୱାରା ରଣନୈତିକ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରାଯାଇପାରିବ। ଡିଆରଡିଓର ବଜେଟ ଆବଣ୍ଟନକୁ ନେଇ ପ୍ୟାନେଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଡିଆରଡିଓ ବଜେଟ ଆବଣ୍ଟନରେ ୧୬୫୯.୮୦ କୋଟି ଟଙ୍କାର ଅଭାବ ରହିଛି। ରିପୋର୍ଟରେ କୁହାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଡିଆରିଡିଓର ବଜେଟ ପ୍ରତିରକ୍ଷା ବଜେଟର ପ୍ରାୟ ୫-୬ ପ୍ରତିଶତ ରହିଛି। ଯଦିଓ ଏହା ବୃଦ୍ଧି ପାଉନାହିଁ ଏବଂ ମୁଦ୍ରାସ୍ଫୀତିର ମୂଲ୍ୟ ସହିତ ମେଳ ଖାଉଛି ଏବଂ ଏହାକୁ ଦୃଷ୍ଟିରେ ରଖି ରଣନୀତିକ ଯୋଜନା ଏବଂ ସିସଏସ୍‌ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ, ଦରମା ଏବଂ ଭତ୍ତା ଏବଂ ଅନ୍ୟାନ୍ୟ ବେତନ ରାଜସ୍ବ ଖର୍ଚ୍ଚ ପାଇଁ ବିପୁଳ ପରିମାଣର ଖର୍ଚ୍ଚ ହେଉଛି । ପ୍ରତିବର୍ଷ ଏହା ବଢ଼ିବାରେ ଲାଗିଛି।

୨୦୨୧-୨୨ ଆର୍ଥିକ ବର୍ଷରେ ଡିଆର୍‌ ଡିଓର ପରିମାଣ ୨୩୪୬୦.୪୪ କୋଟି ଥିଲାବେଳେ ଅନ୍ତିମ ଆବଣ୍ଟନ ୧୮,୨୨୭.୪୪ କୋଟି ଥିଲା। ଯାହା ପ୍ରାରମ୍ଭିକ ଆକଳନଠାରୁ ୫୧୨୨.୫୬ କୋଟି କମ। ଏହି ଆବଣ୍ଟନ୨୦୨୧-୨୨ ବର୍ଷ ପାଇଁ ବଜେଟ ଆକଳନ ଆବଣ୍ଟନଠାର ମଧ୍ୟ କମ ରହିଛି।

୨୦୨୨-୨୩ ପାଇଁ ବଜେଟ ଆକଳନରେ ଡିଆର୍‌ଡିଓ ୨୨,୯୯୦ କୋଟି ଟଙ୍କା ଦାବି କରିଥିବାବେଳେ ଆବଣ୍ଟନ ୨୧,୩୩୦.୨୦ କୋଟି ଟଙ୍କା ରହିଛି। ଏହି ଆବଣ୍ଟନରେ ୧୬୫୯.୮୦ କୋଟି ଟଙ୍କା ଅଭାବ ରହିଛି।।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri