ସମୟ ସୀମା ଶେଷ ସତ୍ତ୍ୱେ ସରୁନି ରାସ୍ତା କାମ

ବଳଙ୍ଗା,୪।୩(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ସଡ଼କଠାରୁ ଆରମ୍ଭ କରି ଜଳ, ବିଦ୍ୟୁତ୍‌ ଭଳି ସବୁ କ୍ଷେତ୍ରରେ ବିକାଶ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତମାନର କାର୍ଯ୍ୟ କରାଯାଉଛି। ହେଲେ ସରକାରୀ ଅଧିକାରୀମାନେ କାର୍ଯ୍ୟଗୁଡ଼ିକର ତଦାରଖ କରୁ ନ ଥିବାରୁ ତାହା ବିଳମ୍ବ ହେବା ସହ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ବଳଙ୍ଗା ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବାୟାବରଠାରୁ ଖେଲାର ପର୍ଯ୍ୟନ୍ତ ୬ କି.ମି.୫୦୫ମି ରାସ୍ତା ୪ କୋଟି ୫୫ ଲକ୍ଷ ୪୩ହଜାର ଟଙ୍କା ବ୍ୟୟରେ ୨୦୨୧ ଡିସେମ୍ବର ୮ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ଡିସେମ୍ବର ୮ ତାରିଖ ମଧ୍ୟରେ ଶେଷ ହେବାର ସୂଚନା ରହିଛି। କିନ୍ତୁ ନିର୍ଦ୍ଧାରିତ ସମୟଠାରୁ ୩ ମାସ ବିଳମ୍ବ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଫଳରେ ଉକ୍ତ ରାସ୍ତାରେ ଯାତାୟାତରେ ଲୋକଙ୍କୁ ବହୁ ଅସୁବିଧା ହେଉଛି। ଏ ନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଅନ୍ୟପଟେ କୁଅଁରପୁର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଓ ଶିଶୁ ମନ୍ଦିର ନିକଟରେ ପ୍ରାୟ ଏକ ଶହ ମିଟର ରାସ୍ତା ଦୀର୍ଘ ବର୍ଷ ପରେ ବ୍ୟକ୍ତିଗତ ମାଲିକାନା ଥିବା ଦର୍ଶାଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ସମ୍ପୃକ୍ତ ସ୍ଥାନରେ ଗୋଡି ସବୁ ବିକ୍ଷିପ୍ତ ହୋଇପଡ଼ିଥିବାରୁ ପ୍ରାୟତଃ ଛାତ୍ରୀଛାତ୍ର ଓ ପଥଚାରୀ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ସେହିପରି କାଟେଣିପଡିଆ ସଫେଇ ନାଳ ଉପରେ ଥିବା ପୁରାତନ ବ୍ରିଜ୍‌ଠାରୁ ରାସ୍ତା ପ୍ରାୟ ୪ଫୁଟ ଉଚ୍ଚତାରେ ରହିଛି। ବନ୍ୟା ସମୟରେ ଧନୁଆ ନଦୀ ବ୍ରିଜ୍‌ ଉପରେ ୬ ଫୁଟରୁ ଊଦ୍ଧର୍‌ବ ଜଳ ପ୍ରବାହିତ ହେବାବେଳେ ନିକଟସ୍ଥ ୫୦ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହେଉଥିଲେ ମଧ୍ୟ ଉଚ୍ଚ ବ୍ରିଜ ନିର୍ମାଣ ହେଉ ନ ଥିବାରୁ ସମସ୍ୟା ଲାଗି ରହିଛି। ବହୁ ବର୍ଷ ପୂର୍ବରୁ ରାସ୍ତାର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ନିମନ୍ତେ ବସିଥିବା ପୋଲ ପକ୍କା କରା ନ ଯାଇ ମରାମତି କରାଯାଉଥିବାରୁ ସ୍ଥାୟୀ ନେଇ ଆଶଙ୍କା ଦେଖାଦେଇଛି। ପୋଲରେ ଯଥେଷ୍ଟ ପରିମାଣରେ ଜଳ ନିଷ୍କାସନ ନ ହେବାରୁ ଦୀର୍ଘ ଦିନ ପାଣି ଜମି ଫସଲ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ମୁଖ୍ୟ ରାସ୍ତାରେ ଲୋକେ ଧନୁଆ, ବାଇଶି ଶାସନ, ରେଞ୍ଜ, ହରିପୁର, ଗଡପଦନପୁର, ଗୋପୀନାଥପୁର, କୋଟକୁସାଙ୍ଗ ସମେତ ବଳଙ୍ଗା, ଖେଲାର, ଭୁବନେଶ୍ୱର, ନିମାପଡ଼ା, ପିପିଲି ଅନେକ ସ୍ଥାନକୁ ଯାତାୟାତ କରିଥାନ୍ତି। ତେଣୁ ଯଥାଶୀଘ୍ର ଉକ୍ତ ରାସ୍ତାର କାର୍ଯ୍ୟ ସବୁ ଉଚ୍ଚ ଏବଂ ଆବଶ୍ୟକ ସ୍ଥାନରେ ବ୍ରିଜ୍‌ ନିର୍ମାଣ କରିବାକୁ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri