ବିଲୁପ୍ତିର ପଥେ ଶାଗୁଣା

ଚାଳିଶ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖାଯାଉଥିଲେ। ଗୋରୁ ଆଦି ଗୃହପାଳିତ ଜୀବ ମରିଗଲେ, ଶାଗୁଣାମାନେ କିପରି ସୁରାକ ପାଇ ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୃତ ଜୀବକୁ ଘେରି କେଇ ଘଣ୍ଟା ସମୟ ମଧ୍ୟରେ ଖାଇ ଶେଷ କରିଦିଅନ୍ତି। ଆମ ସଂସ୍କୃତିରେ ଶାଗୁଣାମାନଙ୍କୁ ସାଧାରଣତଃ ଅଶୁଭର ସଙ୍କେତ ମନେ କରାଯାଉଥିଲେ ସୁଦ୍ଧା ପରିବେଶୀୟ ଦୃଷ୍ଟିକୋଣରୁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ମଲାଜୀବଙ୍କ ଶଢ଼ା ମାଂସ ଖାଇ ପରିବେଶକୁ ସଫା ରଖିଥାଆନ୍ତି। ଶାଗୁଣା ନ ଥିଲେ ପୃଥିବୀରେ କୁଢ଼କୁଢ଼ ଶବ ଜମାହୋଇ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିସ୍ଥିତି ସଷ୍ଟି କରୁଥାଆନ୍ତା।
ଘୋର ପରିତାପର ବିଷୟ ଯେ, ଏବେ ଆମ ଦେଶରେ ପରିବେଶର ବନ୍ଧୁ ଏହି ଶାଗୁଣାମନଙ୍କ ବଂଶ ଦ୍ରୁତ ଲୋପ ପାଇବାରେ ଲାଗିଛି ଏବଂ ସେମାନଙ୍କର ସ୍ଥିତି ଏବେ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି। ଏବେ ଗାଁ ଗଣ୍ଡାରେ ଶାଗୁଣାମାନଙ୍କୁ ଦେଖିବା ବିରଳ। ଗାଁରେ ଗୋରୁ ମରିଗଲେ ମଲାଜୀବକୁ ଖାଇବା ପାଇଁ ଶାଗୁଣା ଆଉ ଗାଁକୁ ଆସୁନାହିଁ। ଏକ ହିସାବରୁ ଜଣାଯାଏ ଯେ, ବିଗତ ୧୯୮୦ ଦଶକରେ ଆମେ ଦେଶରେ ପ୍ରାୟ ୮ କୋଟି ଶାଗୁଣା ଥିଲାବେଳେ ଏବେ ସେମାନଙ୍କ ସଂଖ୍ୟା ୪୦୦୦ରୁ କମ୍‌। ସୁତରାଂ ଏବେଠୁଁ ସେମାନଙ୍କ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଏହି ବିରଳ ଓ ଉପକାରୀ ଜୀବ ଶାଗୁଣା ବଂଶର ଯେ ସମ୍ପୂର୍ଣ୍ଣ ବିଲୁପ୍ତି ଘଟିବ ଏଥିରେ ସନ୍ଦେହ ନାହିଁ। ଫଳରେ ସେମାନେ ଆମ ପିଲାମାନଙ୍କ ପାଇଁ କେବଳ ପଢ଼ାବହିର ଚିତ୍ର ହୋଇ ରହିଯିବେ ସିନା, ପ୍ରକୃତିରେ ଆଉ ଦେଖିବାକୁ ମିଳିବେ ନାହିଁ। ତେବେ ପ୍ରଶ୍ନ ଉଠେ : ଶାଗୁଣାଙ୍କ ଏହି ରହସ୍ୟମୟ ବିଲୁପ୍ତି ପାଇଁ ଦାୟୀ କିଏ?
ଏକ ଗବେଷଣାରୁ ଜଣାପଡ଼େ ଯେ, ଗୋରୁମାନଙ୍କୁ ଔଷଧ ରୂପେ ଦିଆଯାଉଥିବା ଡାଇକ୍ଲୋଫେନାକ ନାମକ ଏକ ରାସାୟନିକ ପଦାର୍ଥ ଏଥିପାଇଁ ଦାୟୀ। ଏହି ଔଷଧକୁ ସାଧାରଣତଃ ଗୋରୁ ଭଳି ଜୀବମାନଙ୍କଠାରେ ବିନ୍ଧା ଫୁଲା ଭଳି ଯନ୍ତ୍ରଣାର ଉପଶମ ନିମନ୍ତେ ପେନକିଲର୍‌ ରୂପେ ପ୍ରଦାନ କରାଯାଇଥାଏ। ଔଷଧ ସେବନ କରିଥିବା ଏହି ଜୀବମାନଙ୍କ ସମୟକ୍ରମେ ମୃତ୍ୟୁ ଘଟିଲେ, ଏହି ମୃତଜୀବଙ୍କ ଶବକୁ ଭକ୍ଷଣ କରୁଥିବା ଶାଗୁଣାମାନଙ୍କ ଶରୀରରେ ଏହି ରାସାୟନିକ ପଦାର୍ଥ ପ୍ରବେଶ କରେ। ଏହା ଶାଗୁଣାର ଶରୀରରେ ତୀବ୍ର ପ୍ରତିକ୍ରିୟା ଘଟାଇ ବୃକକ୍‌ (କିଡ୍‌ନୀ) ସମେତ ଏହାର ରେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମୀ କରିଦିଏ। ଫଳରେ ଏଭଳି ମଲାଜୀବକୁ ଖାଇଥିବା ଶାଗୁଣାର ଦୁଇ ତିନି ଦିନ ମଧ୍ୟରେ ମୃତ୍ୟୁ ଘଟେ। ଗବେଷଣାରୁ ଜଣାଯାଏ ଯେ, ଏହି ବିଷାକ୍ତ ପଦାର୍ଥର ସେବନ ଦ୍ୱାରା ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର ଶାଗୁଣାଙ୍କ ମଧ୍ୟରୁ ସମୁଦାୟ ୯୫%ଙ୍କ ମୃତ୍ୟୁ ଘଟିଲାଣି। କେବଳ ଆମ ଦେଶ ଭାରତ ନୁହେଁ, ସମଗ୍ର ଉପମହାଦେଶର ଅନେକ ଦେଶ ଯଥା ନେପାଳ, ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ଶାଗୁଣାଙ୍କ ସଂଖ୍ୟାରେ ଏବେ ଦ୍ରୁତ ଅବନତି ପରିଲକ୍ଷିତ ହେଉଛି।
ଏବେ ସରକାରଙ୍କ ଆଖି ଖୋଲିଛି। ଶାଗୁଣାମାନଙ୍କ ବଂଶରକ୍ଷା ନିମନ୍ତେ ସରକାର ବିଗତ ୨୦୦୬ ମସିହାଠାରୁ ଦେଶରେ ଏହି ଡାଇକ୍ଲୋଫେନାକ ପଦାର୍ଥରୁ ପ୍ରସ୍ତୁତ ସମସ୍ତ ଔଷଧର ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ଔଷଧ ପ୍ରସ୍ତୁତ କରୁଥିବା ସମସ୍ତ କମ୍ପାନୀର ଲାଇସେନ୍ସକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଏହାଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ ଶାଗୁଣାମାନଙ୍କ ସଂଖ୍ୟା ପୂର୍ବସ୍ଥିତିରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରାଯାଇଛି।
ଶାଗୁଣାମାନଙ୍କ ସୁରକ୍ଷା ନିମନ୍ତେ ଏବେ ଆମ ଦେଶରେ ପ୍ରତିଷ୍ଠିତ ମୁମ୍ବାଇସ୍ଥିତ ପ୍ରାକୃତିକ ବିଜ୍ଞାନ ପରିଷଦ ଓ ପଶ୍ଚିମବଙ୍ଗର ଦୁଇଟି ଶାଗୁଣା ପ୍ରଜନନ କେନ୍ଦ୍ର କାର୍ଯ୍ୟ କରୁଛନ୍ତି। ମାତ୍ର ଏହି କେନ୍ଦ୍ରସବୁରୁ ଜନ୍ମିତ ଶାଗୁଣାମାନଙ୍କୁ ପରିବେଶ ସମ୍ପୂର୍ଣ୍ଣ ଡାଇକ୍ଲୋଫେନାକ୍‌ ମୁକ୍ତ ନ ହେବା ପର୍ଯ୍ୟନ୍ତ ତୁରନ୍ତ ପଦାକୁ ଛାଡ଼ି ହେବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ। ଗୋରୁମାନଙ୍କ ଶରୀରରୁ ସଂଗୃହୀତ ନମୁନାରୁ ଜଣାପଡ଼ିଛି ଯେ, ଏବେ ବି ପ୍ରାୟ ୧୦% ଜୀବଙ୍କ ଶରୀରରେ ଏହି ମାରାତ୍ମକ ପଦାର୍ଥର ଅବଶେଷ ରହିଛି। ଏଭଳି ପରିସ୍ଥିତି ଶାଗୁଣାର ବଞ୍ଚିରହିବା ପାଇଁ ସହନୀୟ ନୁହେଁ। ନିକଟରେ ନେପାଳ ସରକାର ମଧ୍ୟ ନିଜ ଦେଶରେ ଡାଇକ୍ଲୋଫେନାକ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରି ଏହା ବଦଳରେ ଅନ୍ୟ ଏକ ବିକଳ୍ପ ପଦାର୍ଥ ମେଲୋକ୍ସିକାମ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ଏସବୁ ପଦକ୍ଷେପ ଦ୍ୱାରା ଶାଗୁଣାମାନଙ୍କୁ ବିଲୁପ୍ତିର ଦ୍ୱାରଦେଶରୁ ଫେରାଇ ଆଣିହେବ ବୋଲି ବିଶ୍ୱାସ କରାଯାଏ। ମାତ୍ର ଶାଗୁଣାମାନଙ୍କ ପ୍ରଜନନ ଅତି ମନ୍ଥର ହୋଇଥିବାରୁ ସେମାନଙ୍କ ସଂରକ୍ଷଣ ପ୍ରକ୍ରିୟା ସମୟସାପେକ୍ଷ ବୋଲି ଜଣାପଡ଼ିଛି।
ପରିବେଶର ଅବକ୍ଷୟ ଯୋଗୁ ଏକଦା ଆମ ଗାଁ ଗହଳିରେ ପ୍ରଚୁର ଦେଖାଯାଉଥିବା ଜୀବ ଯଥା ଶାଗୁଣା, ଶଂଖଚିଲ, ମାଟିଆଚିଲ, ହଳଦୀବସନ୍ତ, ଅନ୍ଧାରୁଆ ବଗ ଆଦିଙ୍କ ସଂଖ୍ୟା କମି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି। ଏହାଦ୍ୱାରା ପ୍ରକୃତିର ଜୈବବିବିଧତା ହ୍ରାସ ପାଇବା ସାଙ୍ଗକୁ ଖାଦ୍ୟଶୃଙ୍ଖଳ ପ୍ରକ୍ରିୟା ଭଳି ସୂକ୍ଷ୍ମ ପରିବେଶୀୟ ସନ୍ତୁଳନରେ ବାଧା ଉପୁଜୁଛି। ସୁତରାଂ ସମୟ ଆସିଛି, ଆମେ ଆମ ଚତୁଃପାର୍ଶ୍ୱର ଶାଗୁଣା ଭଳି ଜୀବମାନଙ୍କ ପରିବେଶପ୍ରିୟ ଭୂମିକାକୁ ଉପଲବ୍ଧି କରି ସେମାନଙ୍କ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଉଚିତ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର୍‌,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri