ସ୍ତନ୍ୟପାନ ଲାଗି ପ୍ରୋତ୍ସାହନ

ମା’ କ୍ଷୀର ମା’ କ୍ଷୀର
ସବୁ ମମତାର ଗନ୍ତାଘର ସେ, ସବୁ ସେନେହର ଧାର
ମା’ କ୍ଷୀର ମା’ କ୍ଷୀର
ପ୍ରଭୁଙ୍କ ଆଶିଷ ଝରିଯାଏ ଯହିଁ ହୋଇ ଅମୃତର ଝର
ମା’ କ୍ଷୀର ମା’ କ୍ଷୀର
ଶିଶୁ ଜୀବନର ସ୍ପନ୍ଦନ ସେ ଯେ,
ପ୍ରତିଟି ଟୋପାରୁ ଶୁଭୁଥାଏ ଯା’ର ସଂଜୀବନୀର ସ୍ବର।

ମା’ ଯେମିତି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶବ୍ଦ, ଠିକ୍‌ ସେମିତି ମା’ କ୍ଷୀର ହେଉଛି ଶିଶୁ ପାଇଁ ସର୍ବୋତ୍କୃଷ୍ଟ ଖାଦ୍ୟ। ମା’ କ୍ଷୀର ସଂଜୀବନୀ ସଦୃଶ। ଶିଶୁକୁ ଏହା ଦିଏ ନୂଆ ଜୀବନ। କ୍ଷୀରର ପ୍ରତ୍ୟେକ ବିନ୍ଦୁରୁ ଝରୁଥାଏ ମା’ର ମମତାର ସ୍ବର।
ମା’ମାନଙ୍କୁ ସ୍ତନ୍ୟପାନ ପାଇଁ ପ୍ରୋତ୍ସାହିତ କରିବା ତଥା ମା’ ଓ ଶିଶୁ ପାଇଁ ସ୍ତନ୍ୟପାନର ଉପକାରିତା ବିଷୟରେ ସଚେତନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା, ୟୁନିସେଫ୍‌ ଏବଂ ଗ୍ଲୋବାଲ୍‌ ବ୍ରେଷ୍ଟ ଫିଡିଂ କଲେକ୍ଟିଭ୍‌ ର ମିିଳିତ ଉଦ୍ୟମରେ ସାରା ବିଶ୍ୱରେ ଅଗଷ୍ଟ ୧ରୁ ୭ତାରିଖ ଯାଏଁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ‘ ପାଳନ କରାଯାଉଛି ା ତେବେ ଚଳିତ ବର୍ଷ ଏହି ଉପଲକ୍ଷେ ବାର୍ତ୍ତା ହେଉଛି- ‘ସ୍ତନ୍ୟପାନ ପାଇଁ ମା’ମାନଙ୍କୁ ପ୍ରୋତ୍ସାହିତ କରିବା ସହ ସାହାଯ୍ୟ ମଧ୍ୟ କରିବା ଜରୁରୀ।’ ସ୍ତନ୍ୟପାନ ଏକ ମାତ୍ର ଉପାୟ, ଯାହା ମାଧ୍ୟମରେ ପ୍ରତିବର୍ଷ ୮ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କର ଜୀବନରକ୍ଷା ହୋଇପାରୁଛି ଏବଂ ଶିଶୁ ମୃତ୍ୟୁହାର କମିଯାଇ ପାରୁଛି। ଏଥିରେ ଜନ୍ମର ଏକବର୍ଷ ମଧ୍ୟରେ ତଥା ୧ରୁ ୫ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁହାର ମଧ୍ୟ କମିଯାଉଛି ା ତେଣୁ ଶିଶୁଙ୍କୁ ସୁସ୍ଥ ସବଳ ଓ ନୀରୋଗ ରଖିବା ପାଇଁ ମା’ମାନଙ୍କୁ ସ୍ତନ୍ୟପାନ ସମ୍ପର୍କରେ ପ୍ରଶିକ୍ଷଣ ଦେବା ତଥା ଶିଶୁ ପାଇଁ ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ଏହି ସପ୍ତାହର ଲକ୍ଷ୍ୟ ା
ମା’ କ୍ଷୀର ହେଉଛି ଏକ ସର୍ବୋତ୍କୃଷ୍ଟ, ପ୍ରାକୃତିକ ପରିପୂରକ ଖାଦ୍ୟ, ଯେଉଁଥିରେ ରହିଛି ପୋଷକ ସନ୍ତୁଳନତା, ଯାହା ଶିଶୁଟି ପାଇଁ ସଂପୂର୍ଣ୍ଣ ଉପଯୋଗୀ। ତେବେ ଏଥିରେ ପ୍ରଥମ ସଚେତନତାର ବାର୍ତ୍ତା ଦେବେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ।
କାରଣ ଏଥିରେ ପ୍ରାଥମିକ ପ୍ରସ୍ତୁତି ଗର୍ଭର ୫ମାସ ବେଳକୁ ହୋଇଥାଏ।
ଏହି ସମୟରେ ଇଷ୍ଟୋ୍ରଜେନ୍‌, ପ୍ରୋଜେଷ୍ଟେରୋନ୍‌ ଓ ପ୍ରୋଲାକ୍ଟିନ୍‌ ପ୍ରଭାବରୁ କ୍ଷୀର ତିଆରିର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ ଗର୍ଭାବସ୍ଥାର ଶେଷ ପର୍ଯ୍ୟନ୍ତ ଯାଇଥାଏ ା ତେଣୁ ଏହି ସମୟରେ ରିଟ୍ରାକ୍ଟେଡ ନିପୁଲ୍‌ ବା ସ୍ତନରେ ଅନ୍ୟ କିଛି ଅସୁବିଧା ଥିଲେ ତା’ର ଚିକିସତ୍ା କରିବା ଆବଶ୍ୟକ।
ଏହାଛଡ଼ା ଗର୍ଭର ଶେଷ ମାସରେ ପ୍ରସବ ପୂର୍ବରୁ ନିପୁଲ୍‌କୁ ସଫା ରଖିବାକୁ ହୋଇଥାଏ। ଏହି ସମୟରେ ସ୍ତନ୍ୟପାନ ପାଇଁ ମା’ର ମାନସିକ ଓ ଶାରୀରିକ ପ୍ରସ୍ତୁତି ହୋଇଥାଏ। ଆଣ୍ଟେନାଟାଲ ଚେକ୍‌ଅପ୍‌ ସମୟରେ ମଧ୍ୟ ସ୍ତନ୍ୟପାନ ଜନିତ ବିଭିନ୍ନ ପ୍ରଶ୍ନର ଉତ୍ତର ଡାକ୍ତରମାନେ ଦେଇଥାନ୍ତି , ଯାହାଦ୍ୱାରା ମା’ମାନଙ୍କର ଉଦ୍‌ବେଗ ଦୂର ହୋଇଥାଏ।
ପ୍ରସବ ହେବା ପରେ ପରେ ମା’ମାନଙ୍କୁ ପ୍ରୋତ୍ସହିତ କରିବା ତଥା ସେମାନଙ୍କୁ ସ୍ତନ୍ୟପାନର ଠିକ୍‌ ପୋଜିସନରେ ଖାଇବାକୁ ଦେବା ନର୍ସିଂ ଷ୍ଟାଫମାନଙ୍କର କର୍ତ୍ତବ୍ୟ। ଡେଲିଭରି ପରେ ନର୍ସିଂସିଷ୍ଟରମାନଙ୍କର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ା ନରମାଲ ଡେଲିଭରି ହେଉ ଅବା ସିଜରିଆନ୍‌ ସେକ୍‌ସନ ପରେ ପରେ ସଙ୍ଗେ ସଙ୍ଗେ ସେମାନେ ମା’କୁ ଶିଶୁକୁ କ୍ଷୀର ଖୁଆଇବାରେ ଦରକାର। ବିଶେଷ ଭାବରେ କଷକ୍ଷୀର ଯେ ଶିଶୁର ପ୍ରଥମ ଟୀକା ଓ ଏଥିରେ ଭିଟାମିନ୍‌ ଏ, ଡି, ଇ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ଅଛି, ସେକଥା ମା’ମାନେ ଜାଣିବା ଆବଶ୍ୟକ।
ମା’କୁ ସ୍ତନ୍ୟପାନ ପାଇଁ ଉପଯୁକ୍ତ ପରିବେଶ ଯୋଗାଇଦେବା ପରିବାରର ଦାୟିତ୍ୱ। ବେଳେବେଳେ ଘରେ ଗୁରୁଜନମାନେ ଶିଶୁଟିକୁ ଧରନ୍ତି ଏବଂ ଭିଡ ଯୋଗୁଁ ଲାଜରେ ମା’ ଶିଶୁଟିକୁ ଖୁଆଇ ପାରେ ନାହିଁ। ଏକା ଥିଲେ ବା ଯୁଗ୍ମ ପରିବାରରେ ଥିଲେ, ଘର କାମ କରିବାକୁ ପଡେ।ଏଥିରେ ଶିଶୁଟି ଅବହେଳାର ଶିକାର ହୁଏ। ଏହାଛଡା ସୁଷମ ଖାଦ୍ୟର ଅଭାବ ଦେଖାଦେଇଥାଏ। ସବୁ ଘରକାମ, ରନ୍ଧାବଢା ଆଦି ସରୁ ସରୁ ଶିଶୁକୁ ଖୁଆଇବାକୁ ସମୟ ହୁଏ ନାହିଁ। ଏହାଛଡା କେତେକ ଗ୍ରାମାଞ୍ଚଳର କୁସଂସ୍କାର ପାଇଁ ମା’ ସୁଷମ ଖାଦ୍ୟ ଖାଇପାରେ ନାହିଁ। ଏହି ସମୟରେ ମା’କୁ ହାଇକ୍ୟାଲୋରି ଯୁକ୍ତ ଖାଦ୍ୟ ଯୋଗାଇଦେବାରେ ପରିବାରର ସାହାଯ୍ୟ ଓ ସମର୍ଥନ ନିହାତି ଜରୁରୀ। କର୍ମଜୀବୀ ମା’ ମାନେ ମଧ୍ୟ ନିଜ କ୍ଷୀର କାଢି ଫ୍ରିଜ୍‌ରେ ରଖି ନିଜ ଶିଶୁକୁ ଖୁଆଇ ପାରିବେ।
ସ୍ତନ୍ୟପାନ ଈଶ୍ୱରଙ୍କର ବରଦାନ। ଏହା ଶିଶୁର ଜନ୍ମଗତ ଅଧିକାର। ଏଥିରୁ ଶିଶୁକୁ ବଞ୍ଚତ୍ତ କରିବା ଉଚିତ ନୁହେଁ ା ମା’ର ଦୃଢ ଇଚ୍ଛାଶକ୍ତି ଓ ସମସ୍ତଙ୍କର ପ୍ରୋତ୍ସାହନ ତଥା ସାହାଯ୍ୟ ହିଁ ସାରା ବିଶ୍ୱରେ ଶିଶୁମାନଙ୍କୁ ଶିଶୁମୃତ୍ୟୁରୁ ରକ୍ଷା କରିପାରିବ।

ଡା. ସରୋଜିନୀ ଷଡ଼ଙ୍ଗୀ

-ସ୍ତ୍ରୀରୋଗ ବିଶେଷଜ୍ଞ
ଲିଙ୍କ୍‌ ରୋଡ୍‌ , କଟକ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri