ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହନ ଦିଅ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ମିଠାମକା, ବାଜରା, ଚଣା, ହରଡ଼ ଆଦି ଲଘୁଶସ୍ୟ, ତୈଳବୀଜ, ଫଳଚାଷ, ବ୍ୟବସାୟଭିତ୍ତିକ ପନିପରିବା ଚାଷ ଆଦିକୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କ୍ଷେତ୍ରସ୍ତରୀୟ ପ୍ରଦର୍ଶନ, କୌଶଳ ବିକାଶ ଏବଂ କୃଷକ ଅନୁପ୍ରେରଣା କାର୍ଯ୍ୟକ୍ରମ ଆଦି ନିୟମିତ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରେଙ୍ଗାଲି ପ୍ରକଳ୍ପର ଜାଇକା ସହାୟତା ଅଂଶ ପ୍ରକଳ୍ପର ସମୀକ୍ଷା କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ସଂଘମାନଙ୍କୁ ନୂତନ କୃଷିଭିତ୍ତିକ ଜୀବିକା ନିର୍ବାହ ପନ୍ଥା ବିଷୟରେ ଅନୁପ୍ରେରଣା ଓ ତାଲିମ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଦୀପ୍ତିରଞ୍ଜନ ପଣ୍ଡା ବୈଠକରେ ଯୋଗ ଦେଇ ସୂଚନା ଦେଇଥିଲେ ଯେ ବାମପାର୍ଶ୍ୱ କେନାଲ ଦୈର୍ଘ୍ୟ ୧୪୧ କି.ମି. ଏବଂ ଏହା ସମଲ ବ୍ୟାରେଜଠାରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୧ ଲକ୍ଷ ୧୪ ହଜାର ୩୦୦ ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ୭୧ କି.ମି. ପର୍ଯ୍ୟନ୍ତ କେନାଲ କାମ ଶେଷ ହୋଇ ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇଛି।
ବର୍ତ୍ତମାନ ଜାଇକା ସହାୟତାରେ କେନାଲ ୨ୟ ପର୍ଯ୍ୟାୟ ଅନ୍ତର୍ଗତ ୭୧ କି.ମି.ରୁ ୧୨୩ କି.ମି. ପର୍ଯ୍ୟନ୍ତ ମୁଖ୍ୟ କେନାଲ ସହ ୪ଟି ଶାଖା କେନାଲ ଏବଂ ବଣ୍ଟନ କେନାଲ ନିର୍ମାଣାଧୀନ ଅଛି। ଜାଇକା ସହାୟତାରେ ନିର୍ମାଣ ହେଉଥିବା ପ୍ରାୟ ୫୨ କି.ମି. ମୁଖ୍ୟ କେନାଲ ମାଧ୍ୟମରେ ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ। ଏହି ଅଂଶର ନିର୍ମାଣ ପାଇଁ ୨୨୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେଥିରୁ ଜାଇକା ଋଣ ୧୭୮୭ କୋଟି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅଂଶ ୪୬୮ କୋଟି। ନିର୍ମାଣାଧୀନ ଏହି ୫୨ କି.ମି.ରୁ ନିର୍ମାଣ ଶେଷ ହୋଇଥିବା ୨୫ କି.ମି. ମୁଖ୍ୟ କେନାଲ ଓ ୨ଟି ଶାଖା କେନାଲ ମାଧ୍ୟମରେ ଚଳିତ ଖରିଫ ଋତୁ ପାଇଁ ଢେଙ୍କାନାଳ ଜିଲା ଅନ୍ତର୍ଗତ କଙ୍କଡ଼ାହାଡ ଓ ଭୁବନ ବ୍ଲକର ୫୮୪୬ ହେକ୍ଟର ଏବଂ ଯାଜପୁର ଜିଲା ଅନ୍ତର୍ଗତ ସୁକିନ୍ଦା ବ୍ଲକର ୩୭୧୨ ହେକ୍ଟର ମୋଟ ୯୫୫୮ ହେକ୍ଟର ଜମିକୁ କେନାଲରୁ ପାଣି ଯୋଗାଇ ଦିଆଯାଇଛି। ୨ୟ ପର୍ଯ୍ୟାୟ ପ୍ରକଳ୍ପର ଅବଶିଷ୍ଟ କେନାଲ କାର୍ଯ୍ୟ ତ୍ୱରାନ୍ବିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସମୟ ଧାର୍ଯ୍ୟ କରିଛନ୍ତି। ୨୦୨୨ ଜୁଲାଇ ସୁଦ୍ଧା ୧୮,୫୫୮ ହେକ୍ଟର, ୨୦୨୩ ଜୁଲାଇ ସୁଦ୍ଧା ୨୩,୫୫୮ ହେକ୍ଟର ଏବଂ ୨୦୨୪ ଜୁଲାଇ ସୁଦ୍ଧା ସମୁଦାୟ ୪୦ ହଜାର ହେକ୍ଟର ଜମିକୁ କେନାଲ ପାଣି ଯୋଗାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ଏହି ବୈଠକରେ ଯୋଗ ଦେଇ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଚଳିତ ଖରିଫ ଋତୁ ପାଇଁ ବାମପାର୍ଶ୍ୱ କେନାଲ ବ୍ୟବସ୍ଥାରେ ୯୫୦୦ ହେକ୍ଟର ଚାଷ ଜମିକୁ ଯାଜପୁର କେନାଲରେ ପାଣି ଯୋଗାଇ ଦିଆଯାଇଛି। ରେଙ୍ଗାଲି ଡ୍ୟାମ୍‌ରୁ ମିଳିଥିବା ଏହି କେନାଲ ପାଣି ଚାଷୀମାନଙ୍କ ମନରେ ଖୁସି ଓ ନୂଆ ଭରସା ଆଣିଛି। ନୂଆ ଜଳସେଚନ ଯୋଗାଯାଉଥିବା ଅଞ୍ଚଳର ଚାଷୀମାନଙ୍କୁ ଅଣଧାନ ଅର୍ଥକରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହିତ କରିବା ସକାଶେ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତୀକରଣ ଉଦ୍ୟାନ ଚାଷ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଣଧାନ କୃଷି ଉତ୍ପାଦିତ ଦ୍ରବ୍ୟ ହିଁ କୃଷକଙ୍କୁ ଅଧିକ ଲାଭ ଦେବ। ଏହା ଦ୍ୱାରା ସେମାନଙ୍କର ରୋଜଗାର ବଢ଼ିବ। ଜଳସେଚିତ ଅଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ କୃଷି ବିପଣୀ ବୃଦ୍ଧି ପାଇବ। କୃଷକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ହେଲେ ହିଁ ଡ୍ୟାମ୍‌ ନିର୍ମାଣରେ ବିନିଯୋଗ ହୋଇଥିବା ଅର୍ଥରୁ ପ୍ରକୃତ ଲାଭ ମିଳିବ। ସମୟାନୁବନ୍ଧିତ କାର୍ଯ୍ୟାନ୍ବୟନ ନିମନ୍ତେ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରି ନିୟମିତ ତଦାରଖ ନିମନ୍ତେ ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗ ସଚିବଙ୍କୁ ପରାମର୍ଶ ଦେଇଥିଲେ। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri