Posted inଜାତୀୟ

ଯୋଗୀଙ୍କ ଶାସନରେ ଏନ୍‌କାଉଣ୍ଟର, ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି…

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଏନ୍‌କାଉଣ୍ଟରରେ ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୧୫୭୪ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଜବତ ହୋଇଛି। ଏସମ୍ପର୍କରେ ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ଅବନୀଶ କୁମାର ଅଓ୍ବସ୍ଥି ସୂଚନା ଦେଇଛନ୍ତି। ସେହିପରି ପୋଲିସ କାର୍ଯ୍ୟାନୁଷ୍ଠାନରେ ୩,୧୯୬ ଜଣ ଅପରାଧୀ ଆହତ ହୋଇଛନ୍ତି। ୨୦୧୭ ମାର୍ଚ୍ଚ ୨୦ରୁ ୨୦୨୧ ଜୁନ୍‌ ୨୦ ମଧ୍ୟରେ ଏଭଳି ଘଟିଛି। ଅପରପକ୍ଷରେ ୧୩ ଜଣ ଯବାନ ଶହୀଦ୍‌ ହୋଇଥିବାବେଳେ ୧,୧୨୨ ପୋଲିସ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନ୍ତର୍ଗତ ୧୩୭୦୦ ମାମଲା ରୁଜୁ ହୋଇଛି ଏବଂ ୪୩ ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାରାଣସୀ ଜୋନ୍‌ରେ ସର୍ବାଧିକ ୪୨୦ ମାମଲା ରୁଜୁ ହେବା ସହିତ ୨୦୨ କୋଟି ୨୯ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଜବତ ହୋଇଛି। ଗୋରଖପୁର ଜୋନ୍‌ରେ ୨୦୮ ମାମଲା ରୁଜୁ ହୋଇଥିବାବେଳେ ୨୬୪ କୋଟି ୮୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। ବରେଲୀ ଜୋନ୍‌ରେ ୧୮୪ କୋଟି ୮୨ ଲକ୍ଷ ଟଙ୍କାରୁ ଅଧିକ ବେଆଇନ ସମ୍ପତ୍ତିକୁ ସରକାର ଦଖଲ କରିଥିବା ମୁଖ୍ୟ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କୁ ଅପହରଣ କରି ନିଜ ଝିଅ ସହ ବିବାହ କରାଇଲେ

ପାଟନା,୧ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ...

୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ

ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର...

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ...

ୟୁସିସି ଲାଗୁ କରିବା ନେଇ କେନ୍ଦ୍ରକୁ ଦେଇ ପାରିବେନି ନିର୍ଦ୍ଦେଶ, ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧।୧୨: ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ...

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ମନକଥା କହିଲେ ରାହୁଲ ଗାନ୍ଧୀ, ଲେଖକ ହେବାର ଇଛା ଥିଲା ହେଲେ…

କନ୍ନୁର,୧।୧୨:କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ...

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri