ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୪।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍‌ ନିକଟ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ପାଖରେ ଗୁରୁବାର ରାତିରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଆହତ ହୋଇଛନ୍ତି। ସେମାନେ ହେଲେ ବିହାର କଟିଆର ଜିଲାର ମନୀଷ ଯାଦବ ଓ ସୋନୁ ଯାଦବ। ଉଭୟଙ୍କ ବାମଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ କ୍ୟପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର
ଭୁବନେଶ୍ୱରରେ ଦୁଇ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ଟିମ୍‌ ଲୁଟେରାଙ୍କ ପଲ୍‌ସର ବାଇକ୍‌ ଓ ଦୁଇ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ବଡ଼ଗଡ଼ ଥାନାରେ ଆର୍ମସ ଆକ୍ଟ ସହ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଆହତ ଅଭିଯୁକ୍ତଦ୍ୱୟ ଖୋରା ଗ୍ୟାଙ୍ଗର ସଦସ୍ୟ ହୋଇଥିବାବେଳେ ସେମାନେ ବିହାର ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଲୁଟ୍‌ କରି ଆତଙ୍କ ଖେଳାଉଥିଲେ। କିଛିଦିନ ହେଲା ଲୁଟେରାଦ୍ୱୟ ଭୁବନେଶ୍ୱରରେ ଲୁଟପାଟ୍‌ କରିଥିବାରୁ ପୋଲିସର ଟାର୍ଗେଟ୍‌ରେ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ଟ୍ରେନ୍‌ରେ ଯାତାୟାତ କରୁଥିବାବେଳେ ବିଭିନ୍ନ ଷ୍ଟେଶନରୁ ବାଇକ୍‌ ଚୋରି କରୁଥିଲେ। ଉକ୍ତ ଚୋରା ବାଇକରେ ସହର ସାରା ବୁଲି ଲୁଟ୍‌ କରୁଥିଲେ। ପରେ ବାଇକକୁ ଷ୍ଟେଶନରେ ଥୋଇ ଘରକୁ ଚାଲିଯାଉଥିଲେ। ଗତ ମାର୍ଚ୍ଚ ୨୦ରେ ଲୁଟେରାଦ୍ୱୟ ଭୁବନେଶ୍ୱରରେ ୬ଟି ଲୁଟ୍‌କାଣ୍ଡ ଭିଆଇ ପୋଲିସର ଚିନ୍ତା ବଢ଼ାଇଥିଲେ। ସେଥିମଧ୍ୟରୁ ଶ୍ରୀଲିଙ୍ଗରାଜ ଥାନା, ମଞ୍ଚେଶ୍ୱର, କ୍ୟାପିଟାଲ, ଚନ୍ଦ୍ରଶେଖରପୁରରେ ଗୋଟିଏ ଓ ବଡ଼ଗଡ ଥାନା ଅଞ୍ଚଳରେ ଦୁଇ ମାମଲା ରହିଥିଲା। ସିସିଟିଭି ଫୁଟେଜ୍‌ରୁ ଲୁଟେରାଦ୍ୱୟଙ୍କୁ ପୋଲିସ ଚିହ୍ନଟ କରି ସେମାନଙ୍କ ଉପରେ କଡ଼ା ନଜର ରଖିଥିଲା। ଗୁରୁବାର ରାତି ପ୍ରାୟ ୧୦ଟାରେ ଲୁଟେରାଦ୍ୱୟ କଟକ-ପୁରୀ ବାଇପାସ ରୋଡରେ ବୁଲାବୁଲି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ପୋଲିସ ଟିମ୍‌ ଉଭୟଙ୍କୁ କାବୁ କରିବାକୁ ଜାଲ ବିଛାଇଥିଲା। ତେବେ ପୋଲିସ ଟିମ୍‌ ଖୋଜାଖୋଜି କରୁଥିବା ବେଳେ ସାଇମନ୍ଦିର ଛକ ନିକଟରେ ଲୁଟେରାଙ୍କ ସହ ଭେଟ ହୋଇଥିଲା। ପୋଲିସକୁ ଦେଖି ଲୁଟେରାଦ୍ୱୟ ଟଙ୍କପାଣି ବ୍ରିଜ୍‌ ଆଡ଼କୁ ଦ୍ରୁତଗତିରେ ବାଇକ୍‌ ମୁହାଁଇଥିଲେ। ପରେ ସେମାନେ ବାଙ୍କୁଆଳ ବାଲିଯାତ୍ରା ଆଡ଼କୁ ଯାଉଥିବାବେଳେ ଏକ ସିମେଣ୍ଟ ପାଚେରିରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସକୁ ଦେଖି ସେମାନେ ବନ୍ଧୁକ ଚଳାଇଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଏହି ସମୟରେ ପରସ୍ପର ମଧ୍ୟରେ ୮ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିମାଡ଼ରେ ପୋଲିସ ବର୍ତ୍ତି ଯାଇଥିବାବେଳେ ଲୁଟେରାଦ୍ୱୟ ଆହତ ହୋଇ ତଳେ ପଡ଼ିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୩ ତାରିଖ ପାହାନ୍ତାରେ କଟକ-ପୁରୀ ବାଇପାସ୍‌ ରୋଡ କେଶୁରା ନିକଟରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ ଓ ପୋଲିସ ଟିମ୍‌ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ଜଣେ ଲୁଟେରା ଆହତ ହୋଇଥିବାବେଳେ ଦୁଇଜଣ ଧରାପଡ଼ିଥିଲେ। ସେହିପରି ଫେବୃଆରୀ ୧୭ ଭୋର ବେଳେ ଆପାର୍ଟମେଣ୍ଟ ଲୁଟେରାଙ୍କୁ ବାଲିଅନ୍ତା ଅଞ୍ଚଳରେ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଏହି ସମୟରେ ୫ଜଣ ଖସି ପଳାଇଥିବା ବେଳେ ଜଣେ ଲୁଟେରା ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri