Posted inଜାତୀୟ

ନିଯୁକ୍ତି ସଙ୍କୁଚିତ, ଆଶାୟୀ ହତାଶ

ନୂଆଦିଲ୍ଲୀ,୧୫।୪: ୨୦୨୨ ମାର୍ଚ୍ଚରେ ଭାରତର ଶ୍ରମଶକ୍ତି ୩.୮ ନିୟୁତ ହ୍ରାସ ପାଇଛି। ୨୦୨୧ ଜୁଲାଇ ପରଠୁ ଏହା ହେଉଛି ୮ ମାସ ମଧ୍ୟରେ ସର୍ବନିମ୍ନ। ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ନ ମିଳିବା ଭାରତୀୟ ଅର୍ଥନୀତି ପାଇଁ ଅନଟନର ସବୁଠୁ ବଡ଼ ସଙ୍କେତ ବୋଲି ଗୁରୁବାର ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।
ସିଏମ୍‌ଆଇଇ ଏହାର ସଦ୍ୟ ରିପୋର୍ଟରେ ଦର୍ଶାଇଛି ଯେ, ଭାରତରେ ଗତ ମାର୍ଚ୍ଚରେ ନିଯୁକ୍ତି ୧.୪ ନିୟୁତ ସଙ୍କୁଚିତ ହୋଇ ୩୯୬ ନିୟୁତକୁ ଖସିଛି। ଅନ୍ୟପକ୍ଷେ ଏହି ଅବଧିରେ ବେକାରି ସମସ୍ୟା ୨.୪ ନିୟୁତ ହ୍ରାସ ପାଇଛି। ଫେବୃୟାରୀରେ ନିଯୁକ୍ତି ହାର ୩୬.୭% ଥିବାବେଳେ ମାର୍ଚ୍ଚରେ ୩୬.୫% ରହିଛି। ବେକାରି ହାର ଫେବୃୟାରୀରେ ୮.୧% ଥିବାବେଳେ ମାର୍ଚ୍ଚ ମାସରେ ଏହା ୭.୬%କୁ ଖସିଥିବାରୁ ସାମାନ୍ୟ ଉନ୍ନତି ଆସିଥିବା ମନେହୋଇପାରେ। ତେବେ ଆଶାୟୀମାନେ ବିଭିନ୍ନ କର୍ମ ସଂସ୍ଥାନରେ ନିୟୋଜିତ ହେବା ଯୋଗୁ ବେକାରି ହାର ହ୍ରାସ ପାଇନାହିଁ। ୨୦୨୨ ମାର୍ଚ୍ଚର ଶ୍ରମ ବଜାର ପରିସଂଖ୍ୟାନ ଭାରତୀୟ ଅର୍ଥନୀତିର ଦୁରବସ୍ଥାକୁ ସୂଚାଉଛି। ଲକ୍ଷ ଲକ୍ଷ ଲୋକ ଚାକିରି ବା ଅନ୍ୟ କର୍ମ ସଂସ୍ଥାନ ନ ପାଇ ଶ୍ରମ ବଜାର ଛାଡ଼ିଦେଇଛନ୍ତି। ନିଯୁକ୍ତି ନ ପାଇ ହତାଶ ହୋଇଯିବା ପରେ ଚାକିରି ଆଉ ମିଳିବ ନାହିଁ ବୋଲି ନିଶ୍ଚିତ ହୋଇ ସେମାନେ ଖୋଜିବା ବନ୍ଦ କରିଦେଇଛନ୍ତି। ଫଳରେ ଲେବର ପାର୍ଟିସିପେଶନ୍‌ ରେଟ୍‌ (ଏଲ୍‌ପିଆର୍‌) ମାର୍ଚ୍ଚରେ ୩୯.୫%କୁ ଖସିଛି, ଯାହାକି ଫେବୃୟାରୀରେ ୩୯.୯% ଥିଲା। ଏପରି କି ୨୦୨୧ ଏପ୍ରିଲ-ଜୁନ୍‌ରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ବେଳେ ମଧ୍ୟ ଶ୍ରମ ଯୋଗଦାନ ହାର ୩୯.୬% ଥିଲା।

ଏଲ୍‌ପିଆର୍‌ ତଳମୁହଁା ହେବା ନିଯୁକ୍ତି ସୁଯୋଗରେ ଅଭିବୃଦ୍ଧିର ଅଭାବକୁ ଦର୍ଶାଉଛି ବୋଲି ସିଏମ୍‌ଆଇଇ ଏହାର ସାପ୍ତାହିକ ଶ୍ରମ ବଜାର ବିଶ୍ଳେଷଣରେ ଉଲ୍ଲେଖ କରିଛି। ସିଏମ୍‌ଆଇଇ ଡାଟା ଅନୁସାରେ ମାର୍ଚ୍ଚରେ ୧.୪ ନିୟୁତ ନିଯୁକ୍ତି ହ୍ରାସ ପାଇଛି। ସେଥିରୁ ଅଣକୃଷି ନିଯୁକ୍ତି ୧୬.୭ ନିୟୁତ କମିଥିବାବେଳେ କୃଷି କ୍ଷେତ୍ରରେ ନିଯୁକ୍ତି ୧୫.୩ ନିୟୁତ ବୃଦ୍ଧି ପାଇଛି। ରବି ଅମଳ ପାଇଁ ଶ୍ରମିକମାନେ ପ୍ରସ୍ତୁତ ହେଉଥିବାରୁ କୃଷି କ୍ଷେତ୍ରରେ ଏହି ଋତୁକାଳୀନ ଚାହିଦା ବଢ଼ିଥାଇପାରେ। ଅଣକୃଷି କ୍ଷେତ୍ରର ନିଯୁକ୍ତି କଥା ଦେଖିଲେ ଗତ ମାର୍ଚ୍ଚରେ ଶିଳ୍ପରେ ୭.୬ ନିୟୁତ, ମାନୁଫାକ୍ଚରିଂ ସେକ୍ଟରରେ ୪.୧ ନିୟୁତ, ନିର୍ମାଣରେ ୨.୯ ନିୟୁତ ଓ ଖଣି ଖନନରେ ନିୟୋଜିତ ଶ୍ରମିକଙ୍କ ନିଯୁକ୍ତି ୧.୧ ନିୟୁତ ହ୍ରାସ ପାଇଛି।
କେନ୍ଦ୍ର ସରକାର ଦେଶବାସୀଙ୍କୁ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ଦେଖାଉଥିବାବେଳେ ଅନୁରୂପ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ପରିଲକ୍ଷିତ ହେଉନାହିଁ। ତେଣୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୨ ପ୍ରତିଶତରେ ସୀମିତ ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। ପୂର୍ବରୁ ଏହା ୭.୮% ରହିବା ନେଇ ଅନୁମାନ କରାଯାଇଥିଲା। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ରେକର୍ଡ ଭାଙ୍ଗୁଥିଲେ ହେଁ ଗତ ଫେବୃୟାରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ଅଭିବୃଦ୍ଧିର ଯେଉଁ ଗୋଲାପୀ ଚିତ୍ର ଦେଶବାସୀଙ୍କୁ ଦେଖାଇଥିଲେ ତାହା କ୍ରମଶଃ ପାଣିଚିଆ ହେବାରେ ଲାଗିଛି। ଗୋଟିଏପଟେ ଧନୀଙ୍କ ସମ୍ପତ୍ତି ବଢ଼ୁଛି, ଅନ୍ୟପକ୍ଷେ ଗରିବମାନେ ଆହୁରି ଗରିବ ହେବାରେ ଲାଗିଛନ୍ତି। ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ରିପୋର୍ଟ, ୨୦୨୨ ଅନୁସାରେ ଭାରତର ଶୀର୍ଷରେ ଥିବା ୧୦ ପ୍ରତିଶତ ଧନୀଙ୍କ ଆୟ ତଳସ୍ତରର ୫୦% ଲୋକଙ୍କ ଆୟଠାରୁ ୯୬ ଗୁଣ ଅଧିକ। କେନ୍ଦ୍ର ସରକାରଙ୍କ ଆର୍ଥତ୍କ ସଂସ୍କାର ଓ ଉଦାରୀକରଣରୁ ସର୍ବାଧିକ ଲାଭାନ୍ବିତ ହୋଇଛନ୍ତି ସବା ଉପରେ ଥିବା ୧% ଧନୀ। ଏହି ଆର୍ଥିକ ଅସନ୍ତୁଳନକୁ ବିରୋଧୀ ‘ଦୁଇଟି ଭାରତ’ର ଆଖ୍ୟା ଦେଇଛନ୍ତି। ଗୋଟିଏ ଧନୀଙ୍କ ଭାରତ ଓ ଅନ୍ୟଟି ଗରିବଙ୍କ ଭାରତ।
ଥିଙ୍କ୍‌ଟ୍ୟାଙ୍କ ସିଏମ୍‌ଆଇ ପକ୍ଷରୁ ନିକଟରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ମାର୍ଚ୍ଚରେ ଜାତୀୟସ୍ତରରେ ବେରୋଜଗାରି ହାର ୭.୮% ଥିବାବେଳେ କଂଗ୍ରେସ ଶାସିତ ଛତିଶଗଡ଼ରେ ଏହା ମାତ୍ର ୦.୬% ଥିଲା। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଗୋଧନ ନ୍ୟାୟ ଯୋଜନା ଭଳି କାର୍ଯ୍ୟକ୍ରମ ଚଳାଇବା ସହ ଟି-କଫି ବୋର୍ଡ ଗଠନ ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)କୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଛତିଶଗଡ଼ ଅଗ୍ରଣୀ ଭୂମିକା ନେଇଛି। କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକୁ ୧୦୦ ଦିନର ନିଯୁକ୍ତି ଗ୍ୟାରେଣ୍ଟି ଦେଉଥିବା ଏହି ଯୋଜନା ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୭୩,୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ ୨୫.୫୧% କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri