ଏଣିକି ସମ୍ବଲପୁରୀ ପୋଷାକ ପିନ୍ଧିବେ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨।୮: ଝାରାସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ମାସର ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଶୁକ୍ରବାର ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧିବେ। ଏ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସମ୍ବଲପୁରୀ ବସ୍ତ୍ରକୁ ଅଧିକ ଜନାଦୃତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।