ବ୍ୟାଙ୍କରୁ ଟଙ୍କା ଚୋରି କରି କର୍ମଚାରୀ ବହିଷ୍କୃତ

ପୁରୀ ଅଫିସ,୧୧।୯: ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କର ମାର୍କେଟ ଛକସ୍ଥିତ ଶାଖା କାର୍ଯ୍ୟାଳୟ ଲକରରୁ ୪୩ ହଜାର ଟଙ୍କା ଚୋରି ଅଭିଯୋଗ ହୋଇଛି। ଖୋଳତାଡ଼ ପରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହି ଟଙ୍କା ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏହି ବ୍ୟାଙ୍କର ଏକ ଲକରରୁ ୧୦ ଟଙ୍କିଆ କଏନର ୪୩ ହଜାର ଟଙ୍କା ଚୋରି ହୋଇଯାଇଥିବା ବୁଧବାର ଜଣାପଡିଥିଲା। ଏ ନେଇ ବ୍ୟାଙ୍କର ସଭାପତି ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଅତିରିକ୍ତ ଜିଲାପାଳ ମୁଖ୍ୟ ଶାଖାର ସମ୍ପାଦକଙ୍କୁ ଏହାର ତଦନ୍ତ କରି ଜଣାଇବା ସହ ନିଜେ ମଧ୍ୟ ଅନୁଧ୍ୟାନ କରିଥିଲେ। ତଦନ୍ତ ବେଳେ ବ୍ୟାଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲକର ଚାବି ପାଇ ସେଥିରୁ ଟଙ୍କା ନେଇଥିବା ଜଣାପଡିଥିଲା। ଉକ୍ତ କର୍ମଚାରୀ ଟଙ୍କା ଫେରାଇ ଥିବାବେଳେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri