କର୍ମଚାରୀଙ୍କୁ ନିଶାଦ୍ରବ୍ୟ ମନା

କଟକ ଅଫିସ,୨୪ା୨: ଏସ୍‌ସିବି ମେଡିକାଲରେ କାମ କରୁଥିବା କୌଣସି କର୍ମଚାରୀ ନିଶାଦ୍ରବ୍ୟ ସେବନ କରିପାରିବେ ନାହିଁ। ମେଡିକାଲରେ ଡ୍ୟୁଟିରେ ଥିବା ବେଳେ ଯଦି କେହି କର୍ମଚାରୀ ନିଶାଦ୍ରବ୍ୟ ରଖିଥିବେ କିମ୍ବା ଖାଉଥିବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଏସ୍‌ସିବି ଅଧୀକ୍ଷକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।