ଡାକ୍ତରଖାନା ଉଭାନ, କର୍ମଚାରୀ ନେଉଛନ୍ତି ଦରମା

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଚିକିତ୍ସା କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସହ ରୋଗରୁ ମୁକ୍ତି ପାଇବେ। ହେଲେ କେନ୍ଦ୍ରାପଡ଼ା ଜିଲା ସହର ମଧ୍ୟସ୍ଥଳ ଫକୀରାବାଦ୍‌ରେ ଥିବା ଡାକ୍ତରଖାନା ୨୦ ବର୍ଷ ହେଲା ଉଭାନ ହୋଇଯାଇଛି। କିନ୍ତୁ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ମାସକୁ ମାସ ଦରମା ନେଉଛନ୍ତି। ଫଳରେ ସରକାରଙ୍କ ରାଜସ୍ବ ହାନି ହେଉଥିବା ବେଳେ ଲୋକେ ଚିକିତ୍ସା ସେବା ପାଉନାହାନ୍ତି। ରୋଗୀ ଖୋଜିଲେ ମଧ୍ୟ ଡାକ୍ତରଖାନାର ପତ୍ତା ମିଳୁନାହିଁ। ଡାକ୍ତରଖାନା ଥିବା ସ୍ଥାନରେ ଏବେ ଦୋକାନ ବଜାର ଗଢ଼ିଉଠିଛି। ଯଦି ସହରାଞ୍ଚଳରେ ଏଭଳି ଘଟିପାରୁଛି, ତେବେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା କିପରି ଚାଲିଥିବ ତାହା ଏଥିରୁ ଅନୁମେୟ।
ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ, ୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଫକୀରାବାଦ୍‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପାରମ୍ପରିକ ପାର୍ସି-ଆରବିକ୍‌ ୟୁନାନୀ ଚିକିତ୍ସା ପାଇଁ ଏକ ଡାକ୍ତରଖାନା ଖୋଲାଯାଇଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ଏହି ଚିକିତ୍ସାଳୟରେ ଚିକିତ୍ସିତ ହେବା ସହ ଆବଶ୍ୟକ ପଡ଼ିଲେ ଏଠାରେ ରହୁଥିଲେ। ପ୍ରାୟ ୮ ବର୍ଷ ଏହି ଡାକ୍ତରଖାନା ଚାଲିଥିଲା। ତେବେ ୟେଲୋପାଥି ଔଷଧର ବହୁଳ ବ୍ୟବହାର ପାଇଁ ୟୁନାନୀ ଚିକିତ୍ସା କେନ୍ଦ୍ର ପ୍ରାୟ ଅଚଳ ହୋଇପଡିଥିଲା। କିଛିଦିନ ପରେ ଡାକ୍ତରଖାନାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ତେବେ ଏହି ଚିକିତ୍ସା କେନ୍ଦ୍ରର ଜଣେ ଡାକ୍ତର ଓ ଜଣେ ସ୍ବାସ୍ଥ୍ୟକର୍ମୀ ପ୍ରତି ମାସ ଦରମା ନେଉଥିବା ଆଲୋଚନା ହେଉଛି। ବିଜୁବାବୁଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୟୁନାନୀ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ ସରକାର ଭଦ୍ରକ ଜିଲାରେ ଏହି ଚିକିତ୍ସାଳୟକୁ ବିକଶିତ କରିଛନ୍ତି। ତେବେ ବିଜୁବାବୁଙ୍କ କର୍ମସ୍ଥଳୀରୁ ଚିକିତ୍ସା କେନ୍ଦ୍ର ଉଭାନ ହେବାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ୟୁନାନୀ ଚିକିତ୍ସା ଆୟୁଷ ବିଭାଗ ଅଧୀନରେ ଅଛି। ଏହି ଚିକିତ୍ସା କେନ୍ଦ୍ର ଆମ ଅଧୀନରେ ନାହିଁ। ଡାକ୍ତରଖାନା ଉଭାନର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri