ମାର୍ଶାଘାଇ, ରାଜକନିକାରେ ଜେଏମ୍‌ଏଫ୍‌ସି କୋର୍ଟ ଦାବି

କେନ୍ଦ୍ରାପଡ଼ା ଅଫିସ,୧୬ା୫: କେନ୍ଦ୍ରାପଡ଼ା ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ଅନ୍ତର୍ଭୁକ୍ତ ୭୮୩ଟି ଦେୱାନୀ, ଫୌଜଦାରି, ପାରିବାରିକ ଓ ମୋଟରଯାନ ଦୁର୍ଘଟଣା ମଧ୍ୟରୁ ୧୭୨ଟିର ଫଏସଲା ହୋଇଥିଲା। ଏଥିସହ ୪୫୭୬ ବ୍ୟାଙ୍କଋଣ ମାମଲା ମଧ୍ୟରୁ ୧୭୯ଟି ଫଏସଲା କରାଯାଇଥିଲା। କ୍ରମବର୍ଦ୍ଧିଷ୍ଣୁ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ରାପଡ଼ାରେ ବାଣିଜି୍ୟକ କୋର୍ଟ ସ୍ଥାପନ ହେବ ବୋଲି ଗତ ୨ ତାରିଖରେ ଘୋଷଣା କରିଛନ୍ତି। ତେବେ ଜିଲାରେ ମାମଲା ସଂଖ୍ୟା ବଢୁଥିବା ବେଳେ ମାର୍ଶାଘାଇ ଓ ରାଜକନିକାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ଦାବି ହୋଇଛି। ଗତ ଏପ୍ରିଲ ସୁଦ୍ଧା ଜିଲାର ମୋଟ ୫୫,୩୨୯ଟି ଦେୱାନୀ ଓ ଫୌଜଦାରି ମାମଲା ପଡ଼ିରହିଛି। ଏଥିମଧ୍ୟରୁ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ୨୭,୫୧୪ ମାମଲା ବିଚାରାଧୀନ ରହିଛି। ସେହିପରି ବାଳ ଅପରାଧ ସମ୍ପର୍କିତ ୧୭୩ ମାମଲା ମଧ୍ୟରୁ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ୩୫ଟି ମାମଲା ରହିଛି। ତ୍ୱରିତ ନ୍ୟାୟ ପାଇଁ ଭିତ୍ତିଭୂମି ଯୋଗାଇଦେବାକୁ ଜିଲାର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା କୋର୍ଟର ୱେବ୍‌ ତଥ୍ୟ ଅନୁଯାୟୀ ଜିଲାଜଜ୍‌ଙ୍କ ନିକଟରେ ଗତ ଏପ୍ରିଲ ଶେଷ ସୁଦ୍ଧା ୩,୨୬୪ ମାମଲା ରହିଛି। ସେହିପରି ଆଡହକ ଏଡିଜେ କୋର୍ଟରେ ୨୩୧ଟି, ଏଡିଜେ କୋର୍ଟରେ ୧୨୫୯ଟି, ସିଜେଏମ୍‌ କୋର୍ଟରେ ୫୭୩ଟି, ରେଜିଷ୍ଟ୍ରାରଙ୍କ ନିକଟରେ ୨୦୬ଟି, ସିନିୟର ସିଭିଲ ଜଜ୍‌ କୋର୍ଟରେ ୩୭୧୪ଟି, ସିନିୟର ସିଭିଲ ଜଜ୍‌ (ଏଲ୍‌ଆର ଓ ଏଲ୍‌ଟିଭି) କୋର୍ଟରେ ୩୧୫ଟି, ଏଏସ୍‌ଜେ କୋର୍ଟରେ ୯୧୮ଟି, ସିଭିଲ ଜଜ୍‌ କୋର୍ଟରେ ୩୯୫୫, ଏସ୍‌ଡିଜେଏମ୍‌ କୋର୍ଟରେ ୨୦,୯୩୨ଟି, ପଟ୍ଟାମୁଣ୍ଡାଇସ୍ଥିତ ସିନିୟର ସିଭିଲ ଜଜ୍‌ କୋର୍ଟରେ ୩୭୩୬ଟି, ସିଭିଲ ଜଜ୍‌ ଓ ଜେଏମ୍‌ଏଫ୍‌ସି କୋର୍ଟରେ ୫୪୦୪ଟି, ଜେଏମ୍‌ଏଫ୍‌ସିରେ ୬୩୮, ଆଳିସ୍ଥିତ ଜେଏମ୍‌ଏଫ୍‌ସି ଓ ସିଭିଲ ଜଜ୍‌ କୋର୍ଟରେ ୬୯୪୧ଟି ଓ ରାଜନଗରସ୍ଥ ଏନ୍‌ଜିଏନ୍‌ ଓ ଜେଏମ୍‌ଏଫ୍‌ସି କୋର୍ଟରେ ୩୨୪୩ଟି ମାମଲା ରହିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରମୋଦ କୁମାର ସ୍ବାଇଁ, ପ୍ରତାପ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ହେଉଛି ବିଚାର ବିଭାଗ। ଯେଉଁଠି ସମସ୍ତ ବ୍ୟବସ୍ଥା ଫେଲ୍‌ ମାରେ ସେଠାରେ ସାଧାରଣ ଲୋକ ବିଚାର ବିଭାଗର ଆଶ୍ରା ନେଇଥାନ୍ତି। ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସାମାଜିକ ଜୀବନକୁ ବ୍ୟତିବ୍ୟସ୍ତ କରାଉଛି। ଏସବୁ ମଧ୍ୟରେ ଜିଲାର ମାର୍ଶାଘାଇ ଅଞ୍ଚଳ ନ୍ୟାୟିକ ବ୍ୟବସ୍ଥା ଭିତ୍ତିଭୂମିରେ ପଛୁଆ ଅଛି। ପୂର୍ବରୁ ଏହି ଅଞ୍ଚଳରେ ଗ୍ରାମ୍ୟ ନ୍ୟାୟାଳୟ ବା ଜେଏମ୍‌ଏଫ୍‌ସି ହେବ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଥିଲେ। ରାଜନେତା ଏ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାର ସୁଫଳ ମିଳିନାହିଁ। ଏପରି କି ଏଠାରେ ଥିବା ପୋଲିସ ପ୍ରଶାସନର ସିଆଇ କାର୍ଯ୍ୟାଳୟକୁ ଉଠାଇ ଦିଆଯାଇଛି। ସେହିପରି ମାର୍ଶାଘାଇକୁ ଏକ ସବ୍‌ଡିଭିଜନ ପାଇଁ ବାରମ୍ବାର ହେଉଥିବା ଉଦ୍ୟମ ଫେଲ୍‌ ମାରିଛି। ରାଜକନିକାର ସଞ୍ଜୟ କୁମାର ବେହେରା, ସୌଜନ୍ୟ କୁମାର ଦାସ ପ୍ରମୁଖ କହିଛନ୍ତି, ଏହି ଅଞ୍ଚଳରେ ଏକ ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ନୂତନ ବାଣିଜି୍ୟକ କୋର୍ଟ ଜିଲା ପାଇଁ ବହୁ ଆବଶ୍ୟକ ଥିବା ବେଳେ ଏହା ଦ୍ୱାରା ମାମଲାଗୁଡିକ ତ୍ୱରିତ ସମାଧାନ ହୋଇପାରିବ। ଏହାକୁ ସ୍ବାଗତ କରୁଛୁ ଓ ତୁରନ୍ତ ଭିତ୍ତିଭୂମି ପ୍ରତିଷ୍ଠା ହେଉ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଶ୍ୱ ଆନ୍ଦୋଳନରେ ପରିଣତ ହେବ ମିଶନ ଶକ୍ତି’

ଭୁବନେଶ୍ୱର, ୯।୩(ବ୍ୟୁରୋ): ମିଶନ ଶକ୍ତି ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଗଁା ଅର୍ଥନୀତିକୁ ଚଳ ଚଞ୍ଚଳ କରିପାରିଛି। ମିଶନ...

୭ ବଛର ହେଲା ଇନ୍ଦିରା ଆବସ ତିଆରିବାର: ବକିଆ ବିଲ୍‌ ଲାଗି ହିତାଧିକାରୀ ହଟ୍‌ହଟା

ଭବାନୀପାଟଣା/ପର୍ଲା,୨୩।୮(ଡି.ଏନ୍‌.ଏ.): ବଛ୍‌ରେ ନେଇସେ ୭ ବଛର ହେଲା ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ, ହେଲେ ଘରବନା ପଏସା ନେଇମିଲୁଛେ। ଇ ଦୁଖର...

ଗାଁ କଲ୍ୟାଣ ସମିତିକୁ ୨୦ ହଜାର

ଭୁବନେଶ୍ୱର,୨୦।୫(ବ୍ୟୁରୋ): କୋଭିଡ୍‌ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ସାମିଲ କରାଯାଇଛି। ଏ ବାବଦକୁ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା। ୨୦୨୧-୨୨ ବର୍ଷ...

ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି...

ବଡ଼ବିଲ କେଜେଏସ୍‌ ପିଲେଟ ପ୍ଲାଣ୍ଟରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଡ଼ବିଲ,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ କେଜେଏସ୍‌(କମଲଜିତ ସିଂହ ଆହଲୁୱାଲିଆ)ଙ୍କ ଶ୍ରୀଜଗନ୍ନାଥ ଷ୍ଟିଲ୍‌ସ ଆଣ୍ଡ ପାୱାର ଲିମିଟେଡ୍‌ ପିଲେଟ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଶ୍ରମିକମାନେ...

ସଙ୍କଟରେ ୬୦ ଟ୍ରାନ୍ସଫର୍ମର୍‌ ୟୁନିଟ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଟାଟା ପାୱାରର ନୀତି ରାଜ୍ୟର ୬୦ରୁ ଅଧିକ ଟ୍ରାନ୍ସଫର୍ମର ୟୁନିଟ୍‌ ଓ ସେଥିରେ କାମ କରୁଥିବା ୫ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ପ୍ରତି...

ଏହି ବିଜୟ ଆମ ପାଇଁ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନାକରି...

ଏନ୍‌ଆର୍‌ଇଜିଏସ୍‌ରେ ସରକାରୀ ଅର୍ଥ ହଡ଼ପ

ବାଲେଶ୍ୱର ଅଫିସ,୨।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ଥିବା ପୋଖରୀଗୁଡ଼ିକରୁ ବେଆଇନ ଭାବେ ମାଟି ଚୋରି ହେଉଛି। ପରେ ଏହାକୁ ଏମ୍‌ଜିଏନଆରଇଜିଏସ୍‌ରେ...

Advertisement
Archives

Model This Week