ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ରାଜନଗର,୧୬ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ବଳ ପାଟିରେ କଲମ ମାଧ୍ୟମରେ ଭାରତ ମାନଚିତ୍ର ଆଙ୍କି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ମାତ୍ର ୧ ମିନିଟ୍‌ ୩୩ ସେକେଣ୍ଡ ମଧ୍ୟରେ ଭାରତ ମାନଚିତ୍ର ଆଙ୍କି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସେ ସ୍ଥାନ ପାଇଛନ୍ତି।
ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଜଗନ୍ନାଥପୁର ଗଁାର ଭୀମସେନଙ୍କ ପୁଅ ହେଉଛନ୍ତି ସୌମ୍ୟରଞ୍ଜନ। ସେ ରାଜନଗରସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟର ଶେଷ ବର୍ଷର ଛାତ୍ର। ସେ ପାଟିରେ କଲମ ସାହାଯ୍ୟରେ ଭାରତ ମାନଚିତ୍ର ଆଙ୍କିବା ପରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଏହାକୁ ସ୍ଥାନ ଦେବାକୁ ଏପ୍ରିଲ ୨ରେ ଅନ୍‌ଲାଇନରେ ଆବେଦନ କରିଥିଲେ। ଅନ୍‌ଲାଇନ ଆବେଦନ ପରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ସୌମ୍ୟରଞ୍ଜନଙ୍କ ପାଖକୁ ଲିଙ୍କ୍‌ ଆସିଥିଲା। ସୌମ୍ୟରଞ୍ଜନ ମୋବାଇଲରେ ଟାଇମର ଅନ୍‌ କରିବା ସହ ପାଟିରେ କଲମ ଯୋଗେ ଭାରତ ମାନଚିତ୍ରକୁ ଅବିକଳ ଆଙ୍କିଥିଲେ। ସେ ଏହାର ଭିଡିଓ ସହ ସମସ୍ତ ପ୍ରମାଣପତ୍ର ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସକୁ ପଠାଇ ଥିଲେ। ଶନିବାର ମାନପତ୍ର, ମେଡାଲ ଡାକ ଯୋଗେ ଆସି ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୮୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୬୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବଜ୍ରପାତରେ ଗାଈଆଳଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲାରେ ବୁଧବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଗାଈଆଳଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲିଙ୍ଗରାଜ ବେହେରା। ତାଙ୍କ ଘର...

ପ୍ରଚାର ମଇଦାନରେ ବିଜେଡି ମେୟର ପ୍ରାର୍ଥୀ

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଗାମୀ ୨୪ ତାରିଖରେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ହେବ। ସୋମବାର ନାମାଙ୍କନର ଶେଷ ହୋଇଥିବାବେଳେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୪ରେ ଇଚ୍ଛୁକ...

ଦେବୋତ୍ତର ବିଭାଗ ଜମି ଅସୁରକ୍ଷିତ

ସୋନପୁର,୧୧।୪(ନି.ପ୍ର.): ମନ୍ଦିରମାଳିନୀ ତଥା ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲାରେ ରହିଛି ଶତାଧିକ ଏକର ଦୋବୋତ୍ତର ଜମି। ଏହି ସବୁ ଜମି ଜିଲା ସଦର ମହକୁମା ସମେତ...

ତବଲା, ପଖଜରେ ଚଳୁଛି ୫ ଜୀବନ

ଗୋପ,୨୦।୧(ଡ଼ି.ଏନ୍‌.ଏ): ଆସ୍ତେ ଆସ୍ତେ ଗ୍ରାମାଞ୍ଚଳର ଲୋକମାନେ ଆଧୁନିକତାର ଛାପକୁ ଅଧିକ ପସନ୍ଦ କରୁଥିବାବେଳେ ଏହି ଆଧୁନିକତାରେ ହଜିଯାଉଛି ମୃଦଙ୍ଗ, ତବଲା ଓ ପଖଜର ବାଦନ। କିନ୍ତୁ...

କଟକଣା ସହ ଆରମ୍ଭ ହେବ ଡିଏଲ୍‌, ଏଲ୍‌ଏଲ୍‌ ଟେଷ୍ଟିଂ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଡିଏଲ ଓ ଏଲଏଲ ପାଇଁ ବନ୍ଦ ହୋଇଯାଇଥିବା ଡ୍ରାଇଭିଂ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। ଆସନ୍ତା ଦୁଇରୁ...

ମ୍ୟୁନିସିପାଲିଟି ପକ୍ଷରୁ ଚଢ଼ାଉ: ଲକ୍ଷାଧିକ ଟଙ୍କାର ପଲିଥିନ ଜବତ

କୋରାପୁଟ,୧୬/୭(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପଲିଥିନ ଜବତ ହୋଇଛି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର...

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ...

Advertisement
Archives

Model This Week