ଅତୁଳନୀୟ ବୀମା ସମାଧାନକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୫: ଘରୋଇ ବଜାରରେ ବୀମା ଶିଲ୍ପର ଚାହିଦା ବୃଦ୍ଧି ପାଉଛି। ଏପରିକି ଗ୍ରାହକଙ୍କୁ ଅତୁଳନୀୟ ବୀମା ସମାଧାନ ଯୋଗାଇଦେବାକୁ ଘରୋଇ ବୀମା କମ୍ପାନୀ ବନ୍ଧନ ଲାଇଫ୍‌ ଗୁରୁତ୍ୱ ପ୍ରଦାନ କରୁଛି। ଏ ନେଇ ବନ୍ଧନ ଲାଇଫ୍‌ର ଏମ୍‌ଡି ତଥା ସିଇଓ ସତୀଶୱାର ବିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କମ୍ପାନୀ ବୀମା କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। ଏପରିକି ଡିଜିଟାଲ ଉଦ୍ଭାବନ ଏବଂ ରଣନୈତିକ ଭାଗୀଦାରି ଉପରେ ବିଶେଷ ଧ୍ୟାନଦେବା ସହ ଉପଲବ୍ଧତା ଏବଂ ଗ୍ରାହକଙ୍କ ଅନୁଭୂତି ବୃଦ୍ଧିକରି ବ୍ୟାପକ ଦର୍ଶକଙ୍କୁ ଅତୁଳନୀୟ ବୀମା ସମାଧାନ ପ୍ରଦାନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ସେହିଭଳି ଆମେ ବନ୍ଧନ ଲାଇଫ୍‌ ନାମରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛୁ। ଆମର ଅଭିନବ ଭାବନା ଏବଂ ବ୍ୟାପକ ପହଞ୍ଚ ସହ ଆମେ ଜୀବନର ପ୍ରତ୍ୟେକ ଦିଗରେ ଆଗକୁ ବଢିବା ପାଇଁ ବ୍ୟକ୍ତି ଏବଂ ପରିବାରକୁ ସଶକ୍ତ କରିବା ସହିତ ଉତ୍ସର୍ଗୀକୃତ ଅଛୁ ବୋଲି ସତୀଶୱାର ବି କହିଛନ୍ତି। ସେହିପରି ଆମେ ଭାବୁଛୁ ଯେ ବନ୍ଧନ ଲାଇଫ୍‌ ଦ୍ୱାରା ନିର୍ମିତ ପ୍ରତ୍ୟେକ ସ୍ବପ୍ନ ହେଉଛି,ଏକ ଉଜ୍ଜ୍ୱଳ ଭବିଷ୍ୟତର ଉଡ଼ାଣ। ‘ଭାରତ କି ଉଡ଼ାନ୍‌, ବନ୍ଧନ ସେ’ ପ୍ରତି ଆମର ପ୍ରତିବଦ୍ଧତା ଆମକୁ ନୂତନ ଶିଖରରେ ପହଞ୍ଚାଇବ। ସମଗ୍ର ଦେଶରେ ବ୍ୟକ୍ତି ଏବଂ ସମୁଦାୟକୁ ସଶକ୍ତ କରିବ ବୋଲି ସତୀଶୱାର ବି କହିଛନ୍ତି।

ଅପରପକ୍ଷରେ ୧,୦୦୦ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀର ସଙ୍କଳ୍ପ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ ଏକ ସମ୍ପ୍ରସାରିତ ଗ୍ରାହକ ଆଧାରକୁ ସେବା ପ୍ରଦାନ କରିବା ପାଇଁ ଏହାର ସମର୍ପଣକୁ ପ୍ରତିଫଳିତ କରିଥାଏ। ଅଧିଗ୍ରହଣ ପରେ ବର୍ତ୍ତମାନର ଲିଡରଶିପ୍‌ ଦଳ ଅପରିବର୍ତ୍ତିତ ରହିବ। ଏକ ନିରବଚ୍ଛିନ୍ନ ପରିବର୍ତ୍ତନକୁ ସୁଗମ କରିବା ଏବଂ କମ୍ପାନୀର ମୂଳନୀତିକୁ ବଜାୟ ରଖିବା ପାଇଁ ସଙ୍ଗଠନ ବର୍ତ୍ତମାନର ଲିଡରଶିପ୍‌ ପାଇଁ ଯୋଜନା କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଗନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ନାମରେ ପରିଚିତ ବନ୍ଧନ ଲାଇଫ୍‌ ତା’ର ଗତିଶୀଳ ନୂତନ ପରିଚୟ ଉନ୍ମୋଚନ କରିଛି,ଯେଉଁଥିରେ ‘ଭାରତ କି ଉଡାନ୍‌, ବନ୍ଧନ ସେ’ର ପ୍ରତିଶ୍ରୁତି ରହିଛି,ଯାହା ସାରା ଦେଶରେ ସ୍ବପ୍ନ ଏବଂ ଆକାଂକ୍ଷାର ପୋଷଣ ପାଇଁ ଏକ ପ୍ରତିବଦ୍ଧତା ଜାହିର କରୁଛି।

ଏହି ରଣନୀତିକ ପୁନଃ ବ୍ରାଣ୍ଡିଂ କମ୍ପାନୀ ପାଇଁ ଏକ ନୂତନ ଯୁଗର ସୂଚନା ଦେଉଛି, ଯାହା ଅଭିନବତ୍ୱ,ସଶକ୍ତୀକରଣ ଏବଂ ସମ୍ପ୍ରସାରଣ ଦ୍ୱାରା ଚିହ୍ନିତ ହୋଇଛି। ସେହିପରି ଏହାର ବିତରଣ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ବନ୍ଧନ ଲାଇଫ୍‌ ତା’ର ଲିଡରଶିପ୍‌ ଷ୍ଟାଫ୍‌ ବୃଦ୍ଧି କରିବ। ଏ ଦିଗରେ ମୁଖ୍ୟ ବ୍ୟବସାୟ ଅଧିକାରୀ ବାଙ୍କାସ୍ୟୁରାନ୍ସ ଭାବେ ଇନ୍ଦ୍ରନୀଲ ଦତ୍ତଙ୍କୁ ନିଯୁକ୍ତ କରିବା ବନ୍ଧନ ଲାଇଫ୍‌ର ଏକ ପ୍ରମୁଖ ମଲ୍ଟି ଚ୍ୟାନେଲ ବୀମା କମ୍ପାନୀ ହେବାର ସଂକଳ୍ପକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ଭାରତରେ ମହଙ୍ଗା ହୋଇପାରେ ଖାଦ୍ୟ ସାମଗ୍ରୀ ଓ ସାର: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri