ଧାନକିଣାରେ ସ୍ବଚ୍ଛତା ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୨୨।୬: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଗସ୍ତରେ ଆସି ଯୋଗାଣ, ସମବାୟ ସଂସ୍ଥା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମଙ୍ଗଳବାର ଜିଲା ପରିଷଦ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କକ୍ଷରେ ଆୟୋଜିତ ବୈଠକରେ ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ସଦସ୍ୟ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ। ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଧାନକିଣାରେ ସ୍ବଚ୍ଛତା, ଚାଷୀଙ୍କୁ ଧାନର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ରବିଧାନ ବିକ୍ରି ଲାଗି ଚାଷୀଙ୍କ ଠାରୁ କଟନିଛଟନି ଅଭିଯୋଗ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ଏବଂ ଅନ୍ୟ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ। ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲା ଯୋଗାଣ ଅଧିକାରୀ(ସିଏସଓ) ସୁଗୁଡା ମୁର୍ମୁ କହିଥିଲେ, ଚଳିତବର୍ଷ ରବିଧାନ ବିକ୍ରି ଲାଗି ଜିଲାରେ ୨୫ଶହ ଚାଷୀ ପଞ୍ଜୀକରଣ କରିଛନ୍ତି। ୨୨ଟି ପ୍ୟାକ୍ସରେ ୫୨୯୪୧ ମେଟ୍ରିକ ଟନ(ଏମଟି) ଧାନ କିଣିବା ଲାଗି ଟାର୍ଗେଟ ରହିଛି। ମଙ୍ଗଳବାର ସୁଦ୍ଧା ୧୧୩୬ଜଣ ଚାଷୀଙ୍କ ଠାରୁ ୪୦ହଜାର ୯୯୩ କୁଇଣ୍ଟାଲ ଧାନ କିଣାଯାଇଥିବା ସୂଚନା ଦେଇଥିଲେ। ତେବେ ରବିଧାନରେ ଚାଷୀଙ୍କ ଠାରୁ ୫କେଜି ପର୍ଯ୍ୟନ୍ତ କଟନିଛଟନି କରାଯାଉଥିବା ନେଇ ଅଭିଯୋଗ ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଧଉଳିମୁହଁ ପ୍ରାଥମିକ ସେବା ସମବାୟ ସମିତି ପରିଦର୍ଶନ କରି ଧାନର କ୍ୱାଲିଟି ପରୀକ୍ଷଣ ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲାରେ ୧୩୯ଟି ପ୍ୟାକ୍ସ ରହିଛି। ସେଥିରୁ ୬୦ ପ୍ରତିଶତ ପ୍ୟାକ୍ସର ନିଜସ୍ବ ଘର ରହିଥିବା ବେଳେ ବଳକା ସମିତି ଭଡା ଘରେ ଚାଲୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ସମିତିର ନିଜସ୍ବ କୋଠା ନିର୍ମାଣ ଲାଗି ଏଷ୍ଟିମେଟ କରି ବିଭାଗକୁ ପଠାଇବା ପାଇଁ ଡିଆରସିଏସକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ବୁଣାକାରଙ୍କ ଦକ୍ଷତା ବିକାଶ, ଆର୍ଥିକ ସ୍ବଚ୍ଛଳତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବୁଣାକାରଙ୍କ ସମସ୍ୟା ସମଧାନ ଦିଗରେ ଗୁରୁତ୍ୱ ଦେବା ଲାଗି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ପ୍ରଶାସନ) ମନୋଜ ପାଢୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ସିଏସଓ ମୁର୍ମୁ, ଅତିରିକ୍ତ ସିଏସଓ ବିଷ୍ଣୁପ୍ରସାଦ ପରିଡା, ଡେପୁଟି କୋଅପରେଟିଭ ରେଜିଷ୍ଟ୍ରାର (ଡିଆରସିଏସ) ଅଳକା ଜେନା, ଏଆରସିସି ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପର ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗୃହକମିଟି ଖୋର୍ଦ୍ଧା ବ୍ଲକ ନାଲିପଡା ଅର୍ଜୁନପୁର ପଞ୍ଚାୟତ ପରିଦର୍ଶନ କରିଥିଲେ। କମିଟି ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଯୋଗାଣ ସହାୟକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ। ଖାଉଟି ସାମଗ୍ରୀ ସୁଷମ ବଣ୍ଟନ ନେଇ ପରାମର୍ଶ ଦେଇଥିଲେ। ଏହା ପରେ ଗୋଦାମ ଗୃହର ଗଚ୍ଛିତ ରହିଥିବା ଚାଉଳର ମାନ ପରୀକ୍ଷଣ କରିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁଚରଣ ପରିଡା, ନରସିଂହ ପଣ୍ଡା, ଯୋଗାଣ ନିରୀକ୍ଷକ ସ୍ମୃତିରେଖା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ ଯୋଗାଣ ସହାୟକ ଆଶୁତୋଷ ମହାନ୍ତି, ଜିଆରଏସ ଦିପିକା ଜଗଦ୍ଦେବ, ନାଏବ ସରପଞ୍ଚ ସୁବାସନୀ ବଡଜେନା, ଓ୍ବାର୍ଡସଭ୍ୟ ଗନ୍ଧର୍ବ ନାୟକ, ଅମିତା ଲେଙ୍କାଙ୍କ ସମେତ ସମସ୍ତ କର୍ମଚାରୀ, ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri