ପ୍ରଶିକ୍ଷଣ, ଗବେଷଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ତୃତୀୟ ଦିନରେ ମଙ୍ଗଳବାର ଇଣ୍ଟରପୋଲ (ସିଙ୍ଗାପୁର)ର ନିର୍ବାହୀ ନିର୍ଦ୍ଦେଶକ ଏମ୍‌.ଏମ୍‌. ଓବରୋଇ ଯୋଗ ଦେଇଥିଲେ। ଭର୍ଚୁଆଲ ମାଧ୍ୟମରେ ଚାଲିଥିବା ଏହି ସମ୍ମିଳନୀରେ ଓବରୋଇ କମ୍ବାଟିଂ ସାଇବର କ୍ରାଇମ୍‌ ଏ ହୋଲିଷ୍ଟିକ ଆପ୍ରୋଚ ବିଷୟବସ୍ତୁ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ମୁଖ୍ୟତଃ ବିଶ୍ୱସ୍ତରରେ ସାଇବର ଅପରାଧର ବିସ୍ତାର ଓ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ। ଜିଲା, ରାଜ୍ୟ ଏବଂ ଜାତୀୟ ସୀମା ନିର୍ବିଶେଷରେ ଗୋଇନ୍ଦା ତଥ୍ୟ ସଂଗ୍ରହ, ଫୋରେନ୍‌ସିକ, ସାମର୍ଥ୍ୟ ବୃଦ୍ଧି, ପ୍ରଶିକ୍ଷଣ, ଯୁଗ୍ମ ସାଇବର ଅପରାଧର ତଦନ୍ତ ଉପରେ ଗୁରୁତ୍ୱାରୋପ କରିବା ସହ ସାଇବର ଅପରାଧକୁ ପ୍ରଭାବୀ ଢଙ୍ଗରେ ସାମ୍ନା କରିବାକୁ ଉନ୍ନତ ମାନର ଗବେଷଣା ଓ ବିକାଶ ଉପରେ ଜୋର ଦେଇଥିଲେ। ଅନ୍ୟପକ୍ଷେ କାନପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଏ. କରାଣ୍ଡିକର ଟେକ୍ନୋଲୋଜି ଇନ୍‌ ଏଡ୍‌ ପଲିସିଂ ଉପରେ ମତାମତ ଦେଇଥିଲେ। ୫ଜି ଓ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ ଆଦି ଟେକ୍ନୋଲୋଜି ମାଧ୍ୟମରେ ସନ୍ତ୍ରାସବାଦ, ବାମପନ୍ଥୀ ଉଗ୍ରବାଦ, ବିଶାଳ ଜନସମାଗମ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଥିବା ସାଧାରଣ ସୁରକ୍ଷାଜନିତ ଭୟ ଦୂର କରିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ନୂତନ ସମୟର ପ୍ରଯୁକ୍ତିବିଦ୍ୟା କିପରି ପୋଲିସର ଗୋଇନ୍ଦା ତଥ୍ୟ ସଂଗ୍ରହ, ଅପରାଧ ଚିହ୍ନଟ କ୍ଷେତ୍ରରେ ଉପଯୋଗ କରାଯାଇପାରିବ ସେ ବିକ୍ଷୟରେ ଆଲୋଚନା କରିଥିଲେ। ପରେ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମକୁ ସାମ୍ନା କରିବା, ଅଭିଯୁକ୍ତଙ୍କୁ ଗିରଫ, ହାଜତ ରହଣି ଓ ପଚରାଉଚରା ସମୟରେ କେଉଁ ପ୍ରକାର ଆଇନଗତ ପ୍ରକ୍ରିୟା ଅବଲମ୍ବନ କରାଯିବ ସେ ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସମେତ ସବୁ ଜିଲାର ଏସ୍‌ପି, ସଶସ୍ତ୍ର ବାଟାଲିଅନ କମାଣ୍ଡାଣ୍ଟ, ରେଞ୍ଜ୍‌ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଇଥିବା ଆଇପିଏସ ଅଧିକାରୀ, ହୋମଗାର୍ଡ, ଭିଜିଲାନ୍ସ, ଜେଲ୍‌ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri