‘ଉତ୍ପାଦନ,ବଜାର ଉପଯୋଗିତାକୁ ଗୁରୁତ୍ୱ’

ଭୁବନେଶ୍ୱର,୮।୧୨: ବର୍ତ୍ତମାନ ସମୟରେ ଗୋପାଳନ ସଂଖ୍ୟା ହ୍ରାସ ପାଉଥିବାରୁ ଅନେକ ପ୍ରକାର ସମସ୍ୟା ଦେଖାଦେଉଛି। ବିଶେଷ କରି ଗୋସମ୍ପଦ ଓ ଉତ୍ପାଦର ପରିମାଣର ହ୍ରାସ ପାଇବାରେ ଲାଗିଛି। ଏପରିକି ଗୋପାଳନ ସହ ଦୁଗ୍ଧ ଉତ୍ପାଦନ ଓ ବଜାର ଉପଯୋଗିତାକୁ ଗୁରୁତ୍ୱ ଦେବାକୁ ଡ. ଦିଲୀପ ରଥ ଏକ ଗବେଷଣାତ୍ମକ କର୍ମଶାଳାରେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ , ଇନଖଷ୍ଟିଚ୍ୟୁ୍‌ଟ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ନିକଟରେ ଗୁଜରାଟର ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ ବଲ୍ଲଭ ବିଦ୍ୟାନଗର ଦ୍ୱାରା ମ୍ୟାନେଜମେଣ୍ଟରେ ପିଏଚ୍‌.ଡି. ଡିଗ୍ରୀ ପ୍ରଦାନ କରାଯାଇଛି।

ତାଙ୍କର ଗବେଷଣା ବିଷୟ ଥିଲା ‘ଭାରତର ଚୟନିତ ଅଞ୍ଚଳରେ ଉପତ୍ାଦକ ଅନୁଷ୍ଠାନ ଓ ନୀତି ପରିବେଶକୁ ସକ୍ଷମ କରି ଡେରୀ ବିକାଶ ଜରିଆରେ ଜୀବିକା ସୃଷ୍ଟି କରିବା’ ଗ୍ରାମୀଣ ଦୁଗ୍ଧଚାଷୀଙ୍କ ଜୀବିକା ସମସ୍ୟାକୁ ପରିଚାଳନା କରିବାରେ ଉକ୍ତ ଗବେଷଣା ବେଶ୍‌ ସହାୟକ ହେବ। ରଥଙ୍କ ଅନୁସନ୍ଧାନ ଗ୍ରାମୀଣ ଜୀବିକାର ଉତ୍ସ ତଥା ଦୁଗ୍ଧ ଉପତ୍ାଦନକାରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ତଥା ସ୍ବଚ୍ଛ ଆନୁଷ୍ଠାନିକ ସରଞ୍ଚନାର ଆବଶ୍ୟକତା ଭାବେ ଗୁରୁତ୍ୱ ଦେବ। ଗତ ଦଶନ୍ଧି ମଧ୍ୟରେ ଦୁଗ୍ଧ ବିକାଶ ସହ ତାଙ୍କର କାର୍ଯ୍ୟଧାରା ଅନୁଭୂତିରୁ ସେ ବହୁ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉଚ୍ଚତର ଶିକ୍ଷା ଶେଷ ପରେ ରଥ ୧୯୭୯ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପଶ୍ଚିମବଙ୍ଗ, ଓଡ଼ିଶା ସମେତ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି।

ପୂର୍ବରୁ ସେ ଏନ୍‌ଡିଡିବି ବୋର୍ଡର ଅଧ୍ୟକ୍ଷ ଥିଲେ। ଏହା ସହ ମଦର ଡେରୀ ଫ୍ରୁଟ୍‌ ଓ ଭେଜିଟେବୁଲ ପ୍ରା.ଲିଃ, ଇଣ୍ଡିଆନ ଇମ୍ୟୁନୋଲୋଜିକାଲ ଲିଃ, ଏନ୍‌ଡିଡିବି ଡେରୀ ସର୍ଭିସେସ୍‌, ଆଇଡିଏମସି ଲିଃ ଓ ପ୍ରିଷ୍ଟାଇନ ବାୟୋଲୋଜିକାଲ ଲିଃରେ କାର୍ଯ୍ୟ ମଧ୍ୟ କରିଛନ୍ତି। ରଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦରେ ୨୦୧୭ ଠାରୁ ଯୋଗଦେଇ ଚେୟାରମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ରଚିତ ଅନେକ ମୂଲ୍ୟବାନ୍‌ ପୁସ୍ତକ ବହୁ ଆଦୃତି ଲାଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri