‘ଉତ୍ପାଦନ,ବଜାର ଉପଯୋଗିତାକୁ ଗୁରୁତ୍ୱ’

ଭୁବନେଶ୍ୱର,୮।୧୨: ବର୍ତ୍ତମାନ ସମୟରେ ଗୋପାଳନ ସଂଖ୍ୟା ହ୍ରାସ ପାଉଥିବାରୁ ଅନେକ ପ୍ରକାର ସମସ୍ୟା ଦେଖାଦେଉଛି। ବିଶେଷ କରି ଗୋସମ୍ପଦ ଓ ଉତ୍ପାଦର ପରିମାଣର ହ୍ରାସ ପାଇବାରେ ଲାଗିଛି। ଏପରିକି ଗୋପାଳନ ସହ ଦୁଗ୍ଧ ଉତ୍ପାଦନ ଓ ବଜାର ଉପଯୋଗିତାକୁ ଗୁରୁତ୍ୱ ଦେବାକୁ ଡ. ଦିଲୀପ ରଥ ଏକ ଗବେଷଣାତ୍ମକ କର୍ମଶାଳାରେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ , ଇନଖଷ୍ଟିଚ୍ୟୁ୍‌ଟ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ନିକଟରେ ଗୁଜରାଟର ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ ବଲ୍ଲଭ ବିଦ୍ୟାନଗର ଦ୍ୱାରା ମ୍ୟାନେଜମେଣ୍ଟରେ ପିଏଚ୍‌.ଡି. ଡିଗ୍ରୀ ପ୍ରଦାନ କରାଯାଇଛି।

ତାଙ୍କର ଗବେଷଣା ବିଷୟ ଥିଲା ‘ଭାରତର ଚୟନିତ ଅଞ୍ଚଳରେ ଉପତ୍ାଦକ ଅନୁଷ୍ଠାନ ଓ ନୀତି ପରିବେଶକୁ ସକ୍ଷମ କରି ଡେରୀ ବିକାଶ ଜରିଆରେ ଜୀବିକା ସୃଷ୍ଟି କରିବା’ ଗ୍ରାମୀଣ ଦୁଗ୍ଧଚାଷୀଙ୍କ ଜୀବିକା ସମସ୍ୟାକୁ ପରିଚାଳନା କରିବାରେ ଉକ୍ତ ଗବେଷଣା ବେଶ୍‌ ସହାୟକ ହେବ। ରଥଙ୍କ ଅନୁସନ୍ଧାନ ଗ୍ରାମୀଣ ଜୀବିକାର ଉତ୍ସ ତଥା ଦୁଗ୍ଧ ଉପତ୍ାଦନକାରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ତଥା ସ୍ବଚ୍ଛ ଆନୁଷ୍ଠାନିକ ସରଞ୍ଚନାର ଆବଶ୍ୟକତା ଭାବେ ଗୁରୁତ୍ୱ ଦେବ। ଗତ ଦଶନ୍ଧି ମଧ୍ୟରେ ଦୁଗ୍ଧ ବିକାଶ ସହ ତାଙ୍କର କାର୍ଯ୍ୟଧାରା ଅନୁଭୂତିରୁ ସେ ବହୁ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉଚ୍ଚତର ଶିକ୍ଷା ଶେଷ ପରେ ରଥ ୧୯୭୯ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପଶ୍ଚିମବଙ୍ଗ, ଓଡ଼ିଶା ସମେତ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି।

ପୂର୍ବରୁ ସେ ଏନ୍‌ଡିଡିବି ବୋର୍ଡର ଅଧ୍ୟକ୍ଷ ଥିଲେ। ଏହା ସହ ମଦର ଡେରୀ ଫ୍ରୁଟ୍‌ ଓ ଭେଜିଟେବୁଲ ପ୍ରା.ଲିଃ, ଇଣ୍ଡିଆନ ଇମ୍ୟୁନୋଲୋଜିକାଲ ଲିଃ, ଏନ୍‌ଡିଡିବି ଡେରୀ ସର୍ଭିସେସ୍‌, ଆଇଡିଏମସି ଲିଃ ଓ ପ୍ରିଷ୍ଟାଇନ ବାୟୋଲୋଜିକାଲ ଲିଃରେ କାର୍ଯ୍ୟ ମଧ୍ୟ କରିଛନ୍ତି। ରଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦରେ ୨୦୧୭ ଠାରୁ ଯୋଗଦେଇ ଚେୟାରମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ରଚିତ ଅନେକ ମୂଲ୍ୟବାନ୍‌ ପୁସ୍ତକ ବହୁ ଆଦୃତି ଲାଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri