ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ହିସାବ ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୧୯।୧୦: ଧାମନଗର ଉପନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରାର୍ଥୀ, ତାଙ୍କ ପ୍ରତିନିଧି ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିର୍ବାଚନ କାର୍ଯ୍ୟ ପରିଚାଳନା, ପ୍ରଚାର ସମ୍ବନ୍ଧୀୟ ଖର୍ଚ୍ଚ, ଆଦର୍ଶ ଆଚରଣ ବିଧି ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଣେଶ ଗୁପ୍ତା, ଅତିରିକ୍ତ ଜିଲାପାଳ ରାମଦାସ ଟୁଡ଼ୁ, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅବାଧ, ମୁକ୍ତ ଓ ନିରପେକ୍ଷ ଉପନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଆଦର୍ଶ ଆଚରଣ ବିଧି ସମ୍ବନ୍ଧରେ ସାଧାରଣ ପର୍ଯ୍ୟବେକ୍ଷକ ଆଲୋଚନା କରିବା ସହ ତା’ର ଅନୁପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପୋଲିଂ, କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଦଳ ବା ପ୍ରାର୍ଥୀମାନଙ୍କ ପକ୍ଷରୁ ତାଲିମ ଦେବା, ମକ୍‌ପୋଲ ଆରମ୍ଭ ପୂର୍ବରୁ ଏଜେଣ୍ଟମାନେ ବୁଥ୍‌ରେ ପହଞ୍ଚିବା, ଇଭିଏମ୍‌ ରାଣ୍ଡାମାଇଜେସନ୍‌, କମିଶନିଂ, ଷ୍ଟ୍ରଙ୍ଗ୍‌ରୁମ୍‌ ଖୋଲାଯିବା କି ବନ୍ଦ ହେବା, ଆବଶ୍ୟକ ସମୟରେ ପ୍ରତିନିଧିମାନେ ଉପସ୍ଥିତ ରହିବା ଆଦି ବିଷୟରେ ସାଧାରଣ ପର୍ଯ୍ୟବେକ୍ଷକ ବୁଝାଇଥିଲେ। ସେହିପରି ଡାକ ଭୋଟ ପ୍ରକ୍ରିୟା ସମ୍ବନ୍ଧରେ ମଧ୍ୟ ସେ ଅବଗତ କରାଇଥିଲେ।
ଏହି ଉପନିର୍ବାଚନ ପାଇଁ ୫୦୫ଜଣ ଭୋଟର ଡାକ ଭୋଟ୍‌ ମାଧ୍ୟମରେ ମତଦାନ ପାଇଁ ସ୍ବୀକୃତି ଦେଇଥିବା ଜିଲାପାଳ ପ୍ରକାଶ କରିଥିଲେ। ବ୍ୟାନର, ପୋଷ୍ଟର, ଶୋଭାଯାତ୍ରା, ସାଧାରଣ ସଭା, ଡାକବାଜି ଯନ୍ତ୍ର, ନିର୍ବାଚନରେ ନିୟୋଜିତ ଭଡ଼ାଗାଡ଼ି ଆଦି କ୍ଷେତ୍ରରେ ଖର୍ଚ୍ଚ କରିହେବ। ନିୟମାନୁଯାୟୀ ଖର୍ଚ୍ଚ ହିସାବ ତାଲିକାଭୁକ୍ତ କରିବାକୁ ପଡ଼ିବ। ମଦ, ଟଙ୍କା କିମ୍ବା କୌଣସି ଉପହାର ପ୍ରାର୍ଥୀ ବାଣ୍ଟି ପାରିବେ ନାହିଁ। ଆସନ୍ତା ୨୧, ୨୬ ଓ ୩୧ ତାରିଖରେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ହିସାବ ଖାତା ତଦନ୍ତ କରାଯିବା ନେଇ ସୂଚନା ଦିଆଯାଇଛି। ଫଳାଫଳ ଘୋଷଣାର ୩୦ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ଖର୍ଚ୍ଚ ହିସାବ ଜିଲା ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରାର୍ଥୀଙ୍କ ଦ୍ୱାରା ଜମା ଦିଆଯିବ। ନିର୍ବାଚନରେ କୌଣସି ଅନିୟମିତତା କିମ୍ବା ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗ ୨୪ ଘଣ୍ଟା ଖୋଲା ରହିଥିବା କଣ୍ଟ୍ରୋଲରୁମ୍‌ ନମ୍ବର ୧୯୫୦କୁ ମଧ୍ୟ ଜଣାଇପାରିବେ ବୋଲି ଜିଲାପାଳ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri