‘ଶକ୍ତି ସଂରକ୍ଷଣକୁ ଗୁରୁତ୍ୱାରୋପ’

କଟକ,୨୩।୧୨:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ‘ଶକ୍ତି ସଂରକ୍ଷଣ’ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ଟିପିସିଓଡିଏଲ୍‌ର କର୍ମଚାରୀ, ଭେଣ୍ଡର ଏବଂ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା ବୃଦ୍ଧି କରାଇବା ସହ ଶକ୍ତି ଉତ୍ସକୁ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ନରାଜସ୍ଥିତ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରରେ ‘ଶକ୍ତି ସଂରକ୍ଷଣ’ ଶୀର୍ଷକ ଉପରେ ଏକ ସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା।
ସେହିପରି ଗ୍ରାମାଞ୍ଚଳର ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣକୁ ନେଇ ସଚେତନତାର ପ୍ରସାର କରିବା ଲାଗି ୪୫ ‘ଗାଁ ଚାଲ ଶିବିର’ ଆୟୋଜନ କରାଯାଇଥିଲା। ଉକ୍ତ ଶିବିରଗୁଡ଼ିକରେ ୧୬୫୦ରୁ ଅଧିକ ଗ୍ରାହକ ଅଂଶଗ୍ରହଣ କରିଥିଲେ। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଗ୍ରାହକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୫୦୦ରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଗ୍ରାହକମାନଙ୍କ ଲାଗି ଏକ ଅନ୍‌ଲାଇନ କୁଇଜ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଶକ୍ତି ସଂରକ୍ଷଣ ସପ୍ତାହ ଅବସରରେ ଟିପିସିଓଡିଏଲ୍‌ ପକ୍ଷରୁ ଶକ୍ତି ସଂରକ୍ଷଣ ଉପରେ ‘ଶ୍ରେଷ୍ଠ ପ୍ରଥା କାର୍ଯ୍ୟକାରିତା’ ଏବଂ ଚ୍ୟାଲେଞ୍ଜ ଶୀର୍ଷକ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଗ୍ରାହକଙ୍କ ପାଇଁ କିମ୍ବା ସଂସ୍ଥା ଭିତରେ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ଥିବା ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଥିଲା, ଯଥା ନିଜ କୋଠାରେ ଶକ୍ତି ଉପଯୋଗିତା କମ୍‌ କରିବା, ଅଧିକ ବିଦ୍ୟୁତ୍‌ ଅପଚୟ କରୁଥିବା ପୁରୁଣା ଡିଭାଇସ୍‌କୁ ବଦଳାଇ ବିଇଇ ଷ୍ଟାର ରେଟିଂ ଡିଭାଇସ୍‌ ଲଗାଇବା, ଅଧିକ ଶକ୍ତି ଦରକାର କରୁଥିବା ଇଲେକ୍ଟ୍ରିକ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବହାର କମ୍‌ କରିବା ଇତ୍ୟାଦି। କମ୍‌ ଶକ୍ତି ବ୍ୟବହାର କରି କାର୍ଯ୍ୟାଳୟ-ଗୃହ- ବାହ୍ୟ ସ୍ଥାନରେ ସର୍ବୋଚ୍ଚ ଫଳାଫଳ ହାସଲ କରିବା ଲାଗି ଅଭିନବ ଉପାୟ ଉପରେ ‘ଚ୍ୟାଲେଞ୍ଜ’ ପ୍ରତିଯୋଗିତା ପର୍ଯ୍ୟବସିତ ଥିଲା।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ କହିଛନ୍ତି, ପ୍ରାକୃତିକ ସମ୍ବଳକୁ ଅତି ହାଲୁକା ଢଙ୍ଗରେ ଗ୍ରହଣ କରିବା ଅନୁଚିତ। ଆମେ ସ୍ବଚ୍ଛ ଓ ସବୁଜ ଶକ୍ତି ଆଡ଼କୁ ପର୍ଯ୍ୟାୟକ୍ରମେ ଅଗ୍ରସର ହେଉଥିବା ବେଳେ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତକୁ ନିଶ୍ଚିତ କରିବା ଲାଗି ଆମକୁ ଶକ୍ତି ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ଛାତ୍ରୀଛାତ୍ରମାନେ ଉକ୍ତ ଅଭିଯାନର ବାର୍ତ୍ତାବହ ହେବା ଉଚିତ। ସେହିଭଳି ଆମ କ୍ଲବ୍‌ ଏନର୍ଜି ପ୍ରୋଗ୍ରାମ ଜରିଆରେ ଆମେ ତାହା ସୃଷ୍ଟି କରିଛୁ ବୋଲି ସେନ୍‌ବାଗମ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri