ଗ୍ରାହକସେବାକୁ ଗୁରୁତ୍ୱ

ଗାଡ଼ି ସର୍ଭିସ୍‌ ସେଣ୍ଟରରୁ ଶୋ ରୁମ୍‌ ମାଲିକ ପର୍ଯ୍ୟନ୍ତ ଯାତ୍ରା ଯେତିକି କଷ୍ଟ ଥିଲା, ତାହା ବର୍ଣ୍ଣନା କରିବା ସହଜ ନୁହେଁ। ହେଲେ ବହୁ ଘାତପ୍ରତିଘାତ ପରେ ଅନେକ ସଫଳତା ମଧ୍ୟ ମିଳିଛି। ବିଶେଷ କରି ଗାଡି ସର୍ଭିସ ସେଣ୍ଟର ପରେ ୩ଚକିଆ ଯାନର ଡିଲରଶିପ୍‌ ମିଳିଲା। ଏହାପରେ ୨ଚକିଆ ଓ ୪ଚକିଆ ଯାନର ଡିଲରଶିପ୍‌ରେ ପାଦ ଥାପିଛୁ। ଏପରିକି ଗ୍ରାହକ ସେବାକୁ ସର୍ବଦା ଗୁରୁତ୍ୱ ଦେଇ ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା ସଫଳ ଯୁବଦ୍ୟୋଗୀ ତଥା ସିଦ୍ଧିଲକ୍ଷ୍ମୀ ମହିନ୍ଦ୍ରାର ଡାଇରେକ୍ଟର
ରାଜ୍‌ କୁମାର ଅଗ୍ରୱାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର…

୧-ପ୍ର: କୋଭିଡ ପରବର୍ତ୍ତୀ ମାନ୍ଦାବସ୍ଥାକୁ କିଭଳି ଭାବେ ସାମ୍ନା କରୁଛନ୍ତି?
ଉ- କୋଭିଡ୍‌ ସମୟ ବେଶ୍‌ କଷ୍ଟସାଧ୍ୟ ଥିଲା। ମହାମାରୀ ସମୟରେ ପ୍ରଥମେ ନିଜକୁ ରକ୍ଷା କରି ଏତେବଡ଼ ପରିବାର(କର୍ମଚାରୀ)ଙ୍କ କଥା ଚିନ୍ତା କରିବା କଷ୍ଟକର ଥିଲା। ବିଶେଷ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ କିଭଳି ଭାବେ ସେମାନେ ସ୍ବାଭାବିକ୍‌ ଜୀବନ ବଞ୍ଚତ୍ବେ ସେନେଇ ମଧ୍ୟ ଭାବିବାକୁ ପଡ଼ୁଥିଲା। ଆଉ ଏହାପରେ ବ୍ୟବସାୟ ଦୟନୀୟ ଅବସ୍ଥାରେ ଚାଲିଛି। ଏଭଳି କି ଗାଡ଼ି ଶୋ ରୁମ୍‌ରେ ମହଜୁଦ୍‌ ରହୁଥିଲା କିନ୍ତୁ ବ୍ୟାଙ୍କ ରୁଣ ଛାଡ଼ୁ ନ ଥିଲା। ଏହାପରେ କମ୍ପାନୀର ସମ୍ପୂର୍ଣ୍ଣ ସହଯୋଗ ମିଳିଲା। ଏଥିସହ ଗାଡ଼ିର ବିଭିନ୍ନ ଉପକରଣ ଉପରେ ମଧ୍ୟ କମ୍ପାନୀର ସହାୟତା ରହିଲା।
୨-ପ୍ର: ଅଟୋମୋବାଇଲ ଇଣ୍ଡଷ୍ଟ୍ରିର କେଉଁ ସବୁ ପ୍ରମୁଖ ସମସ୍ୟା ରହିଛି?
ଉ- ଦେଶରେ ପ୍ରଥମେ ଗାଡ଼ିର ମୁଖ୍ୟ ସାମଗ୍ରୀ କୁହାଯାଉଥିବା ଚିପ୍‌ ଓ କଣ୍ଡକ୍ଟର ବିଦେଶରୁ ଆସୁଥିଲା। ବର୍ତ୍ତମାନ ଏହା ମେକ୍‌ ଇନ୍‌ ଇଣ୍ଡିଆ ଜରିଆରେ ଭାରତରେ ନିର୍ମାଣ କରାଯାଉଛି ଆଉ ସମ୍ପୂର୍ଣ୍ଣ ଭାବେ ଏହାର ନିର୍ମାଣ ହେଉନଥିଲେ ମଧ୍ୟ ଧୀରେ ଧୀରେ ବ୍ୟବସ୍ଥା କରାଯାଉଛି ଆଗାମୀ ଦିନରେ ଆଉ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଯାହା ଅଟୋମୋବାଇଲ ଇଣ୍ଡଷ୍ଟ୍ରି ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।
୩-ପ୍ର: ଅଟୋ ଇଣ୍ଡଷ୍ଟ୍ରିରେ ବିକ୍ରି କିମ୍ବା ସେବାରେ କେମିତି ଉନ୍ନତି କରିପାରିବା?
ଉ- ଗ୍ରାହକଙ୍କୁ ପ୍ରଥମେ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରାଧାନ୍ୟ ଦେବା, ଏଭଳି କି ଲୋକଙ୍କୁ ସଚେତନ କରିବା ହେଉଛି ପ୍ରଥମ ଦାୟିତ୍ୱ। କିଭଳି ସେମାନଙ୍କୁ ସେବା ଯୋଗାଇ ହେବ। ଗାଡ଼ି ଯେଉଁଭଳି ବାଟରେ ଅଟକିବ ନାହିଁ। ଆଉ ଯଦି ଗାଡ଼ି ରାସ୍ତାରେ ଛିଡ଼ା ହେଲା, ତେବେ ତାଙ୍କୁ କିଭଳି ତୁରନ୍ତ ସୁବିଧା ଯୋଗାଇ ହେବ ଏଥିପ୍ରତି ଧ୍ୟାନ ଦେବା ହିଁ ପ୍ରଥମ ଦାୟିତ୍ୱ। ଏଥି ସହ ଏବେ ଡିଜିଟାଲ ସମୟ ଆସିଲାଣି ସେଥିରେ ମଧ୍ୟ ଲୋକଙ୍କୁ ସଚେତନ କରିବା ସହ କିଭଳି ସୁବିଧା ଓ ସେବା ଯୋଗାଇ ହେବ ସେ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରିବା। ଏହା ହେଲେ ବିକ୍ରି ଓ ସେବା ସମ୍ପର୍କରେ ସେମାନେ ତଥ୍ୟ ଘରେ ବସି ପାଇପାରିବେ। ଏହା ହେଲେ ହିଁ ବିକ୍ରି ଓ ସେବାରେ ଉନ୍ନତି ଆସିବ।
୪-ପ୍ର: ବର୍ତ୍ତମାନ ସୁଦ୍ଧା ସିଦ୍ଧିଲକ୍ଷ୍ମୀ ମହିନ୍ଦ୍ରାର ଯାତ୍ରା କିଭଳି ରହିଛି?
ଉ- ମା ବାପାଙ୍କ ଆଶୀର୍ବାଦ ସହ ସମସ୍ତ ଭାଇଙ୍କ ସହଯୋଗ ଓ ଗ୍ରାହକମାନଙ୍କ ଭଲ ପାଇବା ସଫଳତା ଦେଇଛି। ପରିବାରର ମିଳିତ ଉଦ୍ୟମରେ ସଫଳତା ଆସୁଛି। ମାନସିକ ସ୍ତରରେ ସମସ୍ତଙ୍କର ସହଯୋଗ ମଧ୍ୟ ରହିଛି, ଯେଉଁ ସମୟରେ ଆମେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲୁ, ସେତେବେଳେ ୩ଚକିଆ ଯାନ ବିକ୍ରି କରିଥିଲୁ। ପରେ ଦୁଇ ଚକିଆ ଯାନର ଡିଲରଶିପ୍‌ ମିଳିଲା, ହେଲେ ତାହା ମଧ୍ୟ ସେ ସମୟରେ ଏତେ ପରିମାଣରେ ବଜାରରେ ଚାଲିନଥିଲା। ପରେ ୨୦୧୫ରେ ମହିନ୍ଦ୍ରାର ଡିଲରସିପ୍‌ ନେଇଥିଲୁ ପରେ ଧୀରେ ଧୀରେ ବିଭିନ୍ନ ପ୍ରଡ଼କ୍ଟ ବଜାରକୁ ଆସିଥିଲା ଆଉ ମାର୍କେଟ୍‌ରେ ଏବେ ବୋଲେରୋ ନିଓ, ଏକ୍ସୟୁଭି ୩୦୦-୭୦୦, ସ୍କର୍ପିଓ ଏବଂ ଥାର୍‌ ଭଳି ପ୍ରଡକ୍ଟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି।
୫-ପ୍ର: ଇଭି ମାର୍କେଟ ଉପରେ ଆପଣଙ୍କ ମତ କଣ?
ଉ- ସରକାର ଯେଉଁ ଯୋଜନା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଡିଜେଲ ଓ ପେଟ୍ରୋଲ ଗାଡ଼ିରେ ପ୍ରଦୂଷଣ ବଢ଼ୁଛି ଏଭଳି କି ବାୟୁମଣ୍ଡଳ ମଧ୍ୟ ଦୂଷିତ ହେଉଛି, ବୈଦ୍ୟୁତିକ ଯାନ ଆସିଲେ ଏଥିରେ ହ୍ରାସ ପାଇବ। ଏଭଳି କି ତୈଳ ପାଇଁ ବିଦେଶ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ ନାହିଁ। ଏ ନେଇ ପ୍ରତ୍ୟେକ ଲୋକ ସଚେତନ ହେବା କଥା। ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରୋସତ୍ାହନ ଯୋଗାଇ ଦିଆଯାଉଛି।
୬-ପ୍ର: ପରିବାର ଓ ବ୍ୟବସାୟକୁ କିଭଳି ଭାବେ ପରିଚାଳନା କରିଥାନ୍ତି?
ଉ- ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟ ଏକ ବଡ଼ ସମସ୍ୟା ଥିଲାବେଳେ ଉଭୟ ପରିବାର ଓ ବ୍ୟବସାୟକୁ ସମୟ ଦେବା କଷ୍ଟକର। ହେଲେ ଉଭୟ ପରିବାର ଓ ବ୍ୟବସାୟରେ ସହଯୋଗ ଓ ସହକର୍ମୀଙ୍କର ସଦ୍ଦିଚ୍ଛା ଯୋଗୁ ସବୁ କିଛି ଠିକ୍‌ଠାକ୍‌ରେ ପରିଚାଳିତ ହୋଇଯାଇଥାଏ। ପ୍ରତିଯୋଗିତାମୂଳକ ବ୍ୟବସାୟରେ ସମୟ ମିଳିଲେ ପରିବାର ଓ ପରଜନଙ୍କ ସହ ସମୟ ଅତିବାହିତ କରିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri