ଜିନ୍‌ ଓ ଭାଷାର ଦେଶାନ୍ତର

ସଂସ୍କୃତି ବୁଝିବାକୁ ହେଲେ ଆମକୁ ଲୋକଙ୍କୁ ବୁଝିିବାକୁ ହେବ । ଭାରତକୁ ବୁଝିବାକୁ ହେଲେ ଆମକୁ ଭାରତୀୟଙ୍କୁ ବୁଝିିବାକୁ ପଡ଼ିବ। ଦେଖିବାକୁ ହେବ, ଭାରତୀୟମାନେ କେଉଁଠାରୁ ଆସିଥିଲେ? ଆମେ ଭାରତୀୟ ମାଟିରେ କ୍ରମବିକଶିତ ହୋଇଥିଲୁ ନା ଅନ୍ୟ ସ୍ଥାନରୁ ଆସିଥିଲୁ? ସବୁ ମଣିଷଙ୍କ ଆଦ୍ୟଭୂମି ଆଫ୍ରିକା। ୬୦,୦୦୦ ବର୍ଷ ପୂର୍ବେ ଆଫ୍ରିକା ଛାଡ଼ି ଏମାନେ ବାହାରକୁ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମ ଭାରତୀୟ ମଣିଷ ରହିଥିଲେ। ଏହା ପୂର୍ବରୁ ମଣିଷ ଭଳି ଦେଖାଯାଉଥିବା ଜୀବମାନଙ୍କର ଅନେକ ଅସଫଳ ମାଇଗ୍ରେଶନ ବା ଦେଶାନ୍ତର ଗମନ ହୋଇଥିଲା, ଯେଉଁଥିପାଇଁ ତାମିଲନାଡୁରେ ୧,୫୦,୦୦୦ ବର୍ଷର ପୁରୁଣା ପଥର ଉପକରଣ ଦେଖିବାକୁ ପାଉ। ନର୍ମଦା ନଦୀ କୂଳରୁ ମିଳିଥିବା ଖପୁରି ଏହାଠାରୁ ଆହୁରି ପୁରାତନ। ୧.୮ ମିଲିୟନରୁ ୨,୦୦,୦୦୦ ବର୍ଷ ତଳେ ଆଧୁନିକ ହୋମୋ ସାପିଏନ୍ସଙ୍କ ପୂର୍ବରୁ ଏମାନେ ଥିଲେ। କିନ୍ତୁ ୬୦,୦୦୦ ବର୍ଷ ପୂର୍ବେ ଆଧୁନିକ ମଣିଷମାନେ ପ୍ରଥମେ ଭାରତକୁ ଆସି ସମୁଦ୍ର ଉପକୂଳ ଦେଇ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହି ଆଦିମାନବମାନେ କହିବା ସମୟରେ ବୋଧହୁଏ ରେଟ୍ରୋଫ୍ଲେକ୍ସ ଧ୍ୱନି(ଟ,ଠ,ଡ଼,ଢ଼,ଣ)ବ୍ୟବହାର କରୁଥିଲେ, ଯାହାକୁ ଆଜି ମଧ୍ୟ ଆମେ ଭାରତରେ ବ୍ୟବହାରକରୁ। ଏବେ ମଧ୍ୟ ଅଷ୍ଟ୍ରେଲୀୟ ମୂଳନିବାସୀଙ୍କ ମଧ୍ୟରେ ସମାନ ପ୍ରକାର ଧ୍ୱନି ଶୁଣିବାକୁ ମିଳେ । ତୁମେ ଆଉ ଏହି ଧ୍ୱନିଗୁଡ଼ିକୁ ବିଶ୍ୱର ଅବଶିଷ୍ଟ ଭାଗରେ ପାଇବ ନାହିଁ ।
ପ୍ରଥମେ ସନ୍ନ୍ୟାସୀ, ବଣିକ ଇତ୍ୟାଦିଙ୍କ ଯାତ୍ରାରୁ ଦେଶାନ୍ତର ଗମନକୁ ପୃଥକ୍‌ କରିବାକୁ ପଡ଼ିବ। ମାଇଗ୍ରେଶନର ଅର୍ଥ କହିଲେ ରହିବାକୁ କୌଣସି ଏକ ନୂଆ ବାସସ୍ଥାନ ଖୋଜିପାଇବା। ଉଦାହରଣ ସ୍ବରୂପ, ପାର୍ସୀ ସମୁଦାୟ ଧାର୍ମିକ ଅତ୍ୟାଚାରରୁ ରକ୍ଷାପାଇବା ପାଇଁ ପ୍ରାୟ ୧ହଜାର ବର୍ଷ ପୂର୍ବେ ଇରାନରୁ ଭାରତକୁ ଆସିଥିଲେ। ଅର୍ଥନୈତିକ କାରଣ,ନିଯୁକ୍ତି ସୁଯୋଗ କିମ୍ବା ରାଜନୈତିକ କାରଣରୁ ଆରମ୍ଭକରି ବିପଦରୁ ରକ୍ଷାପାଇବା ଲାଗି ଲୋକେ ଦେଶାନ୍ତରଗମନ କରିଥାନ୍ତି। ଯେତେବେଳେ ଲୋକେ ସ୍ଥାନ ପରିବର୍ତ୍ତନ କରନ୍ତି ସେତେବେଳେ ସେମାନଙ୍କର ପରିବର୍ତ୍ତନ ହୁଏ। ଏହା ସହ ସେମାନଙ୍କ ବିବାହ, ଭାଷା ଏବଂ ସଂସ୍କୃତିରେ ପରିବର୍ତ୍ତନ ହୋଇଥାଏ।
୧୦,୦୦୦ ବର୍ଷ ପୂର୍ବେ ଭାରତକୁ ବାହାର ଅଞ୍ଚଳରୁ ଲୋକମାନେ ଆସିଥିଲେ। ଏହା ଥିଲା ଏକ ପ୍ରମୁଖ ମାଇଗ୍ରେଶନ। ଏଥିରେ ଇରାନ କୃଷକଙ୍କ ପୂର୍ବଜମାନେ ହିନ୍ଦୁ କୁଶ ପର୍ବତ ପାରହୋଇ ସିନ୍ଧୁ ଉପତ୍ୟକାରେ ପହଞ୍ଚି ସେଠାରେ କୃଷି ବିପ୍ଳବ ସୃଷ୍ଟି କରିଥିଲେ। ସେମାନେ ବାର୍ଲି ,ଗହମ ଉପତ୍ାଦନ କରିବା ସହ ଛେଳି ଏବଂ ମେଣ୍ଢା ପାଳନ କରୁଥିଲେ। ମଇଁଷି ଏବଂ ଚୂଳ ଥିବା ‘ଜେବୁ’ ଷଣ୍ଢ ରଖୁଥିଲେ । ଆଜକୁ ୪,୫୦୦ରୁ ଅଧିକ ବର୍ଷ ପୂର୍ବେ ହରପ୍ପା ସଭ୍ୟତା ବିକଶିତ ହୋଇଥିଲା । ହରପ୍ପାର ଲୋକମାନେ ଜେଡ୍‌(Z) ଆକାରରେ ସେଠାରୁ ଅନ୍ୟ ଆଡ଼କୁ ଯାଇଥିଲେ। ପ୍ରଥମେ ପଶ୍ଚିମରେ ଗାଙ୍ଗେୟ ଉପତ୍ୟକା ଆଡ଼କୁ , ପରେ ପୂର୍ବରେ ନର୍ମଦା ଏବଂ ତା’ପରେ ଦକ୍ଷିଣରେ ପଶ୍ଚିମ ଉପକୂଳ ଆଡ଼କୁ ଯାଇଥିଲେ।
ଜେନେଟିକ୍‌ ବା ଆନୁବଂଶିକ ଗବେଷଣାରୁ ଜଣାପଡ଼େ ଯେ, ପ୍ରାୟ ୩,୮୦୦ ବର୍ଷ ପୂର୍ବେ ଏକ ନୂତନ ଇଣ୍ଡୋ-ୟୁରୋପୀୟ ଗୋଷ୍ଠୀ ଭାରତରେ ପ୍ରବେଶ କରିଥିଲେ, ଯେଉଁମାନେ ଥିଲେ ମୂଳତଃ କାସ୍ପିଆନ ସାଗର ଉତ୍ତରରେ ଥିବା ତୃଣଭୂମି ଅଞ୍ଚଳର। ଏମାନେ ଘେଡ଼ା ପାଳୁଥିଲେ ଓ ଆସିବା ସମୟରେ ୟୁରୋପ ଓ କେନ୍ଦ୍ର ଏସିଆକୁ ସେମାନଙ୍କୁ ସାଙ୍ଗରେ ଆଣିଥିଲେ। କେନ୍ଦ୍ର ଏସିଆରେ ଏହି ଗୋଷ୍ଠୀ ୨ ଭାଗ ହୋଇଗଲେ। ଗୋଟିଏ ଗୋଷ୍ଠୀ ଭାରତ ଅଭିମୁଖେ ଯାତ୍ରା କରିଥିଲେ ଓ ଅନ୍ୟ ଗୋଷ୍ଠୀ ଇରାନ ଆଡ଼କୁ ଚାଲିଯାଇଥିଲେ। ଅଧିକ ଲୋକ ନୂଆ ରଥ ନିର୍ମାଣର ଜ୍ଞାନକୌଶଳ ଏବଂ ଏକ ନୂଆ ଭାଷା ସଂସ୍କୃତକୁ ନେଇ ଆସିଥିଲେ। ଏହି ସଂସ୍କୃତ ବ୍ୟାକରଣ ଦକ୍ଷିଣ ଭାରତରେ କଥିତ ଦ୍ରାବିଡିଆନ ଭାଷାର ବ୍ୟାକରଣଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାଖାପାଖି ୪,୦୦୦ ବର୍ଷ ପୂର୍ବେ ହରପ୍ପାର ଅଧିବାସୀମାନେ ଦକ୍ଷିଣ ଭାରତକୁ ଆସିଥିଲେ। କାସ୍ପିଆନ୍‌ ସାଗରର ଉତ୍ତରରେ ଥିବା ଚାରଣଭୂମିରୁ ଆସିଥିବା ମେଷପାଳକଙ୍କ ଜିନ୍‌ (ଷ୍ଟେପ୍ପିି ପାଷ୍ଟୋରାଲ ଜିନ୍‌) ଭାରତୀୟଙ୍କଠାରେ ରହିଥିବାର ଏକ ସଙ୍କେତ ମିଳେ। ଏହି ଜିନ୍‌ ବୟସ୍କ ଅବସ୍ଥାରେ ଦୁଗ୍ଧକୁ ଭଲ ଭାବେ ହଜମ କରିଥାଏ। ଉତ୍ତର ଓ ପଶ୍ଚିମ ଭାରତର ବୟସ୍କଙ୍କର ଦୁଗ୍ଧ ହଜମ କରିବାର କ୍ଷମତା ଅଛି। ପିଲାଙ୍କଠାରେ ଦେଖାଯାଉଥିବା ଲାକ୍ଟୋଜ ଏଞ୍ଜାଇମ୍‌(ଦୁଗ୍ଧକୁ ହଜମ କରାଏ) ଏହି ବୟସ୍କଙ୍କଠାରେ ରହିଛି। କିନ୍ତୁ ପୂର୍ବ ଓ ଦକ୍ଷିଣ ଭାରତରେ ଅଧିକାଂଶ ବୟସ୍କ ଦୁଗ୍ଧ ହଜମ କରିପାରନ୍ତି ନାହିଁ। ଏହା ସୂଚିତକରେ ଯେ, ସେମାନଙ୍କଠାରେ ଷ୍ଟେପ୍ପି ପାଷ୍ଟୋରାଲ ଜିନ୍‌ ନାହିଁ। ଅନେକେ ଏହି ଜନ୍‌କୁ ଆର୍ଯ୍ୟଙ୍କ ଜିନ୍‌ ବୋଲି କହିଥାନ୍ତି, କିନ୍ତୁ ଏହା ଅନେକ ଭାବନା ଉଦ୍ରେକକରେ।
ଆଉ କେତେକ ସ୍ଥାନରୁ ଭାରତକୁ ଲୋକେ ଆସିଥିବା ଦେଖିବାକୁ ମିଳେ। ପୂର୍ବ ଏସିଆରୁ ଅଷ୍ଟ୍ରୋ-ଏସିଆଟିକ୍‌ ଭାଷାଭାଷୀ ‘ମୁଣ୍ଡା’ ଲୋକମାନେ ଦକ୍ଷିଣ-ପୂର୍ବ ଏସିଆ(ଭିଏଟ୍‌ନାମ)ରୁ ସେମାନଙ୍କ ସହ ଧାନଚାଷର ପଦ୍ଧତିକୁ ସାଙ୍ଗରେ ନେଇ ଆସିଥିଲେ। ଏପରିକି ଏବେ ପୂର୍ବ (ମଗଧ) ଓ ପଶ୍ଚିମ( ମହାରାଷ୍ଟ୍ର ଅଞ୍ଚଳ) ମଧ୍ୟରେ ଏକ ଜିନୀୟ ବା ଆନୁବଂଶିକ ପ୍ରଭେଦ ରହିଛି। ପୂର୍ବରେ ମୁଣ୍ଡାଙ୍କ ଜିନ୍‌ ଥିବା ବେଳେ ପଶ୍ଚିମରେ ଷ୍ଟେପ୍ପି ଜିନ୍‌ ଦେଖିବାକୁ ମିଳେ। ସେମାନଙ୍କ ଭାଷା ମଧ୍ୟ ଭିନ୍ନ। ଏହା ବ୍ୟତୀତ ଆହୁରି ଅନେକ ଅଞ୍ଚଳରୁ ଅଧିବାସୀମାନେ ଭାରତକୁ ଆସିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୦ରୁ ୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଘଟିଛି ଓ ଏମାନଙ୍କ ମଧ୍ୟରେ ଥିଲେ ଗ୍ରୀକ୍‌ସ (ଯବନମାନେ), ସ୍କିଥିଆନ୍‌ସ (ସାକମାନେ), ପାର୍ଥିଆନ୍‌ସ (ପଲ୍ଲଭମାନେ) ଏବଂ କୁଶାଣମାନେ। ଦଶମ ଶତାବ୍ଦୀ ପରେ ତୁର୍କୀ ଏବଂ ଆଫଗାନିସ୍ତାନ ଲୋକେ ମଧ୍ୟ ଆସିଥିଲେ। ସମାନ ଜେନେଟିକ୍‌ ମେକ୍‌ଅପ୍‌ର ଲୋକମାନଙ୍କଠାରୁ ସେମାନେ ସମସ୍ତେ ଆସିଥିଲେ। ତେଣୁ ସେମାନେ ଦେଶାନ୍ତରଗମନ କରିଥିବାରୁ ଆମେ ଜେନେଟିକ୍ସରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଉନାହଁୁ। କିନ୍ତୁ ସେମାନଙ୍କ ସଂସ୍କୃତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଏ।
ଖ୍ରୀଷ୍ଟପୂର୍ବ ୩୦୦ ବେଳକୁ ପ୍ରାକୃତ ଭାଷା ଥିଲା କୋର୍ଟ ଲାଙ୍ଗୁଏଜ୍‌ ବା ଦରବାରୀ ଭାଷା। ଖ୍ରୀଷ୍ଟାବ୍ଦ ୫୦୦ ପରେ କୋର୍ଟ ଲାଙ୍ଗୁଏଜ୍‌ ସଂସ୍କୃତ ହେଲା। ୧୨୦୦ ଖ୍ରୀଷ୍ଟାବ୍ଦ ପରେ ଏହା ପର୍ସିଆନ (ଫାର୍ସୀ) ହୋଇଗଲା । ଖ୍ରୀଷ୍ଟାବ୍ଦ ୧୮୦୦ ପରେ ସରକାରୀ ଭାଷା ଇଂରାଜୀ ହେଲା । ୧୯୪୭ ପରଠାରୁ ହିନ୍ଦୀକୁ ପ୍ରଭାବୀ ସରକାରୀ ଭାଷା କରିବା ପାଇଁ ପ୍ରୟାସ ଚାଲିଛି। କିନ୍ତୁ ଭାରତର ପ୍ରତ୍ୟେକ ରାଜ୍ୟର ନିଜସ୍ବ ସରକାରୀ ଭାଷା ରହିଛି। ଭାରତର ଅନ୍ୟ ସବୁ ଅଞ୍ଚଳ ତୁଳନାରେ ଉତ୍ତର ଭାରତରେ ହିନ୍ଦୀର ପ୍ରଭାବ ଦେଖୁ, କାରଣ ଉର୍ବର ଗଙ୍ଗାନଦୀ ଅବବାହିକାରେ ଭାରତର ଜନସଂଖ୍ୟାର ପାଖାପାଖି ୫୦% ଲୋକ ରହନ୍ତି। ଏହା ମଧ୍ୟ ବୈଦିକ ସଂସ୍କୃତିର କେନ୍ଦ୍ର। ପ୍ରାୟ ୨୦୦୦ ବର୍ଷ ପୂର୍ବେ ଏହି ଅଞ୍ଚଳରୁ ଲୋକେ ବିନ୍ଧ୍ୟ ପାର୍ବତ୍ୟାଞ୍ଚଳ ପାରହୋଇ ବାହାରକୁ ଯାଇଥିଲେ। କିନ୍ତୁ ତାହା ଏକ ଭିନ୍ନ କାହାଣୀ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri