ଯୋଗ୍ୟ ଆକାଉଣ୍ଟକୁ ଋଣ ମିଳିବ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୪।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍‌-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା ଏବଂ ମୋରାଟୋରିୟମ ପରବର୍ତ୍ତୀ ସମୟରେ ଋଣ ପୁନର୍ଗଠନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ଯୋଗ୍ୟ ବିବେଚିତ ଆକାଉଣ୍ଟଗୁଡିକୁ ଋଣ ପୁନର୍ଗଠନ ସୁବିଧା ଦେବାକୁ ଅର୍ଥମନ୍ତ୍ରୀ ସୀତାରାମନ ଗୁରୁବାର ଘୋଷଣା କରିଛନ୍ତି। ୧୫ ସୁଦ୍ଧା ଯୋଜନାର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଘୋଷଣା କରିଥିବା ମୋରାଟୋରିୟମ ସୁବିଧା ଅଗଷ୍ଟ ୩୧ରେ ଶେଷ ହୋଇଛି। ଏହା ପରେ ଋଣ କିସ୍ତିରେ ଲୋକଙ୍କୁ ସାର୍ବଜନୀନ ଭାବେ ମୋରାଟୋରିୟମ ମିଳିବ ନାହିଁ। ଅର୍ଥାତ୍‌ ଯେଉଁ ବ୍ୟକ୍ତିବିଶେଷ ଏଥିଲାଗି ଯୋଗ୍ୟ ସେହି ମାନେ ହିଁ ଏହାର ଲାଭ ଉଠାଇପାରିବେ। ସରକାର ଏହି ସୁବିଧା କିଛିଦିନ ଆଗରୁ ଘୋଷଣା କରିଥିଲେ। ଉକ୍ତ ଯୋଜନାର ଲାଭ କାହାକୁ ମିଳିବ ଏବଂ ଋଣ ପୁନର୍ଗଠନ ପାଇଁ ବ୍ୟାଙ୍କଗୁଡିକ କିଭଳି କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ସେ ନେଇ ବୈଠକରେ ଆଲୋଚନା ହୋଇଛି। ବ୍ୟାଙ୍କ ନିଜ ସ୍ତରରେ ଯୋଜନା କାର୍ଯ୍ୟକାରୀ କରିବେ ବୋଲି କୁହାଯାଇଛି।
ଯୋଗ୍ୟ ବିବେଚିତ ଆକାଉଣ୍ଟଧାରୀଙ୍କୁ ଚିହ୍ନଟ କରିବା, ସେମାନଙ୍କ ନିକଟରେ ପହଞ୍ଚିବା ଏବଂ ଋଣ ପୁନର୍ଗଠନ ଯୋଜନାକୁ ତ୍ୱରିତ ଭାବେ ଲାଗୁ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲୋକମାନେ ଏହାଦ୍ୱାରା ଯେଭଳି ଲାଭବାନ ହୋଇ ପାରିବେ ସେ ଦିଗରେ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଥିବା ଜଣାପଡିଛି। ଯୋଗ୍ୟ ବିବେଚିତ ବିଜ୍‌ନେସ ଏବଂ ବ୍ୟକ୍ତି ବିଶେଷଙ୍କୁ ସହାୟତା କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏହି ଅବସରରେ ସୀତାରାମନ କହିଛନ୍ତି। ବୈଠକରେ ସବୁ ବ୍ୟାଙ୍କର ସିଇଓ ଏବଂ ଅଣବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)ଗୁଡିକର ମୁଖ୍ୟ ଉପସ୍ଥିତ ଥିଲେ। କୋଭିଡ୍‌-୧୯ ଯୋଗୁ ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିବିଶେଷଙ୍କୁ କିଭଳି ଏହି ଯୋଜନାର ପରିସରଭୁକ୍ତ କରାଇବା ନେଇ ବ୍ୟାଙ୍କ କିଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସେ ଦିଗରେ ସୀତାରାମନ ସମୀକ୍ଷା କରିଛନ୍ତି।
ଯୋଜନାର ଲାଭ ଉଠାଇବା ଲାଗି ଲୋକଙ୍କୁ ସୁବିଧା ହେଲା ଭଳି ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏଥିଲାଗି ବ୍ୟାଙ୍କ ଫ୍ରିକ୍ୟୁଏଣ୍ଟଲି ଆକ୍ସଡ କୁଶ୍ଚିନ(ଏଫ୍‌ଏକ୍ୟୁଏସ୍‌) ଜାରି କରିବେ। ଏହି ସୂଚନା ବ୍ୟାଙ୍କଗୁଡିକର ଓ୍ବେବ୍‌ସାଇଟ ଏବଂ ବିଭିନ୍ନ ଆଞ୍ଚଳିକ ଭାଷାରେ ଜାରି କରାଯିବ। ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁସାରେ କାର୍ଯ୍ୟକରିବାକୁ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଆର୍‌ବିଆଇ ସହ ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା ବୈଠକରେ ସୂଚନା ଦିଆଯାଇଛି। ଏ ନେଇ ରିଜର୍ଭ ବ୍ୟାଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦେବ। ବର୍ତ୍ତମାନ ସମୟରେ ବ୍ୟାଙ୍କଗୁଡିକର କାର୍ଯ୍ୟକୁ ନେଇ ସୀତାରାମନ ସନ୍ତୋଷ ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ଏହା ମଧ୍ୟରେ ବ୍ୟକ୍ତିଗତ, କର୍ପୋରେଟ ଏବଂ ଏମ୍‌ଏସ୍‌ଏସ୍‌ଇ ଋଣ ଆକାଉଣ୍ଟଗୁଡିକୁ ସାମିଲ କରାଯିବା ନେଇ ସରକାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri