ଅଗଷ୍ଟରେ ୬୮୬ କୋଟି ରାଜ୍ୟ ଜିଏସ୍‌ଟି

ଭୁବନେଶ୍ୱର,୪।୯: ୨୦୨୦ ଅଗଷ୍ଟ ମାସରେ ଓଡିଶାରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦକୁ ପ୍ରାୟ ୬୮୬.୧୫ କୋଟି ଟଙ୍କା ଆଦାୟ ହୋଇଛି। ଏହା ଗତ ବର୍ଷ ଅଗଷ୍ଟ ତୁଳନାରେ ପ୍ରାୟ ୧.୭୬% କମ୍‌ ବୋଲି ଜଣାପଡିଛି। ସେହିଭଳି ଚଳିତ ବର୍ଷ ଏହାର ପରିମାଣ ମଧ୍ୟ କ୍ରମାଗତ ହ୍ରାସ ପାଇ ଚାଲିଛି। ଚଳିତ ବର୍ଷ ଜୁନରେ ୭୫୯.୧୭ କୋଟି, ଜୁଲାଇରେ ୭୯୪.୦୨ କୋଟି ଏସ୍‌ଜିଏସ୍‌ଟି ଆଦାୟ ହୋଇଥିଲା। କରୋନା ମହାମାରୀ ଯୋଗୁ ସରକାରଙ୍କ ପକ୍ଷରୁ ରିଟର୍ଣ୍ଣ ଫାଇଲିଂ ଲାଗି ଟିକସଦାତାମାନଙ୍କୁ ଅଧିକ ସମୟ ଦିଆଯାଇଥିବାରୁ ଚଳିତ ଜୁନ, ଜୁଲାଇ ଓ ଅଗଷ୍ଟରେ ଜିଏସ୍‌ଟି ଆଦାୟର ପରିମାଣ ହ୍ରାସ ପାଇଥିବା ସୂଚନା ମିଳିଛି।
ସେହିଭଳି ଅଗଷ୍ଟରେ ରାଜ୍ୟ ଜିଏସ୍‌ଟି- ୬୮୬.୧୫ କୋଟି ଟଙ୍କା, କେନ୍ଦ୍ରୀୟ ଜିଏସ୍‌ଟି(ସିଜିଏସ୍‌ଟି) ୫୩୮.୯୧କୋଟି ଟଙ୍କା, ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ୬୩୦.୧୪ କୋଟି ଟଙ୍କା ଏବଂ ସେସ୍‌ ବାବଦକୁ ୪୯୩.୦୮ କୋଟି ଟଙ୍କା (ମୋଟ ୨୩୪୮.୨୮ କୋଟି ଟଙ୍କା) ଆଦାୟ କରାଯାଇଛି। ରାଜ୍ୟ ବାଣିଜ୍ୟ କର ଓ ଜିଏସଟି କମିଶନରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଅଗଷ୍ଟରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି)ରେ ୦.୭% ଏବଂ ସେସ୍‌ ବାବଦକୁ ୧୦% ଆଦାୟ ପରିମାଣ ବୃଦ୍ଧି ପାଇଛି। ସିଜିଏସ୍‌ଟି ବାବଦକୁ ୫୩୮.୯୧ କୋଟି ଟଙ୍କା ଏବଂ ସେସ୍‌ ବାବଦକୁ ୪୯୩.୦୮ କୋଟି ଟଙ୍କା ଆଦାୟ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ୫୩୪.୬୮ କୋଟି ଟଙ୍କାର ସିଜିଏସ୍‌ଟି ଓ ୪୪୮.୯୧ କୋଟି ଟଙ୍କା ସେସ୍‌ ଆଦାୟ ହୋଇଥିଲା। ସେହିଭଳି ଚଳିତ ବର୍ଷ ଅଗଷ୍ଟରେ ୬୩୦.୧୪ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଯାହା ଗତ ବର୍ଷର ଆଦାୟ ପରିମାଣ ୮୧୫.୧୭ କୋଟି ଟଙ୍କା ଠାରୁ ପ୍ରାୟ ୨୨.୭୦% କମ୍‌ ବୋଲି ମଧ୍ୟ ସୂଚନା ମିଳିଛି। ସେହିଭଳି ରାଜ୍ୟରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲଗାଯାଇଥିତ୍ବା ଭାଟ୍‌ରୁ ଉପରେ ଜୁଲାଇରେ ୫୨୧.୪୭ କୋଟି ଟଙ୍କା ଏବଂ ଅଗଷ୍ଟରେ ୫୬୮.୭୮ କୋଟି ଟଙ୍କା ଆଦାୟ ହୋଇଛି। ଗତ ବର୍ଷ ଜୁଲାଇରେ ୫୦୯.୦୩ କୋଟି ଟଙ୍କା ଏବଂ ଅଗଷ୍ଟରେ ୪୯୧.୦୨ କୋଟି ଟଙ୍କା ଆଦାୟ ହୋଇପାରିଥିଲା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସମୟରେ ଭାଟ୍‌ ସଂଗ୍ରହ ଉନ୍ନତ ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?