ଅଗଷ୍ଟରେ ୬୮୬ କୋଟି ରାଜ୍ୟ ଜିଏସ୍‌ଟି

ଭୁବନେଶ୍ୱର,୪।୯: ୨୦୨୦ ଅଗଷ୍ଟ ମାସରେ ଓଡିଶାରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦକୁ ପ୍ରାୟ ୬୮୬.୧୫ କୋଟି ଟଙ୍କା ଆଦାୟ ହୋଇଛି। ଏହା ଗତ ବର୍ଷ ଅଗଷ୍ଟ ତୁଳନାରେ ପ୍ରାୟ ୧.୭୬% କମ୍‌ ବୋଲି ଜଣାପଡିଛି। ସେହିଭଳି ଚଳିତ ବର୍ଷ ଏହାର ପରିମାଣ ମଧ୍ୟ କ୍ରମାଗତ ହ୍ରାସ ପାଇ ଚାଲିଛି। ଚଳିତ ବର୍ଷ ଜୁନରେ ୭୫୯.୧୭ କୋଟି, ଜୁଲାଇରେ ୭୯୪.୦୨ କୋଟି ଏସ୍‌ଜିଏସ୍‌ଟି ଆଦାୟ ହୋଇଥିଲା। କରୋନା ମହାମାରୀ ଯୋଗୁ ସରକାରଙ୍କ ପକ୍ଷରୁ ରିଟର୍ଣ୍ଣ ଫାଇଲିଂ ଲାଗି ଟିକସଦାତାମାନଙ୍କୁ ଅଧିକ ସମୟ ଦିଆଯାଇଥିବାରୁ ଚଳିତ ଜୁନ, ଜୁଲାଇ ଓ ଅଗଷ୍ଟରେ ଜିଏସ୍‌ଟି ଆଦାୟର ପରିମାଣ ହ୍ରାସ ପାଇଥିବା ସୂଚନା ମିଳିଛି।
ସେହିଭଳି ଅଗଷ୍ଟରେ ରାଜ୍ୟ ଜିଏସ୍‌ଟି- ୬୮୬.୧୫ କୋଟି ଟଙ୍କା, କେନ୍ଦ୍ରୀୟ ଜିଏସ୍‌ଟି(ସିଜିଏସ୍‌ଟି) ୫୩୮.୯୧କୋଟି ଟଙ୍କା, ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ୬୩୦.୧୪ କୋଟି ଟଙ୍କା ଏବଂ ସେସ୍‌ ବାବଦକୁ ୪୯୩.୦୮ କୋଟି ଟଙ୍କା (ମୋଟ ୨୩୪୮.୨୮ କୋଟି ଟଙ୍କା) ଆଦାୟ କରାଯାଇଛି। ରାଜ୍ୟ ବାଣିଜ୍ୟ କର ଓ ଜିଏସଟି କମିଶନରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଅଗଷ୍ଟରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି)ରେ ୦.୭% ଏବଂ ସେସ୍‌ ବାବଦକୁ ୧୦% ଆଦାୟ ପରିମାଣ ବୃଦ୍ଧି ପାଇଛି। ସିଜିଏସ୍‌ଟି ବାବଦକୁ ୫୩୮.୯୧ କୋଟି ଟଙ୍କା ଏବଂ ସେସ୍‌ ବାବଦକୁ ୪୯୩.୦୮ କୋଟି ଟଙ୍କା ଆଦାୟ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ୫୩୪.୬୮ କୋଟି ଟଙ୍କାର ସିଜିଏସ୍‌ଟି ଓ ୪୪୮.୯୧ କୋଟି ଟଙ୍କା ସେସ୍‌ ଆଦାୟ ହୋଇଥିଲା। ସେହିଭଳି ଚଳିତ ବର୍ଷ ଅଗଷ୍ଟରେ ୬୩୦.୧୪ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଯାହା ଗତ ବର୍ଷର ଆଦାୟ ପରିମାଣ ୮୧୫.୧୭ କୋଟି ଟଙ୍କା ଠାରୁ ପ୍ରାୟ ୨୨.୭୦% କମ୍‌ ବୋଲି ମଧ୍ୟ ସୂଚନା ମିଳିଛି। ସେହିଭଳି ରାଜ୍ୟରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲଗାଯାଇଥିତ୍ବା ଭାଟ୍‌ରୁ ଉପରେ ଜୁଲାଇରେ ୫୨୧.୪୭ କୋଟି ଟଙ୍କା ଏବଂ ଅଗଷ୍ଟରେ ୫୬୮.୭୮ କୋଟି ଟଙ୍କା ଆଦାୟ ହୋଇଛି। ଗତ ବର୍ଷ ଜୁଲାଇରେ ୫୦୯.୦୩ କୋଟି ଟଙ୍କା ଏବଂ ଅଗଷ୍ଟରେ ୪୯୧.୦୨ କୋଟି ଟଙ୍କା ଆଦାୟ ହୋଇପାରିଥିଲା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସମୟରେ ଭାଟ୍‌ ସଂଗ୍ରହ ଉନ୍ନତ ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri