Posted inଖେଳ

ଉଇକେଟ ପାଇଁ ସଂଘର୍ଷ କରୁଛନ୍ତି

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ବୋଲର ଉଇକେଟ ଲାଗି ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଥିବା ଭାରତୀୟ ଦଳ ତୃତୀୟ ଦିନରେ ୧୧୮ ରନ୍‌ ଖର୍ଚ୍ଚ କରି କେବଳ ୨ ଉଇକେଟ ହାତେଇ ପାରିଛି। ଫଳରେ ମ୍ୟାଚ୍‌ରେ ବର୍ତ୍ତମାନ ସୁଦ୍ଧା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଦଳଠାରୁ ଆଗରେ ରହିଛି ଘରୋଇ ଦଳ। ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବା ପାଇଁ ବଳକା ୮ ଉଇକେଟରେ ୧୨୨ ରନ୍‌ ଦରକାର। ଆଉ ଘରୋଇ ଦଳର ଅଧିନାୟକ ଡିନ ଏଲଗାର ୪୬ ଓ ଭାନ ଡର ଡୁସେନ ୧୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।

ଗୁରୁବାର ସକାଳୁ ଉଇକେଟ ପଡ଼ିବାର ସମ୍ଭାବନା କମ୍‌। କାରଣ ଓ୍ବାଣ୍ଡରର୍ସ ଏହି ପିଚ୍‌ରେ ଓଜନିଆ ରୋଲର ବ୍ୟବହାର ପରେ ବୋଲରଙ୍କୁ କୌଣସି ପିଚ୍‌ରୁ କୌଣସି ଫାଇଦା ମିଳୁ ନାହିଁ।

ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଠାକୁରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ କାରଣରୁ ଘରୋଇ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅସମାପ୍ତ ଦ୍ୱିତୀୟ ପାଳି ସ୍କୋର (୮୫/୨)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ତୃତୀୟ ଦିନରେ ଭଲ ଆରମ୍ଭ ଦେଇଥିଲେ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା। ପ୍ୟାଭେଲିଅନ ଫେରିବା ପୂର୍ବରୁ ଦୁହେଁ ଅର୍ଦ୍ଧଶତକ ପୂରଣ କରିବା ସହ ୩ୟ ଉଇକେଟ ପାଇଁ ଯୋଡ଼ିଥିଲେ ୧୧୧ ରନ୍‌। ମାତ୍ର ଏହାପରେ ଟିମ୍‌ ଇଣ୍ଡିଆ କ୍ରମାଗତ ବ୍ୟବଧାନରେ ୪ ଉଇକେଟ ହରାଇଥିଲା। ଏଭଳି ସ୍ଥିତିରେ ବିସ୍ଫୋରକ ୨୮ (୫ ଚୌକା ଓ ୧ ଛକା) ରନ୍‌ ପାଳି ଖେଳିଥିଲେ ଠାକୁର। ହନୁମା ବିହାରୀଙ୍କ ଅପରାଜିତ ୪୦ (୬ ଚୌକା) ରନ୍‌ର ଇନିଂସ ଯୋଗୁ ଭାରତ ୨୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଘରୋଇ ଦଳ ପକ୍ଷରୁ କାଗିସୋ ରବାଡା, ମାର୍କୋ ଜାନସେନ ଓ ଲୁଙ୍ଗି ଏନ୍‌ଗିଡି ୩ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri