Categories: ଜାତୀୟ

କୃଷି ଆନ୍ଦୋଳନ: ବାହାରିଲା ନାହିଁ କୌଣସି ସମାଧାନ

ନୂଆଦିଲ୍ଲୀ,୨୨ ।୧: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକମାନଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଛି । ଶୁକ୍ରବାର ପୁଣିଥରେ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ବସିଛି । ହେଲେ ଏଥିରେ କୌଣସି ସମାଧାନ ବାହାରି ନ ଥିବା ଜଣାପଡିଛି । ପ୍ରଥମେ ୧୮ ମିନିଟର କଥାବାର୍ତ୍ତା ମଧ୍ୟରେ କୌଣସି ସମାଧାନ ହୋଇ ନ ଥିଲା । ଏହାପରେ ୩ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ବ୍ରେକ୍ ନିଆଯାଇଥିଲା । ଏହାପରେ ବୈଠକ ଆରମ୍ଭ ହେଉ ହେଉ ଶେଷ ହୋଇ ଯାଇଥିଲା । ବୈଠକ ଶେଷ ହେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଆପଣଙ୍କ ସହଯୋଗ ପାଇଁ ସରକାର ଧନ୍ୟବାଦ ଜଣାଉଛନ୍ତି । ଆଇନରେ କୌଣସି ଅସୁବିଧା ନାହିଁ । ଆମେ ଆପଣଙ୍କ ସମ୍ମାନରେ ପ୍ରସ୍ତାବ ଦେଲୁ । ଆପଣ କୌଣସି ନିର୍ଣ୍ଣୟ ନେଇପାରିଲେ ନାହିଁ । ଯଦି ଆପଣମାନେ କୌଣସି ନିର୍ଣ୍ଣୟରେ ପହଞ୍ଚିବେ ତେବେ ଆମକୁ ସୂଚନା ଦେବେ । ଏହା ଉପରେ ଆଲୋଚନା କରାଯିବ । ହେଲେ କେବେ ଓ କେଉଁଠି ଆଲୋଚନା କରାଯିବ ତା’ର କୌଣସି ତାରିଖ ସରକାରଙ୍କ ପକ୍ଷରୁ ଦିଆଯାଇ ନାହିଁ ।

Share