୨ ଡକାୟତି ଘଟଣାରେ ୧୧ ଗିରଫ

ଆଳି,୧୮ା୫(ଡି.ଏନ.ଏ.): ଗତ ୨ ମାସ ହେବ କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ୫ ଡକାୟତଙ୍କ ସମେତ ୧୧ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ ଲକ୍ଷ ୪୧ ହଜାର ୫୫୫ ଟଙ୍କା ମୂଲ୍ୟର (୫୩.୬୮୦ଗ୍ରାମ) ସୁନା ଗହଣା, ୧୬୪୮୦ ଟଙ୍କା ମୂଲ୍ୟର (୩୬୮.୩୦୦ଗ୍ରାମ)ରୁପା ଅଳଙ୍କାର, ୩ ମୋଟର ସାଇକେଲ,୨ ଛୁରୀ, ଗ୍ୟାସ କଟର,ବଡ଼ ଛୋଟ ପ୍ଲାସ, ଲାଇଟ ଗନ, ୬ ମୋବାଇଲ ସହିତ ନଗଦ ୨୩ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡଆଙ୍କୋ ଗ୍ରାମର ଦୀପକ ମଳିକ ଓ ପ୍ରଶାନ୍ତ ମଳିକ, ପଦିନିପାଳର ସନ୍ତୋଷ ରାୟ, ନିଆଳର ଶ୍ରୀଧର ସିଂ,ଏକମାଣିଆର କାର୍ତ୍ତିକ ମଳିକ। ସେହିପରି ଚୋରୀ ସାମଗ୍ରୀ କିଣିଥିବା ଗୌଡ଼ପାଟଣାର ତପନ ସାହୁ, ବିଲିକଣାର ସର୍ବେଶ୍ୱର ସାହୁ, ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଜୋଡଗଡିଆ ଗାଁର ରବିନ୍ଦ୍ର ନାୟକ, ଖଣ୍ଟପଡାଥାନା ଅନ୍ତର୍ଗତ କୋଶବଜାୟପୁରର ସବିତା ଦାସ, ଯାଜପୁର ଜିଲା ବିଞ୍ଜାରପୁର ଥାନା ଅନ୍ତର୍ଗତ ସୟଦପୁର ଗ୍ରାମର ମନୋଜ କୁମାର ପୋଥାଳ ଓ ଆଖୁନମହଲା ଗ୍ରାମର ରାମିଜ ରାଜା ଖାଁଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ବୋଲି କେନ୍ଦ୍ରାପଡ଼ା ଏସ୍‌ପି ସନ୍ଦିପ ସଂପଦ ମଡକର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଏହି ଡକାୟତମାନେ ପ୍ରଥମେ ଏକାଧିକ ମନ୍ଦିରରୁ ଚୋରି କରି ସଫଳ ହେବା ପରେ ବିଭିନ୍ନ ଗ୍ରାମରେ ଚୋରି କରି ପୋଲିସ ଆଖିରୁ ନିଦ ହଜେଇ ଦେଇଥିଲେ। ଗତ ୮ ତାରିଖ ଦିନ ଏହି ଡକାୟତମାନେ ଆଳି ଥାନା ଅନ୍ତର୍ଗତ ବଡଆଙ୍କୋ ଗ୍ରାମର ସାଧୁଚରଣ ମହାଳିକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେବା ସହ ସାଧୁ ଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସେହିପରି ଗତ ଏପ୍ରିଲ ୩୦ ତାରିଖ ରାତିରେ ରାଜକନିକା ଥାନା ଅଧୀନ ଭାମଣ୍ଡା ଗ୍ରାମର ମୀନତି ମଳିକଙ୍କ ଘରେ ପଶି ୮୦ ହଜାର ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ। ଆଳି ଥାନାରେ ସାଧୁ ଚରଣ କରିଥିବା ଏତଲା ଓ ରାଜକନିକା ଥାନାରେ ମିନତୀ ମଳିକ କରିଥିବା ଅଭିଯୋଗକୁ ଭିତ୍ତି କରି କେନ୍ଦ୍ରାପଡ଼ା ଜିଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସାରାଣୀ ବେହୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଳି ଓ ରାଜକନିକା ପୋଲିସ ତନାଘନା ଚଳାଇବା ପରେ ୧୧ ଅଭିଯୁକ୍ତ ପୋଲିସ କବ୍‌ଜାକୁ ଆସିଥିଲେ। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମ୍‌ନାକୁ ଆସିଥିଲା। ଏ ସଂକ୍ରାନ୍ତରେ ଆଳି ଥାନାରେ ଏକ ମାମଲା(ନଂ.୧୬୪/୨୨) ରାଜକନିକା ଥାନା ଏକ ମାମଲା(ନଂ.୧୩୬/୨୨) ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri