ହାତୀଦାନ୍ତ, ବାଘଛାଲ ଜବତ

ଭୁବନେଶ୍ୱର,୯।୨(ବ୍ୟୁରୋ)/କେନ୍ଦୁଝର (ସ୍ବ.ପ୍ର.): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଥମିବାର ନାଁ ଧରୁନି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସୋମବାର ଆଉଏକ ର଼୍ୟାକେଟକୁ ଠାବ କରିଛି। କେନ୍ଦୁଝର ଜିଲା ଆର୍‌ଟିଓ ଅଫିସ ନିକଟରେ ଡିଲ୍‌ ଚାଲିଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଓ ଏକ କଲରା ପତରିଆ ବାଘଛାଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆର ଶେଖ୍‌ ହସମତି ଅଲ୍ଲୀ, ମୟୂରଭଞ୍ଜର ଚନ୍ଦ୍ରକାନ୍ତ ଧଳ ଓ ମଳୟ କୁମାର ରାଉତ ରାୟ। ଅଭିଯୁକ୍ତଙ୍କ ବିରୋଧରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ-୧୯୭୨ର ଧାରା ୫୧ରେ ମାମଲା (ନଂ.୬/୨୦୨୧) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଉଦ୍ଧାର ବାଘଛାଲରେ ଗୁଳି ଆକାରର ଏକ କଣା ରହିଥିବାରୁ ବାଘଟିକୁ ଗୁଳି କରାଯାଇ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି। ଜବତ ଦାନ୍ତ ଓ ଚମଡା ଯାଞ୍ଚ ପାଇଁ ଡେରାଡୁନ୍‌ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟକୁ ପଠାଯାଇଛି। ତେବେ ଶେଖ୍‌ ହସମତ ଅଲ୍ଲୀ ପୂର୍ବରୁ ମଧ୍ୟ ବନ୍ୟଜନ୍ତୁ ଚୋରା ଚାଲାଣ କରୁଥିବା ସମୟରେ ବନ ବିଭାଗ ଦ୍ୱାରା ଗିରଫ ହୋଇଥିବା ନେଇ ଏସ୍‌ଟିଏଫ୍‌ ସୂଚନା ଦେଇଛି। ପୋଲିସ କିମ୍ବା ବନ ବିଭାଗର ସନ୍ଦେହ ନ ହେବା ପାଇଁ ଅଭିଯୁକ୍ତମାନେ ଏକ ବସ୍ତାରେ ହାତୀ ଦାନ୍ତ ଓ ବାଘ ଛାଲ ଆଣିଥିଲେ। ଏହି ର଼୍ୟାକେଟରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ଏହାର ଚେର କେତେବାଟ ଲମ୍ବିଛି ଓ ଜବତ ବନ୍ୟପ୍ରାଣୀ ସାମଗ୍ରୀ କେଉଁଠାକୁ ଚାଲାଣ ହେଉଥିଲା ତାହା ଜାଣିବାକୁ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟପ୍ରାଣୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି। ଗୁଳି, ଫାଶ ଓ ତୀରରେ ବାଘ, ହାତୀ, ହରିଣ, ବ୍ରଜକାପ୍ତା ଆଦି ଶିକାର ଚାଲୁଥିଲେ ମଧ୍ୟ ବନ ବିଭାଗ ସେପରି ଦୃଢ଼ ପଦକ୍ଷେପ ନେଉ ନ ଥିବାରୁ ରାଜ୍ୟରୁ ଚୋରା ଚାଲାଣବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଅନେକ ସମୟରେ ହାତୀ ଦାନ୍ତ, ବାଘ ଚମଡ଼ା, ହରିଶ ଚମଡ଼ା, ଶିଙ୍ଘ, ବଜ୍ରକାପ୍ତା ଆଦି ଧରୁଛି। ସମ୍ପୃକ୍ତ ବେପାରୀ, ଏଜେଣ୍ଟ ଓ ଚାଲାଣକାରୀଙ୍କୁ ଗିରଫ କରୁଛନ୍ତି। ହେଲେ ଜେଲ୍‌ରୁ ବାହାରିବା ପରେ ପୁଣି ଏହି ବେଆଇନ କାରବାରରେ ଲିପ୍ତ ରହୁଥିବାରୁ ଏହାକୁ ରୋକିହେଉନି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri