ରାସ୍ତାରେ ବୁଲୁଛି ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ/ବୈଶିଙ୍ଗା,୧୨ା୭: ଝାଡ଼ଖଣ୍ଡି ଓ ଶିମିଳିପାଳ ହାତୀପଲ ମୟୂରଭଞ୍ଜ ଜିଲାର ଗାଁ ଗଣ୍ଡାରେ ପଶି ଉତ୍ପାତ ଚଳାଇଛନ୍ତି। କରଞ୍ଜିଆ ଓ ବାରିପଦା ବନଖଣ୍ଡ ଅଞ୍ଚଳରେ ହାତୀପଲ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ୫ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ସୂଚନା ମିଳିଛି। ହାତୀପଲ ଦିନ ତମାମ ଗ୍ରାମ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ଜନବସତି ମୁଁହା ହେବା ସହ ରାସ୍ତାରେ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିିଛନ୍ତି। ଘର ଭାଙ୍ଗିଥିବା ଲୋକମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ପ୍ରକାଶ କରିଛନ୍ତି।
୫ଦିନ ପୂର୍ବରୁ ଝାଡ଼ଖଣ୍ଡରୁ ଆସିଥିବା ହାତୀପଲରେ ୧୮ଟି ହାତୀ ଥିବା ବେଳେ ଶନିବାର ରାତିରେ ଆଉ ୬ଟି ହାତୀ ଆସିଛନ୍ତି। ବିଭିନ୍ନ ଦଳରେ ବିଭକ୍ତ ହୋଇ ମହୁଲିଆସୁଳି, ରାଉତାଲିପାଟ, ହଳଦିଆ, କାଶିଆ ପୋଖରିଆ, ଶିରମଣିପୁର, ଘରମାବେଡା,ସୁନାପୋଷି ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ମହୁଲିଆସୁଳି ଗ୍ରାମର ୩ଟି, କାଶୀପାଳର ଗୋଟିଏ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ହାତୀ ଭୟରେ ଲୋକେ ଘର ଛାଡ଼ି ପଳାଉଛନ୍ତି। ଶିମିଳିପାଳରୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ବେତନଟୀ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନ ହେଲା ଉତ୍ପାତ ଚଳାଇଛି। ସୋମବାର ପୂର୍ବାହ୍ନରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାର କ୍ଷୀରପଦାଠାରେ ଉକ୍ତ ଗୋଠଛଡ଼ା ଦନ୍ତା ଚଳପ୍ରଚଳ କରୁଥିବାରୁ ସାଧାରଣ ଯାତାୟାତ ବନ୍ଦ ରହିଥିଲା। ପଥଚାରୀ ଓ ଅଞ୍ଚଳବାସୀ ତାକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଉତ୍‌କ୍ଷୀପ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବୈଶିଙ୍ଗା ବନପାଳ ହିମାଂଶୁ କୁମାର ମହାନ୍ତ, ବନରକ୍ଷୀ ଜୟନ୍ତୀ ପାତ୍ର, ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଆତ୍ମହତ୍ୟା: ମୃତ୍ୟୁର କାରଣ ଅସ୍ପଷ୍ଟ

ଡାବୁଗାଁ,୨୨।୯ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡୀ ଗ୍ରାମରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶନିବାର ସନ୍ଧ୍ୟାରେ ଡାବୁଗାଁ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ

ଝରିଗାଁ, ୧୨ା୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନାଏବ ସରପଞ୍ଚ ନିର୍ବାଚନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଝରିଗାଁ ବ୍ଲକର...

୧ ଲକ୍ଷ ଦସ୍ତଖତ ଲାଗି ଅଭିଯାନ ଆରମ୍ଭ: ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ପ୍ରୟାସ

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବରବେରଣା ନୂଆସାହିରେ ଅବକାରୀ ବିଭାଗର ଚଢ଼ାଉ: ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡର ୭ଜଣିଆ ଟିମ୍‌ ବେଗୁନିଆ ଥାନା ବରବେରଣା ନୂଆସାହିରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ...

କାଲିଠୁ ଓଡ଼ିଆରେ ମିଳିବ ରେଳ ଟିକେଟ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ । ଅଣସଂରକ୍ଷିତ ରେଳ ଟିକେଟ ମଧ୍ୟ ଓଡ଼ିଆ ଭାଷାରେ ମିଳିବ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

୧୪ ଜିଲାରେ ୩୫ ନକଲି ଶିକ୍ଷକ

ଯାଜପୁର ଅଫିସ,୧୮ା୧୧:  ରାଜ୍ୟର କୋଣ ଅନୁକୋଣରେ ନକଲି ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଶିକ୍ଷୟତ୍ରୀଶିକ୍ଷକ ନିଯୁକ୍ତି ପାଇ ସମସ୍ତ ସରକାରୀ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏହାଦ୍ୱାରା ପ୍ରକୃତ ବିଏଡ୍‌/ସି.ଟି....

ପୁଣି ବୀମା ଦାବିରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୧୦।୯: ବରଗଡ଼ ଜିଲାରେ ଫସଲକ୍ଷତିଜନିତ ବୀମା କ୍ଷତିପୂରଣ ପ୍ରଦାନ ଦାବି ନେଇ ଆନ୍ଦୋଳନ ପୁଣି ତେଜି ଉଠିଛି । ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ବେ...

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ

ଭୁବନେଶ୍ୱର,୧୯।୬(ଅଭିଜିତ ଦାସ): ସୋମବାରଠାରୁ ତିନିଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ସନ୍ଧ୍ୟାରେ ପୁରୀ...

Advertisement
Archives

Model This Week