କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଲମ୍ବା ଗାଁକୁ ପ୍ରବେଶ କରି ନଳକୂପ ଭାଙ୍ଗିବା ସହ ପାଳୁ ହୁଇକାଙ୍କ କଦଳୀବଗିଚା ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୟଭୀତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ। ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଓ ହାତୀ ଘଉଡ଼ାଇବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।