କାଦୁଅରେ ହାତୀଙ୍କ କ୍ରୀଡ଼ା

କମିଛି ଅସହ୍ୟ ତାତି। ପରିବେଶରେ ଶୀତଳତା ଭରିଛି ମୌସୁମୀ ବର୍ଷା। ଏହା ଯେ କେବଳ ମଣିଷଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ଅଧିକନ୍ତୁ ଗରମରେ ସନ୍ତୁଳି ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ଭରିଦେଇଛି ଅସୀମ ଖୁସି। ଢେଙ୍କାନାଳ ଜିଲାର କପିଳାସ ପ୍ରାଣୀ ଉଦ୍ୟାନର ହାତୀ ରେସ୍‌କ୍ୟୁ ସେଣ୍ଟରରେ ରହୁଥିବା ହାତୀ ଛୁଆଙ୍କ କାଦୁଅ ସ୍ନାନରୁ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି।

ଢେଙ୍କାନାଳ,୧୬।୭(ରତନ ନାୟାର)କିଏ କାଦୁଅରେ ଲେସି ହୋଇଯାଉଥିଲା ତ ଆଉ କିଏ ଗଡ଼ିଯାଉଥିଲା ଓଦା ଓଦା ମାଟିରେ। ବର୍ଷାଭିଜା ଅପରାହ୍ନରେ ଛୁଆ ହାତୀଙ୍କ ଏଭଳି କୌତୁକିଆ କ୍ରୀଡ଼ା କପିଳାସ ପ୍ରାଣୀ ଉଦ୍ୟାନ ପରିଭ୍ରମଣ କରିବାକୁ ଆସିଥିବା ପର୍ଯ୍ୟଟକଙ୍କୁ କେବଳ ଆମୋଦିତ କରିନାହିଁ, ବରଂ ଦିନଟିକୁ ସ୍ମରଣୀୟ କରିଦେଇଛି।
ପରିତ୍ୟକ୍ତ, ଅସୁସ୍ଥ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ। ହାତୀ-ମାହୁନ୍ତଙ୍କ ମଧ୍ୟରେ ରହିଥିବା ଅନାବିଳ ସମ୍ପର୍କ ଦେଖିବା ଲାଗି ଏଠାକୁ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ। ତେବେ ଶନିବାର ଅପରାହ୍ନରେ ଜୁ’ ପରିସରରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। ଝିପିଝିପି ବର୍ଷାରେ କ୍ରୀଡ଼ା କୌତୁକରେ ମାତିଥିବା ୩ ଛୁଆ ହାତୀ ପଦ୍ମା, ଶିବା ଓ ଶ୍ୟାମା ଆଗନ୍ତୁକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲେ। ସମ୍ପୃକ୍ତ ଛୁଆ ହାତୀ ପ୍ରାଣୀଉଦ୍ୟାନ ପରିସରରେ ମାଟିକାଦୁଅରେ ଦୀର୍ଘ ସମୟ ଖେଳିବା ସହ ପର୍ଯ୍ୟଟକଙ୍କ ପାଖରୁ ବାରମ୍ବାର ଦୌଡ଼ି ଯାଉଥିଲେ, ଯାହାକୁ କ୍ୟାମେରା ଲେନ୍ସରେ ତୋଳି ଧରିଥିଲେ ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ।
ପଲରୁ ପରିତ୍ୟକ୍ତ ହେବାପରେ ସମ୍ପୃକ୍ତ ହାତୀ ଛୁଆ ଉଦ୍ଧାର ହୋଇ କପିଳାସ ଜୁ’ସ୍ଥିତ ହାତୀ ରେସ୍‌କ୍ୟୁ ସେଣ୍ଟରକୁ ଆସିଛନ୍ତି। ସେମାନଙ୍କ ଯତ୍ନ ନେବାକୁ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ନିୟୋଜିତ କରାଯାଇଛି। ନିୟମିତ ପ୍ରଶିକ୍ଷଣ ପରେ ସେମାନେ ମଣିଷଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି କୁହନ୍ତି, ଚଳିତବର୍ଷ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ହୋଇଥିଲା। ଏବେ ବର୍ଷା ଆରମ୍ଭ ହେବା ପରେ ଛୁଆ ହାତୀମାନେ ଶରୀରକୁ ଶୀତଳ କରିବା ପାଇଁ କାଦୁଅରେ ଘଷି ହେଉଛନ୍ତି। ମନ ଖୁସିଥିଲେ ସେମାନେ ଦୀର୍ଘ ସମୟ ଧରି ମାଟିକାଦୁଅରେ ଖେଳିବାକୁ ଭଲ ପାଆନ୍ତି। ଏହାପରେ ତାଙ୍କୁ ଗାଧୋଇ ଦିଆଯାଏ। ବର୍ଷାରେ ବେଶି ଭିଜିଥିଲେ ପାଣି ଭିଜା କପଡ଼ାରେ ଶରୀରକୁ ପୋଛି ଦିଆଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ୮ ହାତୀ ଅଛନ୍ତି। ଏଥିସହ ତାଳଚେର ଅଞ୍ଚଳରୁ ଉଦ୍ଧାର ହୋଇ ଆସିଥିବା ନରହନ୍ତା ଦନ୍ତା ‘ରାକେଶ’କୁ ରେସ୍‌କ୍ୟୁ ସେଣ୍ଟରଠାରୁ ଦୂରରେ ସ୍ବତନ୍ତ୍ର ଭାବେ ରଖାଯାଇଛି। ୨୦୨୦ରେ ବ୍ରହ୍ମପୁର ବନାଞ୍ଚଳରୁ ମାଈ ହାତୀ ଛୁଆ ପଦ୍ମା, ୨୦୨୧ରେ କେନ୍ଦୁଝର ଚମ୍ପୁଆରୁ ମାଈ ହାତୀ ଛୁଆ ଶ୍ୟାମା ଏବଂ ସେହିବର୍ଷ ଅନୁଗୋଳରୁ ଅଣ୍ଡିରା ହାତୀ ଛୁଆ ଶିବା ଉଦ୍ଧାର ହୋଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri