ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ

ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା। ଘନକୁହୁଡ଼ି ଯୋଗୁ ଲୋକେ ହଠାତ୍‌ ହାତୀକୁ ଦେଖି ପାରି ନ ଥିଲେ। ରାଜପଥରେ ହାତୀଙ୍କୁ ଦେଖି ଉଭୟ ପଟୁ ଆସୁଥିବା ଯାନବାହନ ଅଟକି ରହିଥିଲା। ଲୋକେ ଭୟଭୀତ ହୋଇ କାର୍‌, ବାଇକ୍‌ ଛାଡି ଦୌଡିବାକୁ ଲାଗିଥିଲେ। କେତେଜଣ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ତେବେ ହାତୀ ଦ୍ୱୟ କାହାର କିଛି କ୍ଷତି କରି ନ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, କିଛିଦିନ ହେବ ଏକ ହାତୀପଲ ଜରିପୁଟ, କାଇପଦର ଏବଂ ରାମେଶ୍ୱର ଜଙ୍ଗଲରେ ରହିଛନ୍ତି। ଖାଦ୍ୟ ଲାଳସାରେ ଜନବସତି ମୁହଁା ହେଉଛନ୍ତି। ଦୁଇଦିନ ହେବ ୨ହାତୀ ଜରିପୁଟ ଗ୍ରାମରେ ରହିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି କାମରେ ବାହାରକୁ ଯାଇଥିବା ଗ୍ରାମବାସୀ ଗ୍ରାମକୁ ଫେରି ପାରି ନ ଥିଲେ। ଏହି ୨ହାତୀ ଭୋରରୁ ଜାତୀୟ ରାଜପଥ ଦଳେଇପୁଟ ଛକକୁ ଚାଲି ଆସିଥିଲେ। ଘନକୁହୁଡି ଯୋଗୁ ଉଭୟପଟୁ କାର, ବାଇକ୍‌ର ଲାଇଟ ବ୍ୟତୀତ କିଛି ଦେଖାଯାଉ ନ ଥିଲା। ହଠାତ୍‌ ରାଜପଥରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। କୌଣସି ଅଘଟଣ ଆଶଙ୍କାରେ ଉଭୟ ପଟୁ ଲୋକେ କାର, ବାଇକ ଛାଡି ସେଠାରୁ ଦୌଡିଥିଲେ। ଫଳରେ ଜାତୀୟ ରାଜପଥରେ ପ୍ରାୟ ୩୦ମିନିଟ୍‌ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ବନ କର୍ମଚାରୀ ପହଞ୍ଚିି ହାତୀର ଗତିପଥକୁ ଅନୁସରଣ କରିଥିଲେ। ପରେ ହାତୀଦ୍ୱୟ ରାସ୍ତା ପାର ହେବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନାଥାଉ କି, ଖୋର୍ଦ୍ଧା ବନାଞ୍ଚଳ ଅନ୍ତର୍ଗତ ଜରିପୁଟ, ଦଳେଇପୁଟ, ପାନବରଜ, ଦେଉଳଟାଙ୍ଗୀ, କାଇପଦର, ବେରୁଆଁ, ଶରଧାପୁର, ଛତିପୁର ଏବଂ ଟାଙ୍ଗୀ ବନାଞ୍ଚଳର ଗୟାବନ୍ଧ, ଡମଣଭୂଇଁ, ଜଙ୍କିଆ, ବାଲିଗାଡିଆ, ମୋଟା, ଗୋଲବାଇ, ହଜ, ନାରଗୋଦା, ଟାଙ୍କୋଲ, ସିକୋ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ହାତୀ ଘଉଡ଼ାଇବା ଲାଗି ଆବଶ୍ୟକ ଉପକରଣ ନ ଥିବାରୁ ବନ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡିଛି। ହାତୀଙ୍କୁୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଛିି ବୋଲି ପରିବେଶପ୍ରେମୀ ଧନେଶ୍ୱର ବିଧାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri