ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ

ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା। ଘନକୁହୁଡ଼ି ଯୋଗୁ ଲୋକେ ହଠାତ୍‌ ହାତୀକୁ ଦେଖି ପାରି ନ ଥିଲେ। ରାଜପଥରେ ହାତୀଙ୍କୁ ଦେଖି ଉଭୟ ପଟୁ ଆସୁଥିବା ଯାନବାହନ ଅଟକି ରହିଥିଲା। ଲୋକେ ଭୟଭୀତ ହୋଇ କାର୍‌, ବାଇକ୍‌ ଛାଡି ଦୌଡିବାକୁ ଲାଗିଥିଲେ। କେତେଜଣ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ତେବେ ହାତୀ ଦ୍ୱୟ କାହାର କିଛି କ୍ଷତି କରି ନ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, କିଛିଦିନ ହେବ ଏକ ହାତୀପଲ ଜରିପୁଟ, କାଇପଦର ଏବଂ ରାମେଶ୍ୱର ଜଙ୍ଗଲରେ ରହିଛନ୍ତି। ଖାଦ୍ୟ ଲାଳସାରେ ଜନବସତି ମୁହଁା ହେଉଛନ୍ତି। ଦୁଇଦିନ ହେବ ୨ହାତୀ ଜରିପୁଟ ଗ୍ରାମରେ ରହିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି କାମରେ ବାହାରକୁ ଯାଇଥିବା ଗ୍ରାମବାସୀ ଗ୍ରାମକୁ ଫେରି ପାରି ନ ଥିଲେ। ଏହି ୨ହାତୀ ଭୋରରୁ ଜାତୀୟ ରାଜପଥ ଦଳେଇପୁଟ ଛକକୁ ଚାଲି ଆସିଥିଲେ। ଘନକୁହୁଡି ଯୋଗୁ ଉଭୟପଟୁ କାର, ବାଇକ୍‌ର ଲାଇଟ ବ୍ୟତୀତ କିଛି ଦେଖାଯାଉ ନ ଥିଲା। ହଠାତ୍‌ ରାଜପଥରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। କୌଣସି ଅଘଟଣ ଆଶଙ୍କାରେ ଉଭୟ ପଟୁ ଲୋକେ କାର, ବାଇକ ଛାଡି ସେଠାରୁ ଦୌଡିଥିଲେ। ଫଳରେ ଜାତୀୟ ରାଜପଥରେ ପ୍ରାୟ ୩୦ମିନିଟ୍‌ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ବନ କର୍ମଚାରୀ ପହଞ୍ଚିି ହାତୀର ଗତିପଥକୁ ଅନୁସରଣ କରିଥିଲେ। ପରେ ହାତୀଦ୍ୱୟ ରାସ୍ତା ପାର ହେବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନାଥାଉ କି, ଖୋର୍ଦ୍ଧା ବନାଞ୍ଚଳ ଅନ୍ତର୍ଗତ ଜରିପୁଟ, ଦଳେଇପୁଟ, ପାନବରଜ, ଦେଉଳଟାଙ୍ଗୀ, କାଇପଦର, ବେରୁଆଁ, ଶରଧାପୁର, ଛତିପୁର ଏବଂ ଟାଙ୍ଗୀ ବନାଞ୍ଚଳର ଗୟାବନ୍ଧ, ଡମଣଭୂଇଁ, ଜଙ୍କିଆ, ବାଲିଗାଡିଆ, ମୋଟା, ଗୋଲବାଇ, ହଜ, ନାରଗୋଦା, ଟାଙ୍କୋଲ, ସିକୋ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ହାତୀ ଘଉଡ଼ାଇବା ଲାଗି ଆବଶ୍ୟକ ଉପକରଣ ନ ଥିବାରୁ ବନ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡିଛି। ହାତୀଙ୍କୁୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଛିି ବୋଲି ପରିବେଶପ୍ରେମୀ ଧନେଶ୍ୱର ବିଧାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri