ଜଙ୍ଗଲ ଛାଡ଼ି ଜନବସତିରେ ହାତୀ

ବଅଁରପାଳ, ୧୨।୧୨(ଡି.ଏନ୍‌.ଏ.)  ଜଙ୍ଗଲରେ ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ କି ପୂରୁନି ପେଟ। ଫଳରେ ବନାଞ୍ଚଳ ଛାଡ଼ି ଏବେ ଜନବସତିରେ ଇତଃସ୍ତତଃ ହୋଇ ବୁଲୁଛନ୍ତି ବଣୁଆ ହାତୀ। ଖାଦ୍ୟ ଅନ୍ବେଷଣରେ ବାଡ଼ି ବଗିଚାରେ ପଶୁଛନ୍ତି। ଯେତିକି ଖାଉନାହାନ୍ତି, ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। ହାତୀ ହାବୁଡ଼ରେ ପଡ଼ି ଅକାଳରେ ଝରିପଡୁଛି ଜୀବନ। ହାତୀ-ମଣିଷ ସଂଘର୍ଷର ଏଭଳି ଉଗ୍ରରୂପ ଦେଖିବାକୁ ମିଳିଛି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳରେ। ହାତୀ ଆକ୍ରମଣରେ ସପ୍ତାହକ ମଧ୍ୟରେ ୨ଚାଷୀଙ୍କ ଜୀବନ ଯାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରୁ ୪୬ ହାତୀ ବଅଁରପାଳ ଅଞ୍ଚଳକୁ ୧୦ଦିନ ହେଲା ଚାଲିଆସିଛନ୍ତି। ଉକ୍ତ ହାତୀପଲ ସନ୍ତ୍ରୀ, ନଳଚନ୍ଦ୍ରପୁର ନୂଆହତା, ଗଣ୍ଠିଗାଡ଼ିଆ, ତୁଳସୀପାଲ, ଆଲୁମିନିୟମ ପାର୍କ, ଝଜିରିବାହାଳ ଅଞ୍ଚଳରେ ବିଚରଣ କରି ବ୍ୟାପକ ଧାନଫସଲ, ପରିବା ଚାଷ, ଫଳ ଚାଷ ନଷ୍ଟ କରିସାରିଲେଣି। ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ଉପଦ୍ରବ ବଢ଼ିବାରେ ଲାଗିଛି। ଗତ ୬ତାରିଖରେ ନଳଚନ୍ଦ୍ରପୁରର ଧନେଶ୍ୱର ଭୁକ୍ତ ଏବଂ ୯ତାରିଖରେ ଝଜିରିବାହାଳର ଜଳନ୍ଧର ପ୍ରଧାନ ନାମକ ଦୁଇଜଣ ଚାଷୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେହିପରି ଏକାଧିକ ବ୍ୟକ୍ତି ଆହତ ହେଲେଣି।
ହାତୀ ଆତଙ୍କ ପାଇଁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ସନ୍ଧ୍ୟା ହେଲେ ରାସ୍ତା ଶୂନ୍‌ଶାନ ହୋଇପଡୁଛି। ଲୋକେ ତାଟିକବାଟ ପକାଇ ରହୁଛନ୍ତି। ଜରୁରୀ କାର୍ଯ୍ୟରେ ବାହାରକୁ ଯିବା କାଠିକର ପାଠ ହେଉଛି। ବନ ବିଭାଗ ଏଭଳି ସମସ୍ୟାକୁ ଅତି ହାଲୁକା ଭାବେ ନେଉଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିକାର ନ ହେଲେ ଜନ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ହାତୀ ଉପଦ୍ରୁତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଅନୁଗୋଳ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ କୁହନ୍ତି, ପ୍ରତିଦିନ କର୍ମଚାରୀମାନେ ଯାଇ ହାତୀଙ୍କୁ ଘଉଡ଼ାଉଛୁ। ହେଲେ ସେମାନେ ଧାନ ଖାଇବା ଆଶାରେ ପୁଣି ଚାଷଜମିକୁ ପଳାଇ ଆସୁଛନ୍ତି। ହାତୀଙ୍କ ଉପରେ ନଜର ରଖାଯାଇଛି।

ବ୍ୟାପକ ଫସଲ ନଷ୍ଟ ହେଲାଣି
ହାତୀପଲ ବ୍ୟାପକ ଚାଷ ନଷ୍ଟ କଲେଣି। ଫସଲ ସୁରକ୍ଷା କରିବାକୁ ଯାଇଥିବା ବେଳେ ୨ ଚାଷୀ ହାତୀ ଆକ୍ରମଣରେ ମୃତ୍ୟୁମୁଖରେ ପଡ଼ିଲେଣି। ରାତିରେ ଜମିକୁ ଯିବାକୁ ଭୟ ଲାଗୁଛି। ଏହାର ସ୍ଥାୟୀ ପ୍ରତିକାର କରିବା ଜରୁରୀ।
-ବିଭୂତି ଦଳବେହେରା, ନୂଆହତା

ଚାଷୀଙ୍କୁ କ୍ଷତିପୂରଣ ଦିଅ
ଧାନ ଫସଲ ଅମଳ ସମୟରେ ହାତୀପଲ ଉପଦ୍ରବରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା କରାଯିବା ଉଚିତ।
-ଦୁଷ୍ମନ୍ତ ସେନାପତି, ଆଇନଜୀବୀ

ଭୟଆତଙ୍କରେ ଜୀବନ ବିତୁଛି
୪୬ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଜନବସତିରେ ପଶୁଛନ୍ତି। ହାବୁଡ଼ରେ ଯିଏ ପଡୁଛି ତାକୁ ଆକ୍ରମଣ କରୁଛନ୍ତି। ଭୟଆତଙ୍କରେ ଜୀବନ ବିତୁଛି। ବନ ବିଭାଗ ଏହାର ପ୍ରତିକାର କରିବା ଜରୁରୀ ହୋଇପଡ଼ିଛି।
-ନର୍ମଦା ମାଝି, ସନ୍ତ୍ରୀ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri