ସିଏସ୍‌ଆର୍‌ରେ ରିଲାଏନ୍ସର ସହଯୋଗ ଅନ୍ୟତମ

ମୁମ୍ବାଇ,୧୨।୧୨:  ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଯୋଗଦାନ କ୍ଷେତ୍ରରେ କମ୍ପାନୀର ଭୂମିକା ଅଗ୍ରଣୀ ରହିଛି। କୋଭିଡ୍‌ ମହାମାରୀରେ (୨୦୨୦-୨୧ ଆର୍ଥିକ ବର୍ଷ) କମ୍ପାନୀ ସମାଜସେବା କ୍ଷେତ୍ର ( ସାମାଜିକ କାର୍ଯ୍ୟକ୍ରମ ଓ ସହଯୋଗ)ରେ ପ୍ରାୟ ୯୨୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ସିଏସ୍‌ଆର୍‌ କାର୍ଯ୍ୟ ବାବଦକୁ ମୋଟ ୮୮୨୮.୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତ ଶୀତ ଅଧିବେଶନରେ ସଂସଦରେ ଉପସ୍ଥାପନ କରାଯାଇଥିବା ଏହି ତଥ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ କର୍ପୋରେଟ୍‌ ଜଗତ ଦ୍ୱାରା ସିଏସ୍‌ଆର୍‌ କ୍ଷେତ୍ରରେ କରାଯାଇଥିବା ମୋଟ ଖର୍ଚ୍ଚର ୧୦% ରିଲାଏନ୍ସ ଏକାକୀ ଦେଶବାସୀଙ୍କ ପାଇଁ ସହଯୋଗ କରିଛି। ସୂଚନାଯୋଗ୍ୟ ଯେ କମ୍ପାନୀଗୁଡିକ ନିମନ୍ତେ ବିଗତ ତିନିବର୍ଷର ନେଟ୍‌ ଲାଭର ୨% ସିଏସ୍‌ଆର୍‌ ବାବଦରେ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି। କୋଭିଡ୍‌ ମହାମାରୀ କାରଣରୁ ରିଲାଏନ୍ସ ଏହି ଧାର୍ଯ୍ୟ ୨% ଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ କରିଛି। ତେବେ ମୋଟ ଉପରେ ଭାରତୀୟ କର୍ପୋରେଟ୍‌ ଜଗତ ପୂର୍ବବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୬୪% କମ୍‌ ଖର୍ଚ୍ଚ କରିଥିବା ଜଣାଯାଇଛି। ରିଲାଏନ୍ସର ବିବିଧ ପ୍ରୟାସ ନିମନ୍ତେ ବାଧ୍ୟତାମୂଳକ ୨% ସିଏସ୍‌ଆର୍‌ ଖର୍ଚ୍ଚ ମଧ୍ୟରେ ସୀମିତ ନ ରହି ଏହାର ପ୍ରତିବଦ୍ଧତା ନିରନ୍ତର କାର୍ଯ୍ୟକାରୀ କରିଚାଲିଛି। ସେହିପରି ୨୦୨୦ମାର୍ଚ୍ଚରେ ସମଗ୍ର ଦେଶରେ କୋଭିଡ୍‌ଜନିତ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ ରିଲାଏନ୍ସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ମୁମ୍ବାଇରେ ଦେଶର ପ୍ରଥମ କୋଭିଡ୍‌ କେୟାର୍‌ ବ୍ୟବସ୍ଥା ସ୍ଥାପନ କରିଥିଲା। ପରେ ସମଗ୍ର ଦେଶକୁ ଏହି ସୁବିଧା ସହିତ ଅନ୍ୟାନ୍ୟ ସେବା ସମ୍ପ୍ରସାରିତ କରାଯାଇଥିଲା। ଦେଶର ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ମହାମାରୀ ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରିଲାଏନ୍ସ ୫୬୧ କୋଟି ଟଙ୍କା ପ୍ରଦାନ କରିଥିଲା। ଏସବୁ ସହିତ କମ୍ପାନୀ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଭଳି ଅନେକ କ୍ଷେତ୍ରରେ ସହଯୋଗ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri