ମହାନଦୀ ମଝି ପଠାରେ ହାତୀପଲ

ନାରାଜ,୧୨।୯(ଡି.ଏନ୍‌.ଏ.): କଟକ ଜିଲା ଭଗିପୁର ନିକଟ ମହାନଦୀ ପଠାରେ ହାତୀପଲ ଶନିବାର ସକାଳୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ଆଠଗଡ଼ ବନଖଣ୍ଡରୁ ପ୍ରାୟ ୧୫ରୁ ଅଧିକ ହାତୀ ମହାନଦୀ ପାର ହୋଇ ଚନ୍ଦକା ବନଖଣ୍ଡକୁ ଯିବା ସମୟରେ ଭଗିପୁର ନିକଟ ମହାନଦୀର ପଠାରେ ସକାଳ ହୋଇଯିବାରୁ ଅଟକି ରହିଛନ୍ତି। ହାତୀଙ୍କ ମଧ୍ୟରେ ଛୁଆ ହାତୀ ଥିବା ବନବିଭାଗ ଅନୁମାନ କରିଛି। ସକାଳ ହୋଇଯିବାରୁ ହାତୀ ପଠା ମଧ୍ୟରେ ଥିବା ବୁଦାରେ ଲୁଚି ଯାଇଥିବାରୁ କେତେ ସଂଖ୍ୟକ ହାତୀ ଅଛନ୍ତି ତାହା ଜଣାପଡୁନାହିଁ। ବନବିଭାଗ କର୍ମଚାରୀମାନେ ଜଗିରହି ଥିବା ବେଳେ ସନ୍ଧ୍ୟା ହେଲେ ହାତୀଗୁଡିକ ସେଠାର ଚନ୍ଦକା କିମ୍ବା ଆଠଗଡ଼ ବନଖଣ୍ଡକୁ ଯିବେ ବୋଲି ବନବିଭାଗ ଅନୁମାନ କରିଛି।