ଅର୍ଥନୀତିରେ ହାତୀ

ଓଡ଼ିଶାରେ ହାତୀ ସଂଖ୍ୟା ବୃଦ୍ଧି ଉପରେ ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ର ୨୦୨୪ ରିପୋର୍ଟକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ନିୟମିତ ବ୍ୟବଧାନରେ ଘଟୁଥିବା ହାତୀ ମୃତ୍ୟୁ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଘଟଣାକ୍ରମେ ୧୭ ନଭେମ୍ବର ବିଳମ୍ବିତ ରାତିରେ ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଳ ଜଙ୍ଗଲ ନିକଟ ଚାଷ ଜମିରେ ତିନୋଟି ହାତୀଙ୍କର ମୃତ୍ୟୁ ଘଟିଛି। ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀମାନଙ୍କର ମୃତ୍ୟୁ ହୋଇଛି ବୋଲି ଘଟଣାର ତଦନ୍ତ କରୁଥିବା ଟାସ୍କଫୋର୍ସ ତରଫରୁ କୁହାଯାଇଛି। ପୂର୍ବରୁ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଏହି ଘୋଷରାମାଳ ଜଙ୍ଗଲରେ ବିଦ୍ୟୁତ୍‌ ତାର ଲାଗି ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଉଲ୍ଲେଖନୀୟ ଯେ, ସେହି ମାସରେ ରାଜ୍ୟରେ ୪୮ ଘଣ୍ଟା ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଥିଲା ଭୁବନେଶ୍ୱର ନିକଟସ୍ଥ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଆଖିଆଗରେ ଚଳପ୍ରଚଳ ହେଉଥିବା ଦନ୍ତାହାତୀ ରାମୁର ଜୀବନ ବିଦ୍ୟୁତ୍‌ ଆଘାତରେ ଚାଲିଯାଇଥିଲା। ଉଲ୍ଲେଖନୀୟ ଯେ, ଗତ ମାସ ଅର୍ଥାତ୍‌ ଅକ୍ଟୋବରରେ ନାକଟିଦେଉଳ ବନାଞ୍ଚଳରେ ବିଛାଯାଇଥିତ୍ବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ବ୍ୟକ୍ତିଙ୍କର ମଧ୍ୟ ଜୀବନ ଯାଇଥିଲା। ତେବେ ନାକଟିଦେଉଳ ବନାଞ୍ଚଳରେ ୪ ମାସ ମଧ୍ୟରେ ୪ ହାତୀ ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଚାଷୀ ତାହାର ଜମିକୁ ସୁରକ୍ଷିତ ରଖିବା ପାଇଁ ବିଦ୍ୟୁତ୍‌ ସଂଯୋଗ କରି ତାର ପକାଇ ବାର୍‌ହାକୁ ଅଟକାଇବା ଲାଗି ଚେଷ୍ଟା କରନ୍ତି। ସେହି ତାରକୁ ଛୁଇଁ ହାତୀ ମୃତ୍ୟୁ ଘଟୁଛି ବୋଲି ଜଣାପଡ଼ିଛି। ଏଥିରେ ଶିକାରୀଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ ଭାବରେ କହିହେଉନାହିଁ। କାରଣ କୌଣସି ହାତୀଦାନ୍ତ ଚୋରି ହୋଇଥିବାର ଖବର ମିଳିନାହିଁ। ତେବେ ଘୋଷରାମାଳ ହାତୀ ମୃତ୍ୟୁ ଘଟଣାରେ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିବା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି। ବାସ୍ତବରେ ହାତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ସୁରକ୍ଷା ତ ଦୂରର କଥା, ହାତୀ ଚଲାପଥଗୁଡ଼ିକୁ ଅକ୍ଷୁଣ୍ଣ ରଖାଯାଇପାରୁନାହିଁ। ହାତୀ ମୃତ୍ୟୁ ରୋକିବା ପାଇଁ କରାଯାଉଥିବା ଯୋଜନା ଓ ତାହାର କାର୍ଯ୍ୟକାରିତା ଭିତରେ ଆକାଶ ପାତାଳ ପ୍ରଭେଦ ଥିବା ଭଳି ମନେହେଉଛି। ଉଲ୍ଲେଖଯୋଗ୍ୟ ଯେ, ହାତୀ ଓ ଅନ୍ୟ ବିଲୁପ୍ତମୁଖୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ଟାସ୍କଫୋର୍ସ ୨୦୨୨ରେ ଗଠନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏବେ ବନ ବିଭାଗରେ ଅଧାରୁ ଅଧିକ କର୍ମଚାରୀ ନାହାନ୍ତି। ଯେଉଁ ଜଙ୍ଗଲରେ ବେଶି ହାତୀ ଅଛନ୍ତି ସେଠାରେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଠିକ୍‌ ଭାବେ ସୁରକ୍ଷା ଦିଆଯାଇପାରୁନାହିଁ।
ଭାରତରେ ଏବେ ପାଖାପାଖି ୩୦ ହଜାର ହାତୀ ଅଛନ୍ତି। ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ହାତୀ ସଂଖ୍ୟା ହେଉଛି ୨,୦୯୮। ୨୦୧୭ରେ ଏହା ଥିଲା ୧,୯୭୬ । ଯେଉଁ ହାରରେ ଏମାନଙ୍କ ମୃତ୍ୟୁ ଘଟୁଛି ତାହା ପୁନର୍ବାର ପୂର୍ବ ସ୍ଥିତିକୁ ଫେରିବାକୁ ବେଶି ସମୟ ଲାଗିବନି। ବିଦ୍ୟୁତ୍‌ ଆଘାତ ହାତୀ ମୃତ୍ୟୁର ଏକମାତ୍ର କାରଣ ନୁହେଁ। ଶିକାରୀମାନେ ଦାନ୍ତ ଲାଗି ହାତୀ ଶିକାର କରୁଛନ୍ତି କିମ୍ବା ବିସ୍ଫୋରକ ଦେଇ ମାରିଦେଉଛନ୍ତି। ଏହା ବ୍ୟତୀତ ଟ୍ରେନ ଧକ୍କା ହାତୀ ମୃତ୍ୟୁର ଏକ ବଡ଼ କାରଣ ପାଲଟିଛି। ଜଙ୍ଗଲ ବାଟ ଦେଇ ଯାଇଥିବା ଟ୍ରେନ୍‌ ଲାଇନ ଆଖପାଖରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ମାଧ୍ୟମରେ ହାତୀଙ୍କ ଚଲାପଥ ଉପରେ ନଜର ରଖାଯାଇପାରିଲେ ଏଭଳି ଅଘଟଣକୁ ଅନେକାଂଶରେ ଏଡାଇ ଦେଇ ହୁଅନ୍ତା। ଏହାସହ ହାତୀ-ମଣିଷ ସଂଘର୍ଷରେ ଉଭୟ ହାତୀ ଓ ମଣିଷଙ୍କ ମୃତ୍ୟୁ ଘଟୁଛି। ଏହି ସଂଘର୍ଷରେ ୨୦୧୩-୨୦୨୩ ମଧ୍ୟରେ ୭୧୯ ହାତୀଙ୍କ ମୃତ୍ୟୁ ଓ ୧୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ସହ ୬୫୦ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ରହିଛି ଓ ସରକାରଙ୍କ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ କାମ କରୁଛି ବୋଲି କୁହାଯିବା ସହିତ ଅନେକ କୋଟି ଅର୍ଥ ଖର୍ଚ୍ଚ ହେଉଛି। ତଥାପି ହାତୀ ମୃତ୍ୟୁ ରୋକିବା ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ଏବକାର ପରିବର୍ତ୍ତିତ ପରିସ୍ଥିତିରେ କେତେକ ପଦକ୍ଷେପ ନେବାକୁ ପଡ଼ିବ। ଜଙ୍ଗଲ ଧ୍ୱଂସ ରୋକାଯିବା ସହ ଜଙ୍ଗଲରେ ରାଜପଥ କିମ୍ବା ରେଳପଥ ନିର୍ମାଣ କରିବା ସମୟରେ ହତୀଙ୍କ ସୁରକ୍ଷା ବିଷୟକୁ ଗମ୍ଭୀରତାର ସହ ବିଚାର କରିବା ଦରକାର। ହାତୀ ମୃତ୍ୟୁ ରୋକିବାକୁ ହେଲେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲରେ ଖାଦ୍ୟ ଓ ପିଇବା ପାଣିର ଅଭାବ ଦୂର କରାଯିବା ଆବଶ୍ୟକ। ତତ୍‌ ସହିତ ହାତୀଙ୍କ ଚଲାପଥକୁ ସୁରକ୍ଷିତ ରଖିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଯେତେଗୁଡ଼ିଏ ସଫଳ ପଦକ୍ଷେପ ନିଆଯାଉଛି ସେଗୁଡ଼ିକ ଓଡ଼ିଶାରେ ନକଲ କରାଯାଇପାରନ୍ତା। ଏଭଳି ଉପଦେଶ ଜଙ୍ଗଲ ବିଭାଗ ତରଫରୁ ଅଣାଯିବା ସହିତ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେଇପାରିଲେ, ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ଭବିଷ୍ୟତ ସୃଷ୍ଟି କରାଯାଇପାରନ୍ତା, ଯେଉଁଥିରେ ମଣିଷ ଓ ଜନ୍ତୁଙ୍କ ସଂଘର୍ଷ ହ୍ରାସ କରିହୁଅନ୍ତା। ଏଭଳି କାର୍ଯ୍ୟ ପାଇଁ ଆଫ୍ରିକାର କେତେକ ଦେଶରେ ହାତୀ ସୁରକ୍ଷା ସହିତ ସ୍ଥାନୀୟ ଲୋକଙ୍କର ଅର୍ଥନେତିକ ଉନ୍ନତିକୁ ଯେଉଁଭଳି ଯୋଡ଼ି ଦିଆଯାଇଛି ତାହା ଓଡ଼ିଶା ସରକାର ଚେଷ୍ଟା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

ECI: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି, ଏସବୁ ରାଜ୍ୟ ପାଇଁ ବଢିଲା SIR ଅବଧି

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ କମିଶନ ଗୁରୁବାର ସ୍ପେଶାଲ ସଘନ ସଂଶୋଧନ (SIR) ପ୍ରକ୍ରିୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନ ପାଞ୍ଚଟି...

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ଭିତରେ ଭାରତକୁ କଡ଼ା ବାର୍ତ୍ତା ଦେଲେ ଟ୍ରମ୍ପ? F-16ର ଶକ୍ତି ବଢାଇବ ଆମେରିକା

ଓ୍ବାଶିଂଟନ,୧୧।୧୨: ଆମେରିକା ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଅପଗ୍ରେଡ କରିବା ପାଇଁ ୬୮୬ ଡଲାର ନିୟୁତ (ପ୍ରାୟ ୫,୮୦୦କୋଟି) ମୂଲ୍ୟର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ...

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri