Posted inଜାତୀୟ

ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ

ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର ରିଜର୍ଭ ନିକଟରେ ପହଞ୍ଚିଛି। ନିଜର ଏହି ଯାତ୍ରାରେ ଜନି ବିଭିନ୍ନ ଜଙ୍ଗଲ ଏବଂ କ୍ଷେତ ପାର୍‌ କରି ଏବେ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ଯାଉଥିବା ଜଣାପଡ଼ିଛି। ରେଡିଓ କଲାର ସାହାଯ୍ୟରେ ଜନିର ପୂରା ଯାତ୍ରାକୁ ଟ୍ରାକ୍‌ କରିବାରେ ବନ ବିଭାଗର ଅଧିକାରୀମାନେ ସଫଳ ହୋଇଛନ୍ତି। ୬ରୁ ୮ ବର୍ଷ ବୟସର ହୋଇଥିବା ଜନି ଅକ୍ଟୋବର ତୃତୀୟ ସପ୍ତାହରୁ ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନିଜର ଏହି ଯାତ୍ରା ଆରମ୍ଭ କରିଥିଲା। ବନ ଅଧିକାରୀମାନେ ଜନିକୁ ପ୍ରଥମେ ତେଲଙ୍ଗାନାର ଆଦିଲାବାଦ ଜିଲା ବୋଥ୍‌ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଟ୍ରାକ୍‌ କରିଥିଲେ। ଏହାପରେ ଜନି ତେଲଙ୍ଗାନାର ନିର୍ମଳ ଜିଲା ଅନ୍ତର୍ଗତ କୁନ୍ତଲା, ସାରଙ୍ଗପୁର, ମାମାଦା, ପେମ୍ବି ଅଞ୍ଚଳ ଦେଇ ଯିବା ପରେ ଏବେ ହାଇଦ୍ରାବାଦ-ନାଗପୁର ଜାତୀୟ ରାଜପଥ ୪୪କୁ ଅତିକ୍ରମ କରି ତିରୟାନି ଅଞ୍ଚଳ ଆଡ଼କୁ ମୁହାଁଉଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇ ଆଦିଲାବାଦ ଜିଲା ବନ ଅଧିକାରୀ ପ୍ରଶାନ୍ତ ବାଜିରାଓ ପାଟିଲ କହିଛନ୍ତି, ଶୀତ ଋତୁ ବେଳେ ନିଜ ପାଇଁ ଏକ ବାଘୁଣୀ ସାଥୀକୁ ସନ୍ଧାନ କରିବା ହେଉଛି ବାଘମାନଙ୍କର ସ୍ବାଭାବିକ ପ୍ରବୃତ୍ତି। ବାଘ ଜନିର ଯାତ୍ରା ମଧ୍ୟ ଏହାକୁ ସୂଚାଉଛି। ଶୀତଦିନେ ବାଘମାନେ ନିଜ କ୍ଷେତ୍ରରେ କୌଣସି ସାଥୀ ବାଘୁଣୀକୁ ନ ପାଇଲେ ସେମାନଙ୍କ ସନ୍ଧାନରେ ଲମ୍ବା ଯାତ୍ରାରେ ବାହାରି ପଡ଼ିଥାନ୍ତି। ପୁରୁଷବାଘମାନେ ୧୦୦ କି.ମି. ଦୂରରୁ ମଧ୍ୟ କୌଣସି ବାଘୁଣୀଙ୍କ ସୁଗନ୍ଧକୁ ଜାଣିପାରିଥାନ୍ତି ଏବଂ ସେମାନଙ୍କର ସନ୍ଧାନ କରିପାରନ୍ତି ବୋଲି ସେ କହିଛନ୍ତି। ଏହି ଯାତ୍ରାରେ ଜନି ୩ଟି ଅଲଗା ଉଦ୍ୟମରେ ୫ଟି ମଇଁଷିଙ୍କୁ ଶିକାର କରି ହତ୍ୟା କରିଥିବାବେଳେ ଅନେକ ଗାଈଙ୍କୁ ଆକ୍ରମଣ କରିଛି। ବାନ୍ଧବୀଙ୍କ ସନ୍ଧାନରେ ଯାତ୍ରା କରୁଥିବା ବାଘ ମଣିଷଙ୍କ ପାଇଁ ସିଧାସଳଖ ଭାବେ ବିପଦ ସୃଷ୍ଟି କରି ନ ଥାନ୍ତି ବୋଲି ବନ ଅଧିକାରୀମାନେ କହିଛନ୍ତି। ତେବେ ବାଘ ଜନିଠାରୁ ଦୂରେଇ ରହିବା ସହ ଅଞ୍ଚଳରେ କୌଣସି ଆତଙ୍କ ନ ମଚାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ବନ ବିଭାଗ ପରାମର୍ଶ ଦେଇଛି। ଜନିର ସାମ୍ପ୍ରତିକ ପଥ ତାକୁ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ନେଇପାରେ ବୋଲି ବନ ଅଧିକାରୀମାନେ ଆକଳନ କରୁଛନ୍ତି। ପ୍ରକାଶ ଯେ, ସମ୍ପ୍ରତି କଓ୍ବଲ ଟାଇଗର ରିଜର୍ଭରେ ବାଘଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ଏବଂ ସେଠାରେ ବାଘମାନଙ୍କ ସ୍ଥାୟୀ ବାସସ୍ଥାନ ପାଇଁ ପ୍ରୟାସ କରାଯାଉଛି। ତେଲଙ୍ଗାନାର ଉତ୍ତର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଏହି ଟାଇଗର ରିଜର୍ଭର ଗୋଟିଏ ପାଖରେ ଗୋଦାବରୀ ନଦୀ ଥିବାବେଳେ ଅନ୍ୟପକ୍ଷରେ ମହାରାଷ୍ଟ୍ର ସହ ସୀମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri