ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ ସେମାନେ ଡ୍ରଗ୍ସ, ମଦ କିମ୍ବା ଅନ୍ୟାନ୍ୟ ପଦାର୍ଥ ଚାହାନ୍ତି ଏବଂ ଖୋଜନ୍ତି । ତେବେ ଯୁବକ, ବୟସ୍କ, ପିଲାମାନଙ୍କ ମଧ୍ୟରେ ଏହି ନିଶା ବୃଦ୍ଧି ପାଉଛି। ଏହା ସମାଜ ଲଗି ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ। ଅନେକ ପ୍ରକାରର ନିଶାଦ୍ରବ୍ୟ ରହିଛି ଯଥା- ମଦ, ଅଫିମ, ଗଞ୍ଜେଇ, ଗୁଟ୍‌ଖା, ସିଗାରେଟ, ବ୍ରାଉନସୁଗାର ଇତ୍ୟାଦି। ପିଲାମାନଙ୍କ ଦ୍ୱାରା ନିଶାଦ୍ରବ୍ୟ ସେବନ କେବଳ ଏକ ସ୍ଥାନୀୟ ଅଞ୍ଚଳର ସମସ୍ୟା ହୋଇ ରହିନାହିଁ ବରଂ ଆଜିକାଲି ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ନିଶାଦ୍ରବ୍ୟ ପ୍ରତି ଆସକ୍ତି ଓ ନିଶାଦ୍ରବ୍ୟ ପଦାର୍ଥ ବ୍ୟବହାରକୁ ବ୍ୟାଧି ବୋଲି ଗ୍ରହଣ କରାଯାଏ। ଏହା ଏକ ରୋଗ, ଯାହା ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କ ଏବଂ ଆଚରଣକୁ ପ୍ରଭାବିତ କରେ ।
କଳ୍ପନା କରନ୍ତୁ ଯେ ଆମ ପରିବାର, ସମାଜରେ ପିଲାମାନଙ୍କ ଉପରେ ଏପରି ପ୍ରଭାବ ପଡ଼ିଲେ କ’ଣ ହେବ। ସମାଜ, ମାନବିକତା, ସଂସ୍କୃତି, ସାମାଜିକ ବନ୍ଧନ ଏବଂ ଜୀବନକୁ ନିଶ୍ଚିହ୍ନ କରିବାର ଏହା ହେଉଛି ଏକ ମୂଳଦୁଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଅଧିକନ୍ତୁ, ମସ୍ତିଷ୍କ ବିକାଶର ଗୁରୁତ୍ୱପୂର୍ଣ୍ଣ ସମୟରେ ଔଷଧ ବା ନିଶାର ସଂସ୍ପର୍ଶରେ ଆସିବା ସ୍ନାୟବିକ ପଥକୁ ବଦଳାଇପାରେ। ଫଳସ୍ବରୂପ, ଦୀର୍ଘକାଳୀନ ଜ୍ଞାନଗତ ଅଭାବ, ଶିକ୍ଷଣ ଅସୁବିଧା ଏବଂ ବ୍ୟବହାରିକ ସମସ୍ୟା ସୃଷ୍ଟି ହୋଇଥାଏ ଶିଶୁମାନଙ୍କ ମଧ୍ୟରେ। ପରିବାରର କୌଣସି ସଦସ୍ୟଙ୍କ ନିଶାଦ୍ରବ୍ୟ ଅପବ୍ୟବହାରର ପ୍ରଭାବ ଯୋଗୁ ସେହି ପରିବାରର ଶିଶୁମାନେ ସମାନ ଆଚରଣ ଗ୍ରହଣ କରିବାର ବିପଦକୁ ବରଣ କରନ୍ତି। ସେମାନେ ଆମ ସମାଜ, ପରିବାର, ସମ୍ପର୍କୀୟ, ପଡ଼ୋଶୀ, ସାଥୀମାନଙ୍କଠାରୁ ଏହା ଶିଖନ୍ତି। ଏ ଅଭ୍ୟାସ ଶରୀର, ମନ ଏବଂ ପ୍ରଗତିକୁ କ୍ଷତି ପହଞ୍ଚାଇଥାଏ ଏବଂ ପ୍ରଭାବିତ କରିଥାଏ। ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ ବିକାଶକୁ ବଳିଷ୍ଠ କରୁଥିବା କାର୍ଯ୍ୟ ପ୍ରତି ନିଶାସକ୍ତ ହେଲେ ଭଲ। ଏହା ଭବିଷ୍ୟତ ଗଠନ, ମାର୍ଗଦର୍ଶନ କରିବାରେ ସହାୟକ ହୁଏ। କିନ୍ତୁ ସେହି ଶିଶୁ ଯଦି ନକାରାତ୍ମକ ଉପାୟରେ ନିଶା ବା ନିଶା ଦ୍ରବ୍ୟଗୁଡ଼ିକୁ ଗ୍ରହଣ କରେ ତେବେ ତାହା ସେମାନଙ୍କ ବର୍ତ୍ତମାନ ସହିତ ଭବିଷ୍ୟତ ପ୍ରଭାବିତ ହୁଏ।
ଆମର ଓ ଆମ ପୂର୍ବ ପିଢ଼ିଙ୍କ ପିଲାଦିନ ଘଟଣା ଆଲୋଚନା କଲେ ଜଣାଯାଏ ଯେ ସେହି ସମୟରେ ମୋବାଇଲ, ଇଣ୍ଟରନେଟ, ଟେଲିଭିଜନର ମାତ୍ରାଧିକ ପ୍ରଚଳନ ନ ଥିଲା କିମ୍ବା ଗୁଟ୍‌ଖା, ଆଲକହଲ, ବ୍ରାଉନସୁଗାରର ବିକ୍ରୟ ବାସସ୍ଥଳୀ ନିକଟରେ କିମ୍ବା ଗାଁରେ ପ୍ରାୟତଃ ନ ଥିଲା। ଲୋକମାନେ ଏତେ ପରିମାଣରେ ନିଶାସକ୍ତ ନ ଥିଲେ କି ଏତେ ପ୍ରକାର ନିଶା ବିଷୟରେ ଜାଣି ନ ଥିଲେ। ଅଧିକାଂଶ ଲୋକ ପାନ, ଗୁଣ୍ଡି, ଭାଙ୍ଗ, ଗଞ୍ଜେଇ ମଧ୍ୟରେ ସୀମିତ ଥିଲେ। କାରଣ ସେମାନଙ୍କ ପାଖରେ କ୍ରୟ କରିବା ଏବଂ ବ୍ୟାପକ ଭାବରେ ବ୍ୟବହାର କରିବା ପାଇଁ ସେହି ସ୍ତରର ଆର୍ଥିକ ସ୍ବଚ୍ଛଳତା ନ ଥିଲା। ଗାଁ କିମ୍ବା ସହରରେ ଖରାପ ଅଭ୍ୟାସ କିମ୍ବା ନିଶାଦ୍ରବ୍ୟ କ୍ରୟ, ଗ୍ରହଣ ଓ ଅନୁସରଣ କରିବାର ବିଶେଷ ସୁଯୋଗ ନ ଥିଲା। କେବଳ ଏତିକି ନୁହେଁ, ଶିଶୁମାନେ ବାହାରେ ଖେଳ ଖେଳିବାର ସୁଯୋଗ ପାଉଥିଲେ ଏବଂ ସେମାନେ ଶାରୀରିକ ଭାବେ ଫିଟ୍‌ ଥିଲେ। ନିଶାଦ୍ରବ୍ୟ ଆସକ୍ତି ଥିବା କୌଣସି ସମକକ୍ଷ ଗୋଷ୍ଠୀ ତାଙ୍କର ନ ଥିଲେ। ସେତେବେଳେ ଶିଶୁମାନଙ୍କ ଦ୍ୱାରା କୌଣସି ଅସଦାଚରଣ, ଅବାଧ୍ୟତାକୁ ତୁରନ୍ତ ସଂଶୋଧନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଶିଶୁମାନେ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ, ଶିକ୍ଷା, ଏ.ଆଇ. ସହିତ ଉନ୍ନତ ସତ, କିନ୍ତୁ ବ୍ୟାପକ ଭାବରେ ନିଶାସକ୍ତ ହୋଇଛନ୍ତି । ନିକଟରେ ଏକ ନିର୍ଦ୍ଦିଷ୍ଟ ଜିଲାରେ କିଛି ନିଶାସକ୍ତ ନାବାଳକଙ୍କର ଖରାପ ବ୍ୟବହାର ଏବଂ କାର୍ଯ୍ୟକଳାପର ଉଦାହରଣ ଅଛି। ଏକ ହତ୍ୟା ମାମଲାରେ ପୋଲିସ ଧରିଥିବା ନାବାଳକମାନେ ନିଶାସକ୍ତ ଥିଲେ। ଦଚଳିତବର୍ଷ ନଭେମ୍ବର ୩ରେ ସିଲିଗୁଡ଼ିର ଜଣେ କିଶୋର ନିଶାସକ୍ତ ଅବସ୍ଥାରେ ଆତ୍ମହତ୍ୟା କରିଥିଲେ। ସେହିପରି ଜଣେ ୮ମ ଶ୍ରେଣୀ ଛାତ୍ର ନିଶାଦ୍ରବ୍ୟ ସେବନ କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅନ୍ୟ ଏକ ଖବରରେ ପୁଅର ନିଶାସକ୍ତକୁ ନିୟ଼ନ୍ତ୍ରଣ କରିବାରେ ଅସମର୍ଥ ହୋଇ କେରଳର ଦମ୍ପତି ଆତ୍ମହତ୍ୟା କରିଥିଲେ। ୨୦୧୧ରୁ ୨୦୨୧ ମଧ୍ୟରେ ୩୨୧,୦୦୦ ରୁ ଅଧିକ ଯୁକ୍ତରାଷ୍ଟ୍ର ଆମେରିକାର ଶିଶୁ ଅତ୍ୟଧିକ ନିଶା ସେବନ ହେତୁ ପିତାମାତାଙ୍କୁ ହରାଇଥିଲେ। ଏହା ହେଉଛି ନିକଟ ଅତୀତରେ ଘଟିଥିବା ସ୍ଥାନୀୟଠାରୁ ଅନ୍ତର୍ଜାତୀୟସ୍ତରର ଘଟଣା; ଯେଉଁଥିରେ ଅଧିକାଂଶ ନାବାଳକ ଶିଶୁ, କିଶୋରମାନଙ୍କ ଦ୍ୱାରା ନିଶାସକ୍ତିର ରିପୋର୍ଟ ପ୍ରକାଶ କରାଯାଇଛି। ପାଖରେ ନିଶାଦ୍ରବ୍ୟର ଉପଲବ୍ଧି, କିଶୋରମାନଙ୍କ ପ୍ରତି ଦୁର୍ବ୍ୟବହାର, ମାନସିକ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ନିଶା ବ୍ୟବହାରକାରୀଙ୍କ ଭିତରେ ଶିଶୁମାନେ ଅଧିକ ବିପଦରେ ଅଛନ୍ତି; ଯେଉଁଥିରେ ଅବସାଦ, ଆଚରଣ ସମସ୍ୟା, ବ୍ୟକ୍ତିତ୍ୱ ବ୍ୟାଧି, ଆତ୍ମହତ୍ୟାର ଚିନ୍ତା, ଆତ୍ମହତ୍ୟା ଉଦ୍ୟମ ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ।
ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ (ବିଜ୍ଞାପନ ନିଷେଧ, ବାଣିଜ୍ୟ ଏବଂ ବାଣିଜ୍ୟ ଉତ୍ପାଦନ, ଯୋଗାଣ ବିତରଣ ନିୟନ୍ତ୍ରଣ) ଅଧିନିୟମ ୨୦୦୩ ଆମ ଦେଶରେ କାର୍ଯ୍ୟକାରୀ ହେଉଛି। ଧାରା ୬ରେ କୁହାଯାଇଛି ଯେକୌଣସି ବ୍ୟକ୍ତି ସିଗାରେଟ କିମ୍ବା ଅନ୍ୟ କୌଣସି ତମାଖୁ ଉତ୍ପାଦ ୧୮ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ବିକ୍ରୟ, ପ୍ରସ୍ତାବ କିମ୍ବା ବିକ୍ରୟ ପାଇଁ ଅନୁମତି ଦେଇପାରିବେ ନାହିଁ। କୌଣସି ଶିକ୍ଷାନୁଷ୍ଠାନର ଶହେ ଗଜ ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ଏସବୁ ବିକ୍ରୟ ନିଷେଧ କରାଯାଇଛି। ନିକଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଶିଶୁମାନଙ୍କ ମଧ୍ୟରେ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ବେଆଇନ କାରବାର ରୋକିବା ପାଇଁ ଏକ ମିଳିତ କାର୍ଯ୍ୟ ଯୋଜନା ଜାରି କରିଛନ୍ତି। ବିଦ୍ୟାଳୟ ପରିସରରେ ଏବଂ ଆଖପାଖ ଅଞ୍ଚଳରେ ଏଭଳି ଉପଦ୍ରବ, କାର୍ଯ୍ୟକଳାପ ଉପରେ ନଜର ରଖିବା, କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା ଏବଂ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟରେ ପ୍ରହରୀ କ୍ଲବ ଗଠନ କରିବାର ବ୍ୟବସ୍ଥା ରହିଛି। ଏକ୍ସ, ଏଚ୍‌ ଔଷଧର ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ମାତାପିତା, ଶିଶୁମାନେ ସେହି ଔଷଧଗୁଡ଼ିକ ବିଷୟରେ ଜାଣିବା ଉଚିତ; ଯେଉଁଗୁଡ଼ିକ ବ୍ୟବହାର କରିବା ନିଷେଧ। ଜାତିର ପିତା ଗାନ୍ଧିଜୀ କହିଥିଲେ, ”ଏକ ସାପ କେବଳ ଶରୀରକୁ ନଷ୍ଟ କରିପାରେ, କିନ୍ତୁ ମଦ୍ୟପାନର ଅଭିଶାପ ଭିତରର ଆତ୍ମାକୁ ନଷ୍ଟ କରିପାରେ।“
ଦେଶରେ ୧୦ ରୁ ୧୭ ବର୍ଷ ବୟସର ୧.୫୮ କୋଟିରୁ ଅଧିକ ଶିଶୁ ନିଶାସକ୍ତ । ରିପୋର୍ଟରୁ ଜଣାଯାଏ ଯେ ୧୦ ରୁ ୧୭ ବର୍ଷ ବୟସର ୩୦ ଲକ୍ଷ ଶିଶୁ ମଦ୍ୟ, ୨୦ ଲକ୍ଷ ଶିଶୁ ଗଞ୍ଜେଇ, ୪୦ ଲକ୍ଷ ଶିଶୁ ଓପିଓଡ, ୨୦ ଲକ୍ଷ ଶିଶୁ ସେଡେଟିଭ, ୩୦ ଲକ୍ଷ ଶିଶୁ ଇନହେଲାଣ୍ଟ, ୨ ଲକ୍ଷ ଶିଶୁ କୋକେନ ଭଳି ମାରାତ୍ମକ ନିଶା ସେବନରେ ଅଭ୍ୟସ୍ତ। ସାରା ବିଶ୍ୱରେ ୧୧ ରୁ ୧୫ ବର୍ଷ ବୟସର ୨୪ଶତକଡ଼ା ଶିଶୁ ନିଶାସେବନ ପରୀକ୍ଷା କରିଥିଲେ। ମୋଟ ଆତ୍ମହତ୍ୟାର ୭୦ ଶତକଡ଼ା କେବଳ ନିଶାସେବନ କାରଣରୁ ହୋଇଥାଏ। ନିଶାଦ୍ରବ୍ୟ ଅପବ୍ୟବହାର ବୃଦ୍ଧି ପାଇବା ଜୀବନ, ପରିବାର, ରାଷ୍ଟ୍ର ପ୍ରତି ଏକ ବିପଦ। ଏହା ଏକ ଉଦ୍‌ବେଗଜନକ ପରିସ୍ଥିତି। ନିଶା ମୁକ୍ତ ଭାରତ ଅଭିଯାନ, ଜାତୀୟ ତମାଖୁ ନିୟ଼ନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଆହୁରି ଅନେକ ସରକାରୀ କାର୍ଯ୍ୟକ୍ରମ ଚାଲୁ ରହିଛି। ସମସ୍ତେ ଏହାର ଲାଭ ଉଠାଇବା ଓ ସମର୍ଥନ କରିବା ଉଚିତ। ନିଶାସକ୍ତ ନାବାଳକ ଓ ନାବାଳିକାମାନଙ୍କ ଥଇଥାନ ନିମନ୍ତେ ସତନ୍ତ୍ର ସମନ୍ବିତ ଶିଶୁ ନିଶା ନିବାରଣ ଅନୁଷ୍ଠାନ ଖୋଲାଯିବା ଆବଶ୍ୟକ। ସରକାର, ଏନ୍‌ଜିଓ, ଜନସାଧାରଣ ମିଶି ନିଶାଦ୍ରବ୍ୟ, ଉତ୍ପାଦନ, ସେବନ, ବିକ୍ରୟ ବନ୍ଦ କରିବା ଏବଂ ଆଇନ ଅନୁଯାଯ଼ୀ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାଏ ନିଶାର ନିଶାଣରେ ନାବାଳକ ନାବାଳିକାମାନେ କବଳିତ ହେଉଥିବେ। ପ୍ରତ୍ୟେକ ଜୀବନ ହେଉଛି ଗୁରୁତ୍ୱପୂର୍ଣ୍ଣ । ଜୀବନ ଏକ ରାଷ୍ଟ୍ର ନିର୍ମାଣ କରେ ଏବଂ ନିଶା ପ୍ରତି ଆସକ୍ତି ବିଶ୍ୱକୁ ଧ୍ୱଂସ କରେ। ଶିଶୁମାନେ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ। ନିଶାସକ୍ତିରୁ ଶିଶୁମାନଙ୍କୁ ଦୂରେଇ ରଖିବା ସମସ୍ତଙ୍କ ଦାୟିତ୍ୱ। ଏହା ଏକ ସୁସ୍ଥ ଜୀବନ ଗଠନ କରିବ। ସୁସ୍ଥ ରାଷ୍ଟ୍ର ଏବଂ ସୁସ୍ଥ ବିଶ୍ୱ ଯେଉଁଠାରେ ପ୍ରତ୍ୟେକ ଲୋକ ଖୁସିରେ ଦିନ କାଟିବେ। ନିଶାଦ୍ରବ୍ୟ ଅପବ୍ୟବହାର କାରଣରୁ ସମାଜରେ କୌଣସି ଆତ୍ମହତ୍ୟା, କୌଣସି ହତ୍ୟା କିମ୍ବା ଅପରାଧ ହେବ ନାହିଁ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?