ଅର୍ଥନୀତିରେ ହାତୀ

ଓଡ଼ିଶାରେ ହାତୀ ସଂଖ୍ୟା ବୃଦ୍ଧି ଉପରେ ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ର ୨୦୨୪ ରିପୋର୍ଟକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ନିୟମିତ ବ୍ୟବଧାନରେ ଘଟୁଥିବା ହାତୀ ମୃତ୍ୟୁ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଘଟଣାକ୍ରମେ ୧୭ ନଭେମ୍ବର ବିଳମ୍ବିତ ରାତିରେ ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଳ ଜଙ୍ଗଲ ନିକଟ ଚାଷ ଜମିରେ ତିନୋଟି ହାତୀଙ୍କର ମୃତ୍ୟୁ ଘଟିଛି। ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀମାନଙ୍କର ମୃତ୍ୟୁ ହୋଇଛି ବୋଲି ଘଟଣାର ତଦନ୍ତ କରୁଥିବା ଟାସ୍କଫୋର୍ସ ତରଫରୁ କୁହାଯାଇଛି। ପୂର୍ବରୁ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଏହି ଘୋଷରାମାଳ ଜଙ୍ଗଲରେ ବିଦ୍ୟୁତ୍‌ ତାର ଲାଗି ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଉଲ୍ଲେଖନୀୟ ଯେ, ସେହି ମାସରେ ରାଜ୍ୟରେ ୪୮ ଘଣ୍ଟା ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଥିଲା ଭୁବନେଶ୍ୱର ନିକଟସ୍ଥ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଆଖିଆଗରେ ଚଳପ୍ରଚଳ ହେଉଥିବା ଦନ୍ତାହାତୀ ରାମୁର ଜୀବନ ବିଦ୍ୟୁତ୍‌ ଆଘାତରେ ଚାଲିଯାଇଥିଲା। ଉଲ୍ଲେଖନୀୟ ଯେ, ଗତ ମାସ ଅର୍ଥାତ୍‌ ଅକ୍ଟୋବରରେ ନାକଟିଦେଉଳ ବନାଞ୍ଚଳରେ ବିଛାଯାଇଥିତ୍ବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ବ୍ୟକ୍ତିଙ୍କର ମଧ୍ୟ ଜୀବନ ଯାଇଥିଲା। ତେବେ ନାକଟିଦେଉଳ ବନାଞ୍ଚଳରେ ୪ ମାସ ମଧ୍ୟରେ ୪ ହାତୀ ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଚାଷୀ ତାହାର ଜମିକୁ ସୁରକ୍ଷିତ ରଖିବା ପାଇଁ ବିଦ୍ୟୁତ୍‌ ସଂଯୋଗ କରି ତାର ପକାଇ ବାର୍‌ହାକୁ ଅଟକାଇବା ଲାଗି ଚେଷ୍ଟା କରନ୍ତି। ସେହି ତାରକୁ ଛୁଇଁ ହାତୀ ମୃତ୍ୟୁ ଘଟୁଛି ବୋଲି ଜଣାପଡ଼ିଛି। ଏଥିରେ ଶିକାରୀଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ ଭାବରେ କହିହେଉନାହିଁ। କାରଣ କୌଣସି ହାତୀଦାନ୍ତ ଚୋରି ହୋଇଥିବାର ଖବର ମିଳିନାହିଁ। ତେବେ ଘୋଷରାମାଳ ହାତୀ ମୃତ୍ୟୁ ଘଟଣାରେ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିବା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି। ବାସ୍ତବରେ ହାତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ସୁରକ୍ଷା ତ ଦୂରର କଥା, ହାତୀ ଚଲାପଥଗୁଡ଼ିକୁ ଅକ୍ଷୁଣ୍ଣ ରଖାଯାଇପାରୁନାହିଁ। ହାତୀ ମୃତ୍ୟୁ ରୋକିବା ପାଇଁ କରାଯାଉଥିବା ଯୋଜନା ଓ ତାହାର କାର୍ଯ୍ୟକାରିତା ଭିତରେ ଆକାଶ ପାତାଳ ପ୍ରଭେଦ ଥିବା ଭଳି ମନେହେଉଛି। ଉଲ୍ଲେଖଯୋଗ୍ୟ ଯେ, ହାତୀ ଓ ଅନ୍ୟ ବିଲୁପ୍ତମୁଖୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ଟାସ୍କଫୋର୍ସ ୨୦୨୨ରେ ଗଠନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏବେ ବନ ବିଭାଗରେ ଅଧାରୁ ଅଧିକ କର୍ମଚାରୀ ନାହାନ୍ତି। ଯେଉଁ ଜଙ୍ଗଲରେ ବେଶି ହାତୀ ଅଛନ୍ତି ସେଠାରେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଠିକ୍‌ ଭାବେ ସୁରକ୍ଷା ଦିଆଯାଇପାରୁନାହିଁ।
ଭାରତରେ ଏବେ ପାଖାପାଖି ୩୦ ହଜାର ହାତୀ ଅଛନ୍ତି। ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ହାତୀ ସଂଖ୍ୟା ହେଉଛି ୨,୦୯୮। ୨୦୧୭ରେ ଏହା ଥିଲା ୧,୯୭୬ । ଯେଉଁ ହାରରେ ଏମାନଙ୍କ ମୃତ୍ୟୁ ଘଟୁଛି ତାହା ପୁନର୍ବାର ପୂର୍ବ ସ୍ଥିତିକୁ ଫେରିବାକୁ ବେଶି ସମୟ ଲାଗିବନି। ବିଦ୍ୟୁତ୍‌ ଆଘାତ ହାତୀ ମୃତ୍ୟୁର ଏକମାତ୍ର କାରଣ ନୁହେଁ। ଶିକାରୀମାନେ ଦାନ୍ତ ଲାଗି ହାତୀ ଶିକାର କରୁଛନ୍ତି କିମ୍ବା ବିସ୍ଫୋରକ ଦେଇ ମାରିଦେଉଛନ୍ତି। ଏହା ବ୍ୟତୀତ ଟ୍ରେନ ଧକ୍କା ହାତୀ ମୃତ୍ୟୁର ଏକ ବଡ଼ କାରଣ ପାଲଟିଛି। ଜଙ୍ଗଲ ବାଟ ଦେଇ ଯାଇଥିବା ଟ୍ରେନ୍‌ ଲାଇନ ଆଖପାଖରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ମାଧ୍ୟମରେ ହାତୀଙ୍କ ଚଲାପଥ ଉପରେ ନଜର ରଖାଯାଇପାରିଲେ ଏଭଳି ଅଘଟଣକୁ ଅନେକାଂଶରେ ଏଡାଇ ଦେଇ ହୁଅନ୍ତା। ଏହାସହ ହାତୀ-ମଣିଷ ସଂଘର୍ଷରେ ଉଭୟ ହାତୀ ଓ ମଣିଷଙ୍କ ମୃତ୍ୟୁ ଘଟୁଛି। ଏହି ସଂଘର୍ଷରେ ୨୦୧୩-୨୦୨୩ ମଧ୍ୟରେ ୭୧୯ ହାତୀଙ୍କ ମୃତ୍ୟୁ ଓ ୧୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ସହ ୬୫୦ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ରହିଛି ଓ ସରକାରଙ୍କ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ କାମ କରୁଛି ବୋଲି କୁହାଯିବା ସହିତ ଅନେକ କୋଟି ଅର୍ଥ ଖର୍ଚ୍ଚ ହେଉଛି। ତଥାପି ହାତୀ ମୃତ୍ୟୁ ରୋକିବା ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ଏବକାର ପରିବର୍ତ୍ତିତ ପରିସ୍ଥିତିରେ କେତେକ ପଦକ୍ଷେପ ନେବାକୁ ପଡ଼ିବ। ଜଙ୍ଗଲ ଧ୍ୱଂସ ରୋକାଯିବା ସହ ଜଙ୍ଗଲରେ ରାଜପଥ କିମ୍ବା ରେଳପଥ ନିର୍ମାଣ କରିବା ସମୟରେ ହତୀଙ୍କ ସୁରକ୍ଷା ବିଷୟକୁ ଗମ୍ଭୀରତାର ସହ ବିଚାର କରିବା ଦରକାର। ହାତୀ ମୃତ୍ୟୁ ରୋକିବାକୁ ହେଲେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲରେ ଖାଦ୍ୟ ଓ ପିଇବା ପାଣିର ଅଭାବ ଦୂର କରାଯିବା ଆବଶ୍ୟକ। ତତ୍‌ ସହିତ ହାତୀଙ୍କ ଚଲାପଥକୁ ସୁରକ୍ଷିତ ରଖିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଯେତେଗୁଡ଼ିଏ ସଫଳ ପଦକ୍ଷେପ ନିଆଯାଉଛି ସେଗୁଡ଼ିକ ଓଡ଼ିଶାରେ ନକଲ କରାଯାଇପାରନ୍ତା। ଏଭଳି ଉପଦେଶ ଜଙ୍ଗଲ ବିଭାଗ ତରଫରୁ ଅଣାଯିବା ସହିତ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେଇପାରିଲେ, ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ଭବିଷ୍ୟତ ସୃଷ୍ଟି କରାଯାଇପାରନ୍ତା, ଯେଉଁଥିରେ ମଣିଷ ଓ ଜନ୍ତୁଙ୍କ ସଂଘର୍ଷ ହ୍ରାସ କରିହୁଅନ୍ତା। ଏଭଳି କାର୍ଯ୍ୟ ପାଇଁ ଆଫ୍ରିକାର କେତେକ ଦେଶରେ ହାତୀ ସୁରକ୍ଷା ସହିତ ସ୍ଥାନୀୟ ଲୋକଙ୍କର ଅର୍ଥନେତିକ ଉନ୍ନତିକୁ ଯେଉଁଭଳି ଯୋଡ଼ି ଦିଆଯାଇଛି ତାହା ଓଡ଼ିଶା ସରକାର ଚେଷ୍ଟା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?