ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି ଖୋଳି ବନ ବିଭାଗ ଏକ ହାତୀର ମୃତଦେହ ଉଦ୍ଧାର କରିଛି।
ଅନ୍ୟପକ୍ଷେ ହାତୀକୁ ମାରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବନବିଭାଗ ପକ୍ଷରୁ ମାଜିଷ୍ଟ୍ରେଟ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଫାର୍ମ ହାଉସ ପରିସରରୁ ମାଟି ଖୋଳି ହାତୀର ମୃତଦେହ ଜବତ କରି ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଫାର୍ମ ହାଉସ ମାଲିକଙ୍କ ସମେତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଏପରିକି ଫାର୍ମ ହାଉସ ଚାରିପଟେ ବେଆଇନ ଭାବେ ବିଦ୍ୟୁତ୍କରଣ କରାଯାଇଥିବା ଜଣାପଡିଛି। ଏଭଳିସ୍ଥିତିରେ ହାତୀଟି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି ।