ସମ୍ବଲପୁର ବନଖଣ୍ଡରେ ହାତୀ ଅସୁରକ୍ଷିତ

ସମ୍ବଲପୁର, ୧୮ା୬(ଶୁଭାଶିଷ ପାଢୀ) ବନ୍ୟପ୍ରାଣୀ ବିଶେଷକରି ହାତୀ ସୁରକ୍ଷା ନେଇ ସରକାର ଚିନ୍ତିତ ଥିବା କହୁଛନ୍ତି। ହେଲେ ସମ୍ବଲପୁର ବନଖଣ୍ଡରେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ହାତୀ ଅସୁରକ୍ଷିତ ଥିବା ମନେହେଉଛି। ବନ ବିଭାଗ ରିପୋର୍ଟ ଅନୁଯାୟୀ ପ୍ରାୟ ୨ବର୍ଷରେ ଏହି ବନଖଣ୍ଡରେ ୮ ଗୋଟି ହାତୀଙ୍କ ମୃତ୍ୟୁ ଘଟିଛି। ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ବିଭିନ୍ନ ସମୟରେ ହାତୀଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ହାତୀ ମୃତ୍ୟୁ ହେବା ପରେ ବନ ବିଭାଗ ପକ୍ଷରୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି। ୨ବର୍ଷ ପୂର୍ବେ ସଦର ରେଞ୍ଜ ମୁଣ୍ଡେର ସଂରକ୍ଷିତ ଜଙ୍ଗଲରେ ଏକ ମୃତ ହାତୀକୁ ପୋଡି ତା’ର କଙ୍କାଳ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇବା ପରେ ଶେଷରେ ବନ ବିଭାଗ ତଦନ୍ତ କରିଥିଲା। ଘଟଣାସ୍ଥଳରୁ ହାଡ଼, ପାଉଁଶ ଜବତ କରି ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଥିଲା। ଘଟଣାକୁ ପ୍ରାୟ ୨ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ସମ୍ବଲପୁର ବନଖଣ୍ଡ ଅଧୀନରେ ସଦର, ଧମା, ପଡିଆବାହାଲ ଭଳି ୩ଟି ରେଞ୍ଜ ରହିଛି। ଏହିସବୁ ରେଞ୍ଜ ଅଞ୍ଚଳରେ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ରିପୋର୍ଟ ଅନୁଯାୟୀ, ୨୦୨୧ ଜାନୁୟାରୀ ୨୧ରେ ସମ୍ବଲପୁର ବନଖଣ୍ଡ ଯୁଯୁମୁରା ସେକ୍ସନ ଅଧୀନ କଂସର ଜଙ୍ଗଲରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧ ନଭେମ୍ବର ୮ ତାରିଖ ରାତିରେ ସଦର ରେଞ୍ଜ ଅନ୍ତର୍ଗତ ଆମଲିପାଣି ଗ୍ରାମ ଜଙ୍ଗଲ ନିକଟରେ ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ୨୦୨୨ ଜୁନ ୨୧ରେ ପଡ଼ିଆବାହାଲ ରେଞ୍ଜ ବଡସାହି ସେକ୍ସନ ଅଧୀନ ସାପଲହରା ପୋଖରୀରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ସେତେବେଳେ ଶିକାରୀ ଗୁଳିରେ ହାତୀର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ୨୦୨୨ ଜୁଲାଇ ୨୪ ତାରିଖରେ ଧମା ରେଞ୍ଜ ଅଞ୍ଚଳରୁ ପୋଡ଼ା ଜଳା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଥିଲା। ତବଲୋଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲର ତବଲୋଇ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବା ବେଳେ ଅନ୍ୟଟି କୋଲଗାଁ ଜଙ୍ଗଲରୁ ମିଳିଥିଲା। ସ୍ବତନ୍ତ୍ର ଟାସ୍କଫୋର୍ସ ଆସି ହାତୀ କଙ୍କାଳ ଜବତ କରି ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଥିଲା। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ଓ ପରୀକ୍ଷା ରିପୋର୍ଟ କ’ଣ ଆସିଲା ତାହା ଜଣାଗଲା ନାହିଁ। ୨୦୨୨ ଡିସେମ୍ବର ୭ରେ ପଡ଼ିଆବାହାଲ ରେଞ୍ଜ ଟାମ୍ପରଗଡ ଧଳପାଳ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ ୨୦୨୩ ଜାନୁୟାରୀ ୮ରେ ସଦର ରେଞ୍ଜ ଭୀମଖୋଜ ସେକ୍ସନ ଅଧୀନ ହାତୀବାରି-ବାନ୍ଦେର ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ନିମନ୍ତେ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ୨୦୨୩ ଜୁନ ୧୩ରେ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍‌ ଅନ୍ତର୍ଗତ ରପଟା ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଆର୍‌ସିସିଏଫ୍‌ ଏସ୍‌. ଆଶିଷ କୁମାର କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବରୁ ଜବତ ହୋଇଥିବା କଙ୍କାଳ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri