ହତାଶ କରୁଛନ୍ତି ହାତୀପଲ: ୧୫ ବର୍ଷରେ ବନ ବିଭାଗ ଦେଇଛି ମାତ୍ର ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ

ଛେଣ୍ଡିପଦା,୩।୮(ସ୍ବ.ପ୍ର.)- ଆଖି ଆଗରେ ଉଜୁଡ଼ିଯାଉଛି ନଡ଼ିଆ, ଆମ୍ବ ଓ କଦଳୀ ବଗିଚା। ଦଳା ଚକଟାରେ ନଷ୍ଟ ହୋଇଯାଉଛି ଧାନ, ମୁଗ, ପୋଟଳ, ବାଇଗଣ ଫସଲ। ବୋର୍‌ଓ୍ବେଲଠାରୁ ଘର, ଆସବାବପତ୍ର କିଛି ବି ବର୍ତ୍ତୁନି ହାତୀ ଉପଦ୍ରବରୁ। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଥିବା ବେଳେ ଚାଷୀଙ୍କ କ୍ଷତ ଭରିପାରୁନି ବନ ବିଭାଗ। ଗତ ୧୫ ବର୍ଷ ଧରି ହାତୀପଲ ଏପରି ହତାଶ କରୁଥିବା ବେଳେ ମାତ୍ର ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଛି ଚାଷୀଙ୍କୁ। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଓ ଜରପଡା ବନାଞ୍ଚଳର ଚାଷୀ।
୨୦୦୮ ମସିହାରୁ ଛେଣ୍ଡିପଦା ବନାଞ୍ଚଳର ବିଭିନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଯାଉଛି। ଟିକରପଡ଼ା, ସମ୍ବଲପୁରର ବିଭିନ୍ନ ଜଙ୍ଗଲରୁ ଚାଲି ଆସୁଥିବା ହାତୀପଲ ଛେଣ୍ଡିପଦା ଓ ଜରପଡା ବନାଞ୍ଚଳ ସୀମାନ୍ତ କିସିଣ୍ଡା ଜଙ୍ଗଲରେ ରହୁଛନ୍ତି। ଆଉ କିଛି ହାତୀ ଛେଣ୍ଡିପଦା ଓ ନାକିଟିଦେଉଳ ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ରହି ଏଠାରେ ଉପଦ୍ରବ କରୁଛନ୍ତି। ସନ୍ଧ୍ୟାହେଲେ ଦଳ ଦଳ ହୋଇ ବିଭିନ୍ନ ଗ୍ରାମରେ ପଶି ଜମି, ବାଡ଼ି ବଗିଚାରେ ହୋଇଥିବା ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଗତ ସପ୍ତାହରେ ହାତୀ ଉପଦ୍ରବ ଯୋଗୁ ଜରପଡା ବନାଞ୍ଚଳ ହଟିଆନାଳିର ଚାଷୀମାନେ ପ୍ରବଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀ ଲକ୍ଷ୍ମୀଧର ପ୍ରଧାନଙ୍କ ୬ ଏକର ଜମିରେ ହୋଇଥିବା କଦଳୀ ଫସଲ ହାତୀପଲ ନଷ୍ଟ କରିଦେଇଛନ୍ତି। ସେହିପରି ରମାକାନ୍ତ ପ୍ରଧାନ, ଡିଲେଶ୍ୱର ସାହୁଙ୍କ ୬ ହଜାର କଦଳୀଗଛ ଓ ୧୦୦ରୁ ଊଦ୍ଧର୍‌ବ ପୋଟଳ ଗଛ ଦଳି ଦେଇଛନ୍ତି। ବାଲିପଟ୍ଟା ଗ୍ରାମରେ ପଶି ଶିଶିର କୁମାର ଗଡ଼ନାୟକ, ଶରତ କୁମାର ଗଡ଼ନାୟକଙ୍କ ୫ ଏକରରେ ଲାଗିଥିବା କଦଳୀ ବଗିଚାକୁ ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଛନ୍ତି। ଧାନ ଓ ପୋଟଳ ଚାଷକୁ କ୍ଷତି ପହଞ୍ଚାଇଛନ୍ତି। କିସିଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରାଙ୍କ ୨ ହଜାର କଦଳୀଗଛ, ଆମ୍ବ ଗଛ, ପୋଟଳ ଓ ମୁଗ ଫସଲ ନଷ୍ଟ କରିଛନ୍ତି। ଘର ସହ ଆସବାବପତ୍ର ଭାଙ୍ଗିରୁଜି ଦେଇଛନ୍ତି। ବିଶ୍ବନାଥ ମାଝିଙ୍କ ୮୦୦, ଈଶ୍ବର ପ୍ରଧାନଙ୍କ ୫୦୦ କଦଳୀ ଗଛ ନଷ୍ଟ କରିଥିବାବେଳେ ତାଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଗୌତମ ମାଝିଙ୍କ ପୋଟଳ ଫସଲକୁ ଦଳିଚକଟି ଦେଇଥିବାବେଳେ ବହୁ ସଂଖ୍ୟାରେ ନଡ଼ିଆ ଗଛ ଓ ବୋରୱ୍ବଲକୁ ଓପାଡି ଦେଇଛନ୍ତି। ବୁଲା ପ୍ରଧାନଙ୍କ ୧୦୦୦ କଦଳୀ ଗଛ, ବୋର ୱ୍ବେଲ, ହାଡି ପ୍ରଧାନଙ୍କ ୮୦୦ କଦଳୀ ଗଛ, ବିପିନ ସାହୁଙ୍କ ୭୦୦ କଦଳୀ ଗଛ ସହ କିଶୋରୀ ନାଏକ, ପଦ୍ମଲୋଚନ ପ୍ରଧାନଙ୍କ ଧାନ ତଳି ଓ ପାଇପ ଆଦି ନଷ୍ଟ କରିଦେଇଛି। କଣଲୋଇ, ନୂଆଗାଁ, ପାତ୍ରପଡା, ଜରିପାଳ, ଡଙ୍ଗାପାଳ, ଭାଲିଆସର ଆଦି ଗ୍ରାମରେ ମଧ୍ୟ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାବେଳେ ଅଞ୍ଚଳବାସୀଙ୍କ ସହ ଚାଷ କିପରି ସୁରକ୍ଷିତ ରହିବ ସେ ନେଇ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ଶତପ୍ରତିଶତ କ୍ଷତିପୂରଣ ମିଳୁ
ହାତୀ ଉପଦ୍ରବ ଯୋଗୁ ଛେଣ୍ଡିପଦା ବନାଞ୍ଚଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି। ବନବିଭାଗ ଚାଷୀମାନଙ୍କ ହୋଇଥିବା କ୍ଷୟକ୍ଷତିର ଠିକ୍‌ ଆକଳନ କରି ଶତପ୍ରତିଶତ କ୍ଷତିପୂରଣ ଯୋଗାଇ ଦେଉ।
-ଜନ୍ମେଞ୍ଜୟ ମାଝି, କଣଲୋଇ ସରପଞ୍ଚ
ପାତରଅନ୍ତର କରାଯାଉଛି
ବନବିଭାଗ କ୍ଷୟକ୍ଷତି ପ୍ରଦାନରେ ପାତରଅନ୍ତର ସହିତ କମ୍‌ ଅର୍ଥ ପ୍ରଦାନ କରୁଛି। କ୍ଷୟକ୍ଷତିକୁ ରାଜସ୍ବ, କୃଷି ଓ ବନବିଭାଗ ଦ୍ବାରା ଆକଳନ କରାଯାଇ ପ୍ରକୃତ କ୍ଷତିପୂରଣ ପ୍ରଦାନ କରାଗଲେ ଚାଷୀ ଉପକୃତ ହୋଇପାରିବେ।
-ସୁଦୀପ୍ତ ପ୍ରଧାନ, ସରପଞ୍ଚ ଛେଣ୍ଡିପଦା
ଆନ୍ଦୋଳନ ମୁଣ୍ଡ ଟେକିବ
ଦୀର୍ଘଦିନ ଧରି ହାତୀପଲ ତାଣ୍ଡବ ରଚାଉଛନ୍ତି। ଫସଲ ନଷ୍ଟ ସହ ମଣିଷ ଜୀବନ ନେଉଛନ୍ତି। ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନରହନ୍ତା ଦନ୍ତା ସହ ତୁରନ୍ତ ହାତୀପଲକୁ ଏଠାରୁ ଘଉଡ଼ାଇ ଦିଆ ନ ଗଲେ ଆନ୍ଦୋଳନ ମୁଣ୍ଡ ଟେକିବ।
-ସହଦେବ ବେହେରା, ଚାଷୀ, କିସିଣ୍ଡା
ହାତୀସ୍କ୍ବାଡ୍‌ଙ୍କୁ ଆବଶ୍ୟକ ସାମଗ୍ରୀ ଦିଆଯାଉ
ହାତୀସ୍କ୍ବାଡ୍‌ଙ୍କୁ ଆବଶ୍ୟକ ବାଣ, ଲାଇଟ ଆଦି ଯୋଗାଯାଉ ନାହିଁ। ଜଙ୍ଗଲ ଗ୍ରାମରେ ଥିବା ଗ୍ରାମବାସୀଙ୍କୁ ଟର୍ଚ୍ଚ ଲାଇଟ ଦିଆଯିବା ସହିତ ବନବିଭାଗ ସଚେତନ କଲେ ହାତୀ ଉପଦ୍ରବରୁ ଚାଷୀମାନେ ରକ୍ଷା ପାଇପାରନ୍ତେ।
-ଆଶିଷ କୁମାର ପ୍ରଧାନ, ବ୍ଲକ ସଭାପତି, ବିଜୁ ଯୁବ ଜନତା ଦଳ
ଖାଦ୍ୟ ପାଇଁ ଚାରା ଲଗାଯାଉ
ବନ ବିଭାଗ ପ୍ରତ୍ୟକ ବର୍ଷ ଏକର ଏକର ଜାଗାରେ ଚାରା ରୋପଣ କରୁଛି। କିନ୍ତୁ ହାତୀ ବାସସ୍ଥଳୀ ଓ ଯାତାୟାତ, ଜଳାଶୟ ଚିହ୍ନଟ କରାଯାଇ ସେଠାରେ ପସନ୍ଦର ଚାରା ରୋପଣ କରାଯାଉ ନାହିଁ। ଏହା ହୋଇପାରିଲେ ହାତୀ ଗ୍ରାମାଭିମୁଖି ହେବା ହ୍ରାସହେବ।
-କାଶୀନାଥ ସାହୁ, ପୂର୍ବତନ ସମିତି ସଭ୍ୟ, ତେବୁଡ
ଆନ୍ତରିକତାର ଅଭାବ ରହିଛି
ଗ୍ରାମାଭିମୁଖୀ ହେଉଥିବା ହାତୀପଲଙ୍କୁ ରୋକିବାକୁ ବନ ବିଭାଗ ପକ୍ଷରୁ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଚାଷୀମାନେ ପ୍ରତିବର୍ଷ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ପ୍ରତିକାର ସ୍ବରୂପ କେବଳ ଅଳ୍ପ କିଛି କ୍ଷତିପୂରଣ ଦେଇ ବିଭାଗ ଚୁପ୍‌ ବସିଯାଉଛି।
-ରାକେଶ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ, ବାଲିପଟା


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri