ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା  ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ କଡ଼ରେ ଏକ ହାତୀ ଥିବା ଦେଖିବାକୁ ମିଳିଥିଲା। ଟିଟିଲାଗଡ଼ ରେଳୱେ ରନିଂ ରୁମ୍‌ ଓ ରେଳୱେ ବିଭାଗର ସହାୟକ ଦୂରସଞ୍ଚାର ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ହାତୀଟି ରହିଥିବା ବେଳେ ପରେ ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶିଯାଇଥିଲା।

ଘଟଣାସ୍ଥଳରେ ଟିଟିଲାଗଡ଼ ବନ ବିଭାଗ, ଟିଟିଲାଗଡ଼ ପୋଲିସ, ଆର୍‌ପିଏଫ୍‌ ଓ ଜିଆର୍‌ପି ବିଭାଗର କର୍ମଚାରୀଙ୍କ ସମେତ ବନ ବିଭାଗର ସ୍ୱତନ୍ତ୍ର ହାତୀ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ଟିମ୍‌ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଏକ ହାତୀପଲ ଟିଟିଲାଗଡ଼ ସହର ନିକଟସ୍ଥ ବୁର୍ଡିପଡ଼ା ଗାଁ ଜଙ୍ଗଲରେ ରହିଥିଲା। ଉକ୍ତ ହାତୀପଲରୁ ଗୋଟିଏ ହାତୀ ଗୋଷ୍ଠୀରୁ ଅଲଗା ହୋଇ ଟିଟିଲାଗଡ଼ ସହର ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ହାତୀଟି ଆକାରରେ ସାମାନ୍ୟ ଛୋଟ ଥିବା ଦେଖିବାକୁ ମିଳିଛି।

ଏହି ସମୟରେ ହାତୀକୁ ଘଉଡ଼ାଇବାକୁ ଯାଇ ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳର ସୁଧୀର ସାହୁ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଯୁବକମାନେ ତାଙ୍କୁ ହାତୀ କବଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହାତୀକୁ ଘଉଡ଼ାଇବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଥିଲା। ତେବେ ଏହାକୁ ଅମାନ୍ୟ କରି ଯୁବକ ଜଣକ ହାତୀ ନିକଟକୁ ଯାଇଥିବାରୁ ଏଭଳି ଅଘଟଣ ଘଟିଛି।ହାତୀକୁ ଘଉଡ଼ାଇବା ପାଇଁ କେହି ତା’ ନିକଟକୁ ନ ଯିବାକୁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ଡାକଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟ…ସିଗାରେଟ୍ ଜଳାଇବାକୁ ମାଗିରେ ଦିଆସିଲି, ମନା କରିବାରୁ….

ନୂଆଦିଲ୍ଲୀ,୧।୯: ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ନେଇଗଲା ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବେମୁରୁ ମଣ୍ଡଳର ୱେଲାବାଡୁ ଗାଁରେ ଘଟିଛି…

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ…

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି…

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri